Posted inଫୁରସତ

ଆଖିରେ ପଟି ବାନ୍ଧି ରଙ୍ଗୋଲି

ଲକ୍ଷ୍ନୌ: ମହାଭାରତରେ ଧ୍ରୁତରାଷ୍ଟ୍ର ଅନ୍ଧ ଥିବାବେଳେ ସ୍ତ୍ରୀ ଗାନ୍ଧାରୀ ତାଙ୍କ ସ୍ବାମୀଙ୍କ ପାଇଁ ନିଜ ଆଖିରେ ପଟି ବାନ୍ଧି ସାରାଜୀବନ ଅତିବାହିତ କରିଥିଲେ। ତେବେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ହେବାକୁ ଥିବାବେଳେ ଜଣେ ଯୁବତୀ ତାଙ୍କ ଆଖିରେ ପଟି ବାନ୍ଧି ଏକ କାରନାମା ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। ବିହାରର ଦରଭଙ୍ଗାର ୨୧ ବର୍ଷୀୟା ମୋନିକା ଗୁପ୍ତା ନିଜ ଆଖିରେ ପଟି ବାନ୍ଧି ରଙ୍ଗୋଲି ମାଧ୍ୟମରେ ଅଯୋଧ୍ୟାରେ ଭଗବାନ୍‌ ରାମଙ୍କ ମନ୍ଦିର ଆଙ୍କିଛନ୍ତି। ମୋନିକା ରସାୟନ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଏବେ ସେ ସ୍ନାତକୋତ୍ତର ପଢୁଛନ୍ତି। ସେ ୪୫୦ କି.ମି. ଦୂର ଦରଭଙ୍ଗାରୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଆସି ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ମୋନିକା କହିଛନ୍ତି, ଏଠାରେ ତାଙ୍କୁ ୬ଷ୍ଠ ଇନ୍ଦ୍ରିୟକୁ ଜାଗ୍ରତ ରଖିବାକୁ ପଡ଼ିଥାଏ। ଏହା ପରେ ଯାଇ ଆଖିରେ ପଟି ବାନ୍ଧିଲେ ବି ତାଙ୍କୁ ସଫା ସଫା ଦେଖାଯାଏ। ସେ ଆଖି ବନ୍ଦ କରି କିଛି ବି କରିପାରିବେ ବୋଲି ଦାବି କରିଛନ୍ତି। ମୋନିକା ମହାଭାରତର ଅର୍ଜୁନ ଏବଂ ସଞ୍ଜୟଙ୍କଠାରୁ ପ୍ରେରିତ ହୋଇଛନ୍ତି। ସେ ୮ ବର୍ଷ ବୟସରୁ ଆଖିରେ ପଟି ବାନ୍ଧି ସବୁକିଛି ଦେଖିପାରିବା ସହ ସମସ୍ତ କାର୍ଯ୍ୟ ମଧ୍ୟ କରିପାରନ୍ତି। ଆସନ୍ତା ୨୨ ତାରିଖରେ ଉତ୍ସବ ହେବାକୁ ଥିବାବେଳେ ଏଥିରେ ବାବା ରାମଦେବ, ମୋହନ୍‌ ଭାଗବତ, ଖେଳାଳି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ସମେତ ଅନେକ ଭିଆଇପି ଅତିଥି, କଳାକାର ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri