Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
କଟକ ଜିଲା ବଡ଼ମ୍ବାଗଡ଼ର ତୁଣପୁର ଗ୍ରାମରେ ୧୯୫୧ ମସିହା ଏପ୍ରିଲ ୫ ତାରିଖରେ ମୋର ଜନ୍ମ। ମୋ ବାପା ବୃନ୍ଦାବନ ଚନ୍ଦ୍ର ଚୌଧୁରୀ ଥିଲେ ଜଣେ ଆଦର୍ଶ ଶିକ୍ଷକ। ଆମେ ୪ଭାଇ ଓ ୪ଭଉଣୀ। ୧୯୬୮ ମସିହାରେ ବଡ଼ମ୍ବାର ମୋହନ ସୁବୁଦ୍ଧି ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ ପରେ ଅନୁଗୋଳ କଲେଜରେ ବିଜ୍ଞାନ ପଢିଲିି। ଏଠାରେ ଗୋଟିଏ ବର୍ଷ ପଢି ଦ୍ୱିତୀୟ ବର୍ଷ ବାରିପଦାର ଏମ୍‌ପିସି କଲେଜରୁ ୧୯୭୦ ମସିହାରେ ଇଣ୍ଟରମିଡିଏଟ୍‌ ପାସ୍‌ କଲି। ଏହା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଇଲି। ୧୯୭୫ ମସିହାରେ ଏମ୍‌ବିବିଏସ୍‌ ପାସ୍‌ କରି ୧୯୭୬ ମସିହାରେ ହାଉସମ୍ୟାନଶିପ୍‌ ଶେଷ କଲି। ସେହିବର୍ଷ କୋଲକାତାର ଶମ୍ଭୁନାଥ ପଣ୍ଡିତ ହସପିଟାଲରେ ପ୍ରସୂତି ବିଭାଗର ରେସିଡେଣ୍ଟସ ଡାକ୍ତର ଭାବେ ଯୋଗଦେଇ ୧୫ ମାସ ରହିଲି। ସେତେବେଳେ ଜୁନିୟର ରେସିଡେଣ୍ଟମାନଙ୍କୁ ମାସକୁ ୪ଶହ ଟଙ୍କା ମିଳୁଥିଲା। ତାହାଥିଲା ମୋର ପ୍ରଥମ ରୋଜଗାର। ସେହି ୪ଶହ ଟଙ୍କାରୁ ମେସ୍‌ ଖର୍ଚ୍ଚ ୯୦ ଟଙ୍କା ଯାଉଥିଲା। ବାକି ଭବିଷ୍ୟତରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶହେ ଟଙ୍କା ସଞ୍ଚୟ କରୁଥିଲି ଏବଂ ଆଉସବୁ ଦୈନନ୍ଦିନ ଖର୍ଚ୍ଚରେ ସରିଯାଉଥିଲା। ୧୯୭୮ ମସିହାରେ ରାଣୀଗଞ୍ଜ ମାରୁଆଡ଼ି ରିଲିଭ୍‌ ସୋସାଇଟି ହସପିଟାଲରେ ପ୍ରସୂତି ବିଭାଗରେ ଆସିଷ୍ଟାଣ୍ଟ ମେଡିକାଲ ଅଫିସର ଭାବେ ଯୋଗଦେଲି। ଏଠାରେ ମାସିକ ଦରମା ଥିଲା ୬୨୫ ଟଙ୍କା। ସେହିବର୍ଷ ଜୁଲାଇ ମାସରେ ପୁରୁଲିଆ ଜିଲା ମାନବଜାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସିଡିଏସ୍‌ ମେଡିକାଲ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲି। ୧୯୮୧ ମସିହା ଫେବୃୟାରୀରେ ସୁନ୍ଦରଗଡ଼ ଲାଇଙ୍ଗ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର କଲ୍ୟାଣ ଡାକ୍ତର ଭାବେ ଯୋଗଦେଲି। ତାପରେ ୧୯୮୨ରେ କଟକ ଜିଲାର ଡମପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ମୋର ବଦଳି ହେଲା। ଏଠାରେ ତିନିବର୍ଷ କାମ କରିବା ପରେ ୧୯୮୫ ଜୁନ୍‌ରେ ନିକଟସ୍ଥ ବୈଦେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)କୁ ବଦଳି ହେଲା। ଡମପଡ଼ା ଓ ବୈଦେଶ୍ୱର ଅଞ୍ଚଳରେ ଲୋକମାନେ ମୋତେ ଭାରି ଭଲ ପାଉଥିଲେ। ଏଠାକୁ ଆସୁଥିବା ମେଡିସିନ୍‌ ରିପ୍ରେଜେଣ୍ଟେଟିଭମାନେ ଯାହା ସାମ୍ପଲ ଔଷଧ ଦେଉଥିଲେ, ତାହା ଗରିବ ରୋଗୀମାନଙ୍କୁ ଦେଇଦେଉଥିଲି। ସେମାନଙ୍କର କୃତଜ୍ଞତା ଏବେବି ମୋର ଅଭୁଲା ରହିଛି। ସମୟକ୍ରମେ ୧୯୯୧ ମସିହାରେ କୋରାପୁଟର ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ବର୍ଷ ରହିଲି। ୨୦୦୩ ମସିହାରେ ପୁରୀ ଜିଲା ରେବଣାନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଏବଂ ୨୦୦୫ ମସିହାରେ ପିପିଲି ହସ୍‌ପିଟାଲ, ୨୦୦୯ ମସିହାରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୦୧୦ରେ ପୁରୀ ଯକ୍ଷ୍ମା ଓ ସଂକ୍ରମଣ ରୋଗ(ଟିବି ଆଣ୍ଡ ଇନ୍‌ଫେକସିଅସ୍‌ ଡିଜିଜ୍‌) ହସ୍‌ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରିଥିଲି। ଏମିତିରେ ୨୦୧୧ ଏପ୍ରିଲରେ ଅବସର ନେଲି। ଦୀର୍ଘବର୍ଷର ଚାକିରି ଜୀବନ ଭିତରେ କେବେ ମୋ କର୍ତ୍ତବ୍ୟରେ ଅବହେଳା କରିନାହିଁ। ଲୋକମାନଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଆପ୍ରାଣ ଉଦ୍ୟମ କରିଛି। ଅବସର ପରେ ଡୁୁମୁଡୁମାସ୍ଥିତ କାନୁନଗୋ ଡାଇବେଟିକ୍‌ ହସ୍‌ପିଟାଲରେ କିଛିଦିନ ଯୋଗଦେଲି। ଏହାପରେ ୨୦୧୪ରୁ ୨୦୧୮ ମସିହା ଯାଏ ଆଇଏମ୍‌ଏ ଓ ସମ୍‌ ହସ୍‌ପିଟାଲର ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟ କରିଥିଲି। ତେବେ ମୋର ସ୍ବାସ୍ଥ୍ୟଗତ କାରଣରୁ ଆଉ କୌଣସି ହସ୍‌ପିଟାଲରେ ଯୋଗଦେଇନାହିଁ। ଏବେ ଘରେ ରହି ବିଭିନ୍ନ ବହି ପଢାପଢି କରିବା ସହିତ ଯୋଗ ବ୍ୟାୟାମ କରିବାରେ ସମୟ କାଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟମାଡ଼ି ଶୋଉଥିଲେ ପେଟମାଡ଼ି ଶୋଇବାକୁ ଅନେକେ ଭଲପାଆନ୍ତି।

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟମାଡ଼ି ମୋବାଇଲ୍‌ କିମ୍ବା ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତି କି ପେଟମାଡ଼ି...

ବର ଆସିଲେ ଓଟ ଚଢ଼ି

ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ...

ଶାଓ୍ବାର ଅନ୍‌ କରି ଏମିତି ଗାଧୋଉଛି ପକ୍ଷୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର...

ଶିଡ଼ିରୁ ଏପରି ଓହ୍ଲାଉଛି କୁନି ପିଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨୧ ବର୍ଷୀୟ ଶ୍ରୀରାମଙ୍କ ଚିତ୍ର

ନୂଆଦିଲ୍ଲୀ: ନିକଟରେ ଭଗବାନ ଶ୍ରୀରାମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଫଟୋରେ ଶ୍ରୀରାମ ସାଦା ଏବଂ ଅନ୍ୟ ଏକ...

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର...

ମଣିଷଙ୍କୁ ଅମର କରୁଥିବା ଯୀଶୁଙ୍କ ହୋଲି ଗ୍ରୀଲ୍‌ ଏବେ କେଉଁଠି ?

ରୋମ୍‌,୧୨।୨: ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍‌ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ...

Advertisement
Archives

Model This Week