‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ସଦସ୍ୟ ୟୁଜବେନ୍ଦ୍ର ଚହଲ। ଏଥର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଯାଉଥିବା ଲେଗ୍‌ ସ୍ପିନର କହିଛନ୍ତି, ମୋର ଆରସିବି ଏବଂ ଫ୍ୟାନ୍ସଙ୍କ ସହିତ ନିବିଡ଼ ସମ୍ପର୍କ ରହିଛି। ମୁଁ ଏହି ଦଳ ପାଇଁ ଅନେକ ମ୍ୟାଚ୍‌ ଖେଳିଛି। ଆର୍‌ସିବି ଛଡ଼ା ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ବୋଲି କଦାପି ଚିନ୍ତା କରି ନ ଥିଲି। ଲୋକେ ଏବଂ ପ୍ରଶଂସକମାନେ ମୋତେ ଏବେ ବି ପ୍ରଶ୍ନ କରୁଛନ୍ତି ‘ତୁମେ କାହିଁକି ଅଧିକ ଟଙ୍କା ମାଗିଲ ?’। କିନ୍ତୁ ଏଥିରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

“ମୋତେ ମାଇକ ହେସନ (ଆର୍‌ସିବି ଡିରେକ୍ଟର ଅଫ୍‌ କ୍ରିକେଟ୍‌) କଲ କରିଥିଲେ। କହିଥିଲେ, ୟୁଜି ଶୁଣ ଆମେ ୩ ଖେଳାଳି(ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ମହମ୍ମଦ ସିରାଜ)ଙ୍କୁ ରିଟେନ କରିଛୁ। ତୁମକୁ ଆମେ ଅକ୍‌ଶନ ଆଣିବୁ। ଏହା ଛଡ଼ା ସେ ମୋତେ କିଛି ପଚାରି ନ ଥିଲି। ମୁଁ ରିଟେନ ହେବାକୁ ଚାହେଁ କି ସେମାନେ ମୋତେ ରିଟେନ କରିବାକୁ ଚାହାନ୍ତି, ସେଭଳି କିଛି ବି କଥା ହୋଇ ନ ଥିଲା। କିନ୍ତୁ ମୁଁ ସର୍ବଦା ବାଙ୍ଗାଲୋର ଫ୍ୟାନଙ୍କ ଲାଗି ସଚ୍ଚୋଟ। ମୁଁ ସେମାନଙ୍କୁ ଖୁବ୍‌ ଭଲ ପାଏ” ବୋଲି ଚହଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚହଲ ଆରସିବି ପାଇଁ ୧୧୩ ମ୍ୟାଚ୍‌ ଖେଳି ୧୩୯ ଉଇକେଟ ନେଇଛନ୍ତି। ୨୦୧୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନିକିଆ: ଭାରତୀୟ ମହିଳାଙ୍କ ବୃହତ୍‌ ପରାଜୟ

ଲକ୍ଷ୍ନୌ, ୮।୩(ପି.ଟି.): ଦୀର୍ଘଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଏକ ବଡ଼ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକା...

୬୧ ବର୍ଷରେ ପାଦଦେଲେ କପିଲ୍‌ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍‌

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ...

ପୁରୁଣା ଟିମ୍‌କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା...

ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କୁ ୬ ଉଇକେଟ, ଓଡ଼ିଶା ଅଗ୍ରଣୀ

କଟକ ଅଫିସ,୧୧ା୧: ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଶନିବାରଠାରୁ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ପେସ୍‌ ବୋଲିଂ ଆଟାକ ପୁଣି ଥରେ...

୩ ଫୁଟବଲ ପ୍ରଶଂସକ ଗିରଫ

ଲଣ୍ଡନ,୩।୧(ଏପି)- ପ୍ରିମିୟର ଲିଗ୍‌ ମ୍ୟାଚ୍‌ବେଳେ ଚେଲସି ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିବା ଜଣେ ବ୍ରାଇଟନ ପ୍ରଶଂସକଙ୍କୁ ଗିରଫ କରାଯାଇଛି। ସମାନ ମ୍ୟାଚ୍‌ରେ ସମ୍ମଲିଙ୍ଗୀ ଭେଦଭାବ...

ପୁରସ୍କାର ଦୌଡ଼ରେ ସିରାଜ, ଶୁବମନ

ଦୁବାଇ, ୮।୨ (ପି.ଟି.): ଜାନୁୟାରୀ ମାସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦୌଡ଼ରେ ଭାରତ ପେସ୍‌ ବୋଲର ମହମ୍ମଦ...

ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର...

Advertisement
Archives

Model This Week