ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା ଭବିଷ୍ୟତରେ ବିଚାରପତି ହେବେ ବୋଲି କହିଛନ୍ତି। ସେ ଭୁବନେଶ୍ୱରସ୍ଥିତ ବିଜେବି(ବକ୍ସି ଜଗବନ୍ଧୁ ବିଦ୍ୟାଧର) ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପଢୁଥିଲେ। +୨ କଳାରେ ସୁନ୍ଦରଗଡ ଜିଲା ସଦର ବ୍ଲକର ଅନ୍ବେଷା ପରିଜା ସର୍ବୋଚ୍ଚ ୯୬.୮୩ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହେବାର ସୌଭାଗ୍ୟ ଲାଭ କରିବା ସହ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଏହି ଖୁସି ସେ ସର୍ବପ୍ରଥମେ ନିଜର ମା’ ଶୁଭଦର୍ଶନା ପରିଜା ଓ ବାପା ସରୋଜ ରଞ୍ଜନ ପରିଜାଙ୍କୁ ଦେଇଛନ୍ତି।

ମା’ ଶୁଭଦର୍ଶନାଙ୍କ ପ୍ରେରଣା ହିଁ ତାଙ୍କୁ ବିଶେଷ ଭାବେ ସହାୟତା କରିଥିଲା। ଏହାପରେ ଏହି ଶ୍ରେୟ ସେ ନିଜ ମାମୁ ଘର ଅଜା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରମେଶ ଚନ୍ଦ୍ର ମହାନ୍ତି, ଆଈ ପ୍ରଭାତୀ ମହାନ୍ତି, ମାମୁ ସୌରଭ ମହାନ୍ତି, ବଡ଼ ବାପା ସୁନ୍ଦରଗଡ ଜିଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଏସ୍‌ଇ ସତ୍ୟରଞ୍ଜନ ପରିଜା, ବଡ଼ ମା’ ସୁଲଗ୍ନା ପରିଜା, ସାନବାପା ସୁଧୀର ରଞ୍ଜନ ପରିଜା, ସାନ ମା’ ସୁନୀତା ପରିଜା, ଜେଜେ ସନ୍ତୋଷ କୁମାର ପରିଜା, ଜେଜେ ମା’ ସବିତାରାଣୀ ପରିଜାଙ୍କୁ ଦେଇଛନ୍ତି।

ଏହାସହ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକଙ୍କୁ ମଧ୍ୟ ସେମାନଙ୍କର ଉଚ୍ଚକୋଟୀର ଶିକ୍ଷାଦାନ ପାଇଁ ଅନ୍ବେଷା ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ଜଣେ ବିଚାରପତି ହୋଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଅନ୍ବେଷା ଏହି ଅବସରରେ ନିଜର ମନର କଥା କହିଛନ୍ତି। ଏହି ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କ ପରିବାର ସମେତ କୁଆଁରମୁଣ୍ଡା ବ୍ଲକଠାରୁ ଆରମ୍ଭ କରି ସମଗ୍ର ଜିଲାରେ ଅନ୍ବେଷାଙ୍କ ସମ୍ପର୍କୀୟ, ବନ୍ଧୁ ପରିଜନ ବିଶେଷ କରି ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri