Posted inଖେଳ

ମନର ଯନ୍ତ୍ରଣା ବଖାଣିଲେ ଶ୍ରେୟାସ୍‌: କାନ୍ଦି କାନ୍ଦି ଯାଇଥିଲେ ଡ୍ରେସିଂ ରୁମ୍‌

ନୂଆଦିଲ୍ଲୀ,୩୦।୮: ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟର ଏବେ କାନ୍ଧ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କୁ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳୁଥିବା ଦେଖିବାକୁ ମିଳିବ। ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟାର କାନ୍ଧରେ ଆଘାତ ପାଇଥିଲେ। ଏହି କାରଣରୁ ସେ ଗତ କିଛି ମାସ ଧରି କ୍ରିକେଟ ପଡ଼ିଆରୁ ଦୂରରେ ଥିଲେ। କିନ୍ତୁ ଏବେ ସେ ୧୯ ସେପ୍ଟେମ୍ବରରୁ ଆଇପିଏଲରେ ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି। ଆୟର ରୟାଲ ଲଣ୍ଡନ କପରେ କାଉଣ୍ଟି ଦଳ ଲାଙ୍କାଶେୟାର ପାଇଁ ଖେଳିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଫିଟନେସ କାରଣରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏବେ ସେ ଫିଟ ଅଛନ୍ତି। ନିକଟରେ ସେ ତାଙ୍କ ଫିଟନେସ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓରେ ତାଙ୍କୁ ଏକ ପାହାଡ ଉପରେ ଦୌଡୁଥିବା ଦେଖିବାକୁ ମିଳିଥିଲା।
୨୬ ବର୍ଷୀୟ ଆୟାର କ୍ରିକେଟ ପଡ଼ିଆକୁ ଫେରିବା ନେଇ ବହୁତ ଉତ୍ସାହିତ ଅଛନ୍ତି। ତେବେ ଗତ କିଛି ମାସ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କାନ୍ଧରେ ଆଘାତ ଏବଂ ପରେ ଫେରିବା ପାଇଁ ସଂଘର୍ଷ ହେତୁ ସେ ଭାଙ୍ଗି ପଡିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଏବେ ଭଲ ଅନୁଭବ କରୁଛି। ଏ ପର୍ଯ୍ୟନ୍ତ ଯାତ୍ରା ଭଲ ଥିଲା । କିନ୍ତୁ ଯେତେବେଳେ ମୁଁ ଆଘାତ ପାଇଲି, ମୁଁ ବହୁତ ନିରାଶ ହୋଇଥିଲି। ମୁଁ କ’ଣ କରିବି ବୁଝିପାରିଲି ନାହିଁ। ଆଘାତ ପରେ ମୁଁ ପଡିଆରୁ କାନ୍ଦି କାନ୍ଦି ଡ୍ରେସିଂ ରୁମକୁ ଫେରୁଥିଲି। ଏହାକୁ ଗ୍ରହଣ କରିବାକୁ ମୋତେ କିଛି ସମୟ ଲାଗିଲା। ତଥାପି, ତୁମେ ଏହି ସବୁ ଜିନିଷ ଦେଇ ଗତି କରିବାକୁ ପଡିବ। କିନ୍ତୁ ତୁମକୁ ଦୃଢ ଭାବରେ ଫେରିବାକୁ ଚେଷ୍ଟା କରିବାକୁ ପଡିବ। ଆୟାର ଆହୁରି କହିଛନ୍ତି ଯେ, କାନ୍ଧର ଅସ୍ତ୍ରୋପଚାର ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ମୁଁ ଜାଣିଲି ଯେ କାନ୍ଧରେ ଆଘାତରୁ ମୁକ୍ତି ପାଇବା ପାଇଁ ମୋତେ ଅସ୍ତ୍ରୋପଚାର କରିବାକୁ ପଡିବ, ପ୍ରଥମେ ଏହାକୁ ହଜମ କରିବା ମୋ ପକ୍ଷେ ସହଜ ନଥିଲା। କାରଣ ଏହି ଆଘାତ ପୂର୍ବରୁ ମୋର ଫିଟନେସ ବହୁତ ଭଲ ଥିଲା। ମୁଁ ଭଲ ଟ୍ରେନିଂ କରିବାକୁ ସକ୍ଷମ ହେଲି। ଏହା କୌଣସି ଖେଳାଳିଙ୍କ କ୍ୟାରିୟରର ଏକ ଅଂଶ। ମୁଁ ଏହା ପରେ ମଧ୍ୟ ଗ୍ରହଣ କଲି । ଆୟର ଦିଲ୍ଲୀ ଦଳର ଏକ ସପ୍ତାହ ପୂର୍ବରୁ ତାଙ୍କ ପିଲାଦିନର ପ୍ରଶିକ୍ଷକ ପ୍ରବୀଣ ଆମ୍ରେଙ୍କ ସହ ଦୁବାଇରେ ପହଞ୍ଚି ସେଠାରେ ଅଭ୍ୟାସ କରୁଛନ୍ତି।
ଆୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ୟୁଏଇରେ ଆୟୋଜିତ ଆଇପିଏଲର ଫାଇନାଲ ଖେଳିଥିଲା। ଏହି ସିଜିନରେ ଦଳର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା। ଆୟରଙ୍କ ଆଘାତ ପରେ ରିଷଭ ପନ୍ତ ଦଳର ଅଧିନାୟକତ୍ୱ କରିଥିଲେ ଏବଂ କରୋନା କାରଣରୁ ଆଇପିଏଲ ୨୦୨୧ ସ୍ଥଗିତ ରଖିବା ପୂର୍ବରୁ ଦିଲ୍ଲୀ ୮ଟି ମ୍ୟାଚ ମଧ୍ୟରୁ ୬ଟି ଜିତି ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଥିଲା। ତେବେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କିଏ ଦଳର ନେତୃତ୍ୱ ନେବ ତାହା ଦିଲ୍ଲୀର ଦଳ ପରିଚାଳନା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଲିଗ ସ୍ଥଗିତ ରଖିବା ପୂର୍ବରୁ ଆଇପିଏଲର ୨୭ଟି ମ୍ୟାଚ ହୋଇଥିଲା । ଅବଶିଷ୍ଟ ୩୧ ଟି ମ୍ୟାଚ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ୨୨ ସେପ୍ଟେମ୍ବରରେ ଦୁବାଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ପ୍ରଥମ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?