Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
କଟକ ଜିଲା ବଡ଼ମ୍ବାଗଡ଼ର ତୁଣପୁର ଗ୍ରାମରେ ୧୯୫୧ ମସିହା ଏପ୍ରିଲ ୫ ତାରିଖରେ ମୋର ଜନ୍ମ। ମୋ ବାପା ବୃନ୍ଦାବନ ଚନ୍ଦ୍ର ଚୌଧୁରୀ ଥିଲେ ଜଣେ ଆଦର୍ଶ ଶିକ୍ଷକ। ଆମେ ୪ଭାଇ ଓ ୪ଭଉଣୀ। ୧୯୬୮ ମସିହାରେ ବଡ଼ମ୍ବାର ମୋହନ ସୁବୁଦ୍ଧି ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ ପରେ ଅନୁଗୋଳ କଲେଜରେ ବିଜ୍ଞାନ ପଢିଲିି। ଏଠାରେ ଗୋଟିଏ ବର୍ଷ ପଢି ଦ୍ୱିତୀୟ ବର୍ଷ ବାରିପଦାର ଏମ୍‌ପିସି କଲେଜରୁ ୧୯୭୦ ମସିହାରେ ଇଣ୍ଟରମିଡିଏଟ୍‌ ପାସ୍‌ କଲି। ଏହା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଇଲି। ୧୯୭୫ ମସିହାରେ ଏମ୍‌ବିବିଏସ୍‌ ପାସ୍‌ କରି ୧୯୭୬ ମସିହାରେ ହାଉସମ୍ୟାନଶିପ୍‌ ଶେଷ କଲି। ସେହିବର୍ଷ କୋଲକାତାର ଶମ୍ଭୁନାଥ ପଣ୍ଡିତ ହସପିଟାଲରେ ପ୍ରସୂତି ବିଭାଗର ରେସିଡେଣ୍ଟସ ଡାକ୍ତର ଭାବେ ଯୋଗଦେଇ ୧୫ ମାସ ରହିଲି। ସେତେବେଳେ ଜୁନିୟର ରେସିଡେଣ୍ଟମାନଙ୍କୁ ମାସକୁ ୪ଶହ ଟଙ୍କା ମିଳୁଥିଲା। ତାହାଥିଲା ମୋର ପ୍ରଥମ ରୋଜଗାର। ସେହି ୪ଶହ ଟଙ୍କାରୁ ମେସ୍‌ ଖର୍ଚ୍ଚ ୯୦ ଟଙ୍କା ଯାଉଥିଲା। ବାକି ଭବିଷ୍ୟତରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶହେ ଟଙ୍କା ସଞ୍ଚୟ କରୁଥିଲି ଏବଂ ଆଉସବୁ ଦୈନନ୍ଦିନ ଖର୍ଚ୍ଚରେ ସରିଯାଉଥିଲା। ୧୯୭୮ ମସିହାରେ ରାଣୀଗଞ୍ଜ ମାରୁଆଡ଼ି ରିଲିଭ୍‌ ସୋସାଇଟି ହସପିଟାଲରେ ପ୍ରସୂତି ବିଭାଗରେ ଆସିଷ୍ଟାଣ୍ଟ ମେଡିକାଲ ଅଫିସର ଭାବେ ଯୋଗଦେଲି। ଏଠାରେ ମାସିକ ଦରମା ଥିଲା ୬୨୫ ଟଙ୍କା। ସେହିବର୍ଷ ଜୁଲାଇ ମାସରେ ପୁରୁଲିଆ ଜିଲା ମାନବଜାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସିଡିଏସ୍‌ ମେଡିକାଲ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲି। ୧୯୮୧ ମସିହା ଫେବୃୟାରୀରେ ସୁନ୍ଦରଗଡ଼ ଲାଇଙ୍ଗ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର କଲ୍ୟାଣ ଡାକ୍ତର ଭାବେ ଯୋଗଦେଲି। ତାପରେ ୧୯୮୨ରେ କଟକ ଜିଲାର ଡମପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ମୋର ବଦଳି ହେଲା। ଏଠାରେ ତିନିବର୍ଷ କାମ କରିବା ପରେ ୧୯୮୫ ଜୁନ୍‌ରେ ନିକଟସ୍ଥ ବୈଦେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)କୁ ବଦଳି ହେଲା। ଡମପଡ଼ା ଓ ବୈଦେଶ୍ୱର ଅଞ୍ଚଳରେ ଲୋକମାନେ ମୋତେ ଭାରି ଭଲ ପାଉଥିଲେ। ଏଠାକୁ ଆସୁଥିବା ମେଡିସିନ୍‌ ରିପ୍ରେଜେଣ୍ଟେଟିଭମାନେ ଯାହା ସାମ୍ପଲ ଔଷଧ ଦେଉଥିଲେ, ତାହା ଗରିବ ରୋଗୀମାନଙ୍କୁ ଦେଇଦେଉଥିଲି। ସେମାନଙ୍କର କୃତଜ୍ଞତା ଏବେବି ମୋର ଅଭୁଲା ରହିଛି। ସମୟକ୍ରମେ ୧୯୯୧ ମସିହାରେ କୋରାପୁଟର ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ବର୍ଷ ରହିଲି। ୨୦୦୩ ମସିହାରେ ପୁରୀ ଜିଲା ରେବଣାନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଏବଂ ୨୦୦୫ ମସିହାରେ ପିପିଲି ହସ୍‌ପିଟାଲ, ୨୦୦୯ ମସିହାରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୦୧୦ରେ ପୁରୀ ଯକ୍ଷ୍ମା ଓ ସଂକ୍ରମଣ ରୋଗ(ଟିବି ଆଣ୍ଡ ଇନ୍‌ଫେକସିଅସ୍‌ ଡିଜିଜ୍‌) ହସ୍‌ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରିଥିଲି। ଏମିତିରେ ୨୦୧୧ ଏପ୍ରିଲରେ ଅବସର ନେଲି। ଦୀର୍ଘବର୍ଷର ଚାକିରି ଜୀବନ ଭିତରେ କେବେ ମୋ କର୍ତ୍ତବ୍ୟରେ ଅବହେଳା କରିନାହିଁ। ଲୋକମାନଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଆପ୍ରାଣ ଉଦ୍ୟମ କରିଛି। ଅବସର ପରେ ଡୁୁମୁଡୁମାସ୍ଥିତ କାନୁନଗୋ ଡାଇବେଟିକ୍‌ ହସ୍‌ପିଟାଲରେ କିଛିଦିନ ଯୋଗଦେଲି। ଏହାପରେ ୨୦୧୪ରୁ ୨୦୧୮ ମସିହା ଯାଏ ଆଇଏମ୍‌ଏ ଓ ସମ୍‌ ହସ୍‌ପିଟାଲର ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟ କରିଥିଲି। ତେବେ ମୋର ସ୍ବାସ୍ଥ୍ୟଗତ କାରଣରୁ ଆଉ କୌଣସି ହସ୍‌ପିଟାଲରେ ଯୋଗଦେଇନାହିଁ। ଏବେ ଘରେ ରହି ବିଭିନ୍ନ ବହି ପଢାପଢି କରିବା ସହିତ ଯୋଗ ବ୍ୟାୟାମ କରିବାରେ ସମୟ କାଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri