Posted inଜାତୀୟ

ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ ଯଦି କେହି ତାଙ୍କୁ ଧକ୍କା ମାରି ବିଦା କରି ଦିଅନ୍ତି ତେବେ ଏହା ଅନ୍ୟ କଥା ହେବ।
କଂଗ୍ରେସ ଛାଡିବା ଏବଂ ଭାଜପାରେ ଯୋଗଦେବାର ଚର୍ଚ୍ଚା ଉପରେ ମନୀଷ କହିଛନ୍ତି, ମୁଁ ଏହା ପୂର୍ବରୁ ଅନେକ ଥର କହିଛି ଯେ ଆମେ କଂଗ୍ରେସ ଦଳର ଭଡାଟିଆ ନୁହେଁ, ଦଳର ଅଂଶବିଶେଷ। କିନ୍ତୁ ଯଦି କେହି ଆମକୁ ବାହାରକୁ ଠେଲି ଦିଅନ୍ତି, ତେବେ ତାହା ଅନ୍ୟ ଏକ ବିଷୟ। ଆମେ ଏହି ପାର୍ଟିକୁ ୪୦ ବର୍ଷ ଦେଇଛୁ। ଆମ ପରିବାର ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ରକ୍ତ ବୁଆଇଛୁ। ଆମେ ଆଦର୍ଶ ରାଜନୀତିରେ ବିଶ୍ୱାସ କରୁ। କିନ୍ତୁ ଯଦି କେହି ତାହା ନ ବୁଝିବ ତେବେ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ସାମିଲ ନ କରାଯିବାରୁ ମନୀଷ ଦଳ ଉପରେ ପରୋକ୍ଷରେ ବର୍ଷିଥିଲେ। ସେ ଟୁଇଟ୍‌ କରି କହିଥିଲେ, ତାଙ୍କ ନାମ ଏହି ତାଲିକାରେ ଥିଲେ ସେ ଆଶ୍ଚର୍ଯ୍ୟ ହୋଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ଧରି ବାପା, ଭାଇ, ଜେଜେବାପା ବଳାତ୍କାର କରୁଥିଲେ

ପୁଣେ,୨୦।୩: ୧୧ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଭାଇ, ବାପା, ଜେଜେବାପା ଏବଂ ସମ୍ପର୍କୀୟ ମାମୁଁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ। ଗତ ୫ ବର୍ଷ...

ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ।...

ଯୋଗୀଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସିଜେଆଇଙ୍କୁ ପୂର୍ବତନ ବିଚାରପତିଙ୍କ ଚିଠି…

ନୂଆଦିଲ୍ଲୀ, ୧୫।୬ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ...

ଶୌଚାଳୟ ସଫା କଲେ ଭାଜପା ଏମ୍‌ପି, ଭାଇରାଲ ହେଉଛି ଭିଡିଓ

ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍‌ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍‌ପି ନିଜେ ଏକ...

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା...

ଜ୍ଞାନବାପି ସର୍ଭେ ରାୟ ଦେଇଥିବା ଜଜ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୯ା୬: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ୍‌ରେ ଭିଡିଓଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରାଣସୀ କୋର୍ଟ ଜଜ୍‌ ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି।...

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ...

ବିବିସି ଡକ୍ୟୁମେଣ୍ଟାରି ବ୍ୟାନ୍‌ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୩୦।୧(ପି.ଟି.) : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ...

Advertisement
Archives

Model This Week