ମୁଁ ୮ ଯୁଦ୍ଧ ବନ୍ଦ କରିଛି, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍‌: ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୁରସ୍କାର ଗ୍ରହଣ ନ କରିବା କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ଆମେରିକା ପାଇଁ ଏକ ଗମ୍ଭୀର ଅପମାନ ହେବ। ସେ ଏପର୍ଯ୍ୟନ୍ତ ୭ଟି ପ୍ରମୁଖ ଅନ୍ତର୍ଜାତୀୟ ସଂଘର୍ଷର ଅନ୍ତ କରିଛନ୍ତି ଏବଂ ଯଦି ଗାଜା ସଂଘର୍ଷ ମଧ୍ୟ ଶେଷ ହୁଏ, ତେବେ ଏହା ତାଙ୍କର ଅଷ୍ଟମ ଐତିହାସିକ ସଫଳତା ହେବ।

ଏହି ବର୍ଷ ନୋବେଲ ପୁରସ୍କାର ଅକ୍ଟୋବର ୧୦ରେ ଘୋଷଣା ହେବାର ଠିକ ପୂର୍ବରୁ ତାଙ୍କର ଏହି ବୟାନ ଆସିଛି। ଟ୍ରମ୍ପ ନୋବେଲ ପୁରସ୍କାର ବିଷୟରେ ବହୁତ ଆଲୋଚନା କରିଛନ୍ତି। ୨୦୨୪ରେ, ସେ କହିଥିଲେ, ଯଦି ମୋର ନାମ ଓବାମା ହୋଇଥାନ୍ତା, ତେବେ ମୁଁ ୧୦ ସେକେଣ୍ଡ ମଧ୍ୟରେ ନୋବେଲ ପାଇଥାନ୍ତି। ଓବାମା କିଛି ନକରି ଏହି ସମ୍ମାନ ପାଇଥିଲେ। ମୁଁ ଏତେ ଶାନ୍ତି ପ୍ରତିଷ୍ଠା କରି ମଧ୍ୟ ମୋତେ ମିଳୁ ନାହିଁ।

ଭର୍ଜିନିଆର କ୍ୱାଣ୍ଟିକୋ ସାମରିକ ମୁଖ୍ୟାଳୟରେ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ଆମେ ଗାଜା ସମସ୍ୟାର ପ୍ରାୟ ସମାଧାନ କରିଛୁ। ଏବେ ଆମକୁ ଦେଖିବାକୁ ପଡିବ ଯେ ହମାସ ରାଜି କି ନାହିଁ। ଯଦି ସେମାନେ ରାଜି ନ ହୁଅନ୍ତି, ତେବେ ସେମାନଙ୍କ ପାଇଁ ଏହା କଷ୍ଟକର ହେବ। ଭଲ ଖବର ହେଉଛି ଯେ ସମସ୍ତ ଆରବ ଏବଂ ମୁସଲିମ ଦେଶ ରାଜି ହୋଇଛନ୍ତି, ଏବଂ ଇସ୍ରାଏଲ ମଧ୍ୟ ଏଥିରେ ସାମିଲ ଅଛି। ଆଠ ମାସରେ ଆଠଟି ବିବାଦର ଅନ୍ତ କରିବା କ’ଣ ଏକ ଛୋଟ କଥା?କିନ୍ତୁ ମୁଁ ନୋବେଲ ପାଇବି ନାହିଁ। ଏହି ସମ୍ମାନ ଏପରି ଜଣେ ବ୍ୟକ୍ତିଙ୍କୁ ଦିଆଯିବ ଯିଏ କିଛି କରିନାହାଁନ୍ତି। ଏହା ଆମେରିକା ପ୍ରତି ଅପମାନ ହେବ। ମୁଁ ନିଜ ପାଇଁ ଏହି ପୁରସ୍କାର ଚାହେଁ ନାହିଁ। ଏହା ଆମେରିକାକୁ ଯିବା ଉଚିତ କାରଣ ବିଶ୍ୱ କେବେ ଏପରି ସଫଳତା ଦେଖିନାହିଁ। ଆଠଟି ବିବାଦର ସମାଧାନ କରିବା ଏକ ଚମତ୍କାରଠାରୁ କମ ନୁହେଁ।

ଏପର୍ଯ୍ୟନ୍ତ ସାତଟି ଦେଶ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଏଥିରେ ପାକିସ୍ତାନ, ଇସ୍ରାଏଲ, ଆଜରବାଇଜାନ, ଆର୍ମେନିଆ, କାମ୍ବୋଡିଆ, ରୱାଣ୍ଡା ଏବଂ ଗାବନ ଅନ୍ତର୍ଭୁକ୍ତ। ତଥାପି, ନୋବେଲ କମିଟି ପରମ୍ପରା ଅନୁଯାୟୀ, ୫୦ ବର୍ଷ ଧରି ସରକାରୀ ମନୋନୟନ ସାର୍ବଜନୀନ କରାଯାଏ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

୨-୦ରେ ସିରିଜରେ ଆଗରେ ଅଛି ଟିମ ଇଣ୍ଡିଆ…, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ କେବେ ଖେଳାଯିବ? ଦୂର ହେଲା ସିରିଜ ହାରିଯିବାର ଭୟ

ନୂଆଦିଲ୍ଲୀ,୧୦।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ତୃତୀୟ ମ୍ୟାଚ ହାମିଲଟନରେ ଖେଳାଯିବାର ଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?