Posted inଫୁରସତ

ଆଖିରେ ପଟି ବାନ୍ଧି ରଙ୍ଗୋଲି

ଲକ୍ଷ୍ନୌ: ମହାଭାରତରେ ଧ୍ରୁତରାଷ୍ଟ୍ର ଅନ୍ଧ ଥିବାବେଳେ ସ୍ତ୍ରୀ ଗାନ୍ଧାରୀ ତାଙ୍କ ସ୍ବାମୀଙ୍କ ପାଇଁ ନିଜ ଆଖିରେ ପଟି ବାନ୍ଧି ସାରାଜୀବନ ଅତିବାହିତ କରିଥିଲେ। ତେବେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ହେବାକୁ ଥିବାବେଳେ ଜଣେ ଯୁବତୀ ତାଙ୍କ ଆଖିରେ ପଟି ବାନ୍ଧି ଏକ କାରନାମା ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। ବିହାରର ଦରଭଙ୍ଗାର ୨୧ ବର୍ଷୀୟା ମୋନିକା ଗୁପ୍ତା ନିଜ ଆଖିରେ ପଟି ବାନ୍ଧି ରଙ୍ଗୋଲି ମାଧ୍ୟମରେ ଅଯୋଧ୍ୟାରେ ଭଗବାନ୍‌ ରାମଙ୍କ ମନ୍ଦିର ଆଙ୍କିଛନ୍ତି। ମୋନିକା ରସାୟନ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଏବେ ସେ ସ୍ନାତକୋତ୍ତର ପଢୁଛନ୍ତି। ସେ ୪୫୦ କି.ମି. ଦୂର ଦରଭଙ୍ଗାରୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଆସି ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ମୋନିକା କହିଛନ୍ତି, ଏଠାରେ ତାଙ୍କୁ ୬ଷ୍ଠ ଇନ୍ଦ୍ରିୟକୁ ଜାଗ୍ରତ ରଖିବାକୁ ପଡ଼ିଥାଏ। ଏହା ପରେ ଯାଇ ଆଖିରେ ପଟି ବାନ୍ଧିଲେ ବି ତାଙ୍କୁ ସଫା ସଫା ଦେଖାଯାଏ। ସେ ଆଖି ବନ୍ଦ କରି କିଛି ବି କରିପାରିବେ ବୋଲି ଦାବି କରିଛନ୍ତି। ମୋନିକା ମହାଭାରତର ଅର୍ଜୁନ ଏବଂ ସଞ୍ଜୟଙ୍କଠାରୁ ପ୍ରେରିତ ହୋଇଛନ୍ତି। ସେ ୮ ବର୍ଷ ବୟସରୁ ଆଖିରେ ପଟି ବାନ୍ଧି ସବୁକିଛି ଦେଖିପାରିବା ସହ ସମସ୍ତ କାର୍ଯ୍ୟ ମଧ୍ୟ କରିପାରନ୍ତି। ଆସନ୍ତା ୨୨ ତାରିଖରେ ଉତ୍ସବ ହେବାକୁ ଥିବାବେଳେ ଏଥିରେ ବାବା ରାମଦେବ, ମୋହନ୍‌ ଭାଗବତ, ଖେଳାଳି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ସମେତ ଅନେକ ଭିଆଇପି ଅତିଥି, କଳାକାର ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?