Posted inଜାତୀୟ

ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ ଯଦି କେହି ତାଙ୍କୁ ଧକ୍କା ମାରି ବିଦା କରି ଦିଅନ୍ତି ତେବେ ଏହା ଅନ୍ୟ କଥା ହେବ।
କଂଗ୍ରେସ ଛାଡିବା ଏବଂ ଭାଜପାରେ ଯୋଗଦେବାର ଚର୍ଚ୍ଚା ଉପରେ ମନୀଷ କହିଛନ୍ତି, ମୁଁ ଏହା ପୂର୍ବରୁ ଅନେକ ଥର କହିଛି ଯେ ଆମେ କଂଗ୍ରେସ ଦଳର ଭଡାଟିଆ ନୁହେଁ, ଦଳର ଅଂଶବିଶେଷ। କିନ୍ତୁ ଯଦି କେହି ଆମକୁ ବାହାରକୁ ଠେଲି ଦିଅନ୍ତି, ତେବେ ତାହା ଅନ୍ୟ ଏକ ବିଷୟ। ଆମେ ଏହି ପାର୍ଟିକୁ ୪୦ ବର୍ଷ ଦେଇଛୁ। ଆମ ପରିବାର ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ରକ୍ତ ବୁଆଇଛୁ। ଆମେ ଆଦର୍ଶ ରାଜନୀତିରେ ବିଶ୍ୱାସ କରୁ। କିନ୍ତୁ ଯଦି କେହି ତାହା ନ ବୁଝିବ ତେବେ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ସାମିଲ ନ କରାଯିବାରୁ ମନୀଷ ଦଳ ଉପରେ ପରୋକ୍ଷରେ ବର୍ଷିଥିଲେ। ସେ ଟୁଇଟ୍‌ କରି କହିଥିଲେ, ତାଙ୍କ ନାମ ଏହି ତାଲିକାରେ ଥିଲେ ସେ ଆଶ୍ଚର୍ଯ୍ୟ ହୋଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଙ୍କ ଇଚ୍ଛା ମୃତ୍ୟୁ ଆବେଦନ: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ତାଲମେଣ୍ଡା ଗ୍ରାମର ଯୁବ ଚାଷୀ ରୋହିତ ଭୋଇଙ୍କ ଇଚ୍ଛାମୃତ୍ୟୁ ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ…

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

ତାଲିବାନୀ ସଜ୍ଜା! ପ୍ରଥମେ ଅଧା ଚୁଟି କାଟିଦେଲେ, ୧୧-୧୨ ବର୍ଷ ବୟସର ପିଲାଙ୍କୁ ବଳପୂର୍ବକ ବିବାହ କଲେ

ପାଟନା,୧୨।୫: ବିହାରର କଟିହାର ଜିଲାରୁ ଏକ ଖବର ଆସିଛି ଯାହା କେବଳ ସାମାଜିକ ମର୍ଯାଦାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ନୁହେଁ ବରଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ…

ପାନୀୟଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ଲୋକେ ହଟହଟା

ଭେଡେନ,୧୨।୫(ହୃଷିକେଶ ଖମାରୀ):ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଞ୍ଜୁର କରି…

ସମସ୍ୟା ଘେରରେ କେସିଙ୍ଗା-କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ: ୯ ଦଫା ଦାବି ସମାଧାନ କରିବାକୁ ଆହ୍ବାନ

କେସିଙ୍ଗା,୧୧।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ୯ ଦଫା ସମସ୍ୟାକୁ ନେଇ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri