Posted inଜାତୀୟ

ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଭାରତୀୟ ରେଳ ପକ୍ଷରୁ ୪୧ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ କରୁଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ଭାଜପା ମୁଖ୍ୟ ସିଆର୍‌ ପାଟିଲ ମଧ୍ୟ ଉପସ୍ଥିତ ଥିଲେ।
ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ, ମୁଁ ରେଲଓ୍ବେ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି। ଏହି ୧୦ ବର୍ଷର କାମ କେବଳ ଏକ ଟ୍ରେଲର, ମୋତେ ଆହୁରି ଆଗକୁ ଯିବାକୁ ପଡିବ। ସ୍ବାଧୀନତା ପରବର୍ତ୍ତୀ ସରକାରଗୁଡିକ ରାଜବୈତିକ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇଥିଲେ; ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ରେଳ ବିଭାଗ ବିକାଶ ହୋଇ ନ ଥିଲା। ପୂର୍ବ ସରକାରମାନଙ୍କ ସହିତ ରେଳ ବିଭାଗ ପ୍ରାଥମିକତା ନ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରେଳବାଇକୁ ନବୀକରଣ କରାଯିବ। ପୂର୍ବରୁ ରେଳ ସଂରକ୍ଷଣରେ ଦଲାଲ ରହିଆସୁଥିଲା, ପୂର୍ବରୁ କମିଶନ ଖେଳ ଖେଳୁଥିଲା, କିନ୍ତୁ ବର୍ତ୍ତମାନ ସବୁକିଛି ବନ୍ଦ ହୋଇଯାଇଛି। ରେଳବାଇର ନବୀକରଣ ବିକଶିତ ଭାରତର ଗ୍ୟାରେଣ୍ଟି ଅଟେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ବିଜୟଙ୍କୁ ନେଇ ବଡ଼ ବୟାନ ଦେଲା କଂଗ୍ରେସ, ଜାତୀୟ ରାଜନୀତିରେ ହଇଚଇ

ଚେନ୍ନାଇ,୮।୫: ଶୁକ୍ରବାର ତାମିଲନାଡୁର ରାଜନୈତିକ ଘଟଣାକ୍ରମ ସମ୍ପର୍କରେ କଂଗ୍ରେସ ଦଳକୁ କଟାକ୍ଷ କରି ଭାରତୀୟ ଜନତା ପାର୍ଟି (ଭାଜପା)ର ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ. ସନ୍ତୋଷ ମନ୍ତବ୍ୟ…

ଜଣାପଡିଲା କିଏ ହେବେ ମୁଖ୍ୟମନ୍ତ୍ରୀ! ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଶାହାଙ୍କ ଏହି ସଙ୍କେତକୁ ନେଇ ହଇଚଇ

କୋଲକାତା,୮।୫: ଆଜି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବଙ୍ଗଳା ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଚୂରମାର୍‌! ବଡ଼ ଚାଲ୍‌ ଖେଳିଲେ ଷ୍ଟାଲିନଙ୍କ ପୁଅ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ପ୍ରତି ଘଣ୍ଟାରେ କ୍ଷମତା ଗତିଶୀଳତା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଅଭିନେତାରୁ ରାଜନେତା ହୋଇଥିବା…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ବଙ୍ଗଳାରେ ମନ୍ତ୍ରିମଣ୍ଡଳକୁ ନେଇ ବଡ଼ ଖବର: ଓଡ଼ିଶା ଫର୍ମୂଲା ପକାଇବ ଭାଜପା! ଦେବ ମହିଳା ଉପମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…

କୋଲକାତା, ୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଆଜି ଅପରାହ୍ନ ୪ଟାରେ କୋଲକାତାରେ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri