Posted inଫୁରସତ

ଏଯାଏଁ ଭୁଲିନି ସେହି ୩୦ ଟଙ୍କାର ସ୍ମୃତି: ସାହିତି୍ୟକ ମନୋଜ ମିଶ୍ର

ସେତେବେଳେ ଦରମା ମିଳିବା ଦିନ ଆମ ଛୁଆଙ୍କର ମଉଛବ। ସେଦିନ ଆମ କଟକ ଜିଲା ପ୍ରାଚୀକୂଳିଆ ନୂଆବେତେଣ୍ଡା ନିବାସୀ ପ୍ରଫୁଲ୍ଲ କୁମାର ମିଶ୍ର ଓରଫ ମିଶ୍ରମାଷ୍ଟ୍ରେ ମାନେ ମୋ ନନାଙ୍କର ଚାଲି ବେଶ୍‌ ଦେଖିଲାଭଳିଆ ।
ଗୋଟେ ଗୋଡ଼ ଘର ଭିତରେ ତ ଆଉ ଗୋଟେ ଯାଇ ଦାଣ୍ଡପିଣ୍ଡାରେ। ଆମର ବି ଖୁସି କହିଲେ ନ ସରେ। ନନାଙ୍କର ଫେରିଲା ବାଟକୁ ବିଲେଇ ଭଳିଆ ଚାହିଁବସିଥାଉଁ ଆମେ ଭାଇ ଭଉଣୀ। ଦାସ ଗୁଡ଼ିଆ ଦୋକାନରୁ କାଗଜ ଗୁଡେଇ ନନା ଆଣିକି ଆସିବେ ପକୁଡି। ନିଜେ ମହମହ ବାସୁଥିବେ ହାଟରୁ ବରଜୁଆ ଖିଲିପାନ ଖଣ୍ଡେ କଳରେ ଜାକି। ସେଦିନ ହାଟରୁ ବଡ଼ମାଛ ବି ଆସିଥିବ ନିଶ୍ଚୟ। ନନା ଆମର ମାଛ ଡାଆଣା ଭାରି। ପିଲାଟି ଦିନରୁ ମୋର ଭାରି ଇଚ୍ଛା ହୁଏ, ମୁଁ ନନାଙ୍କ ଭଳିଆ ଦରମା ଗଣ୍ଡେ ପାଆନ୍ତିକି ହେଲେ? ଆହା, ଯାହା ଇଚ୍ଛା କରନ୍ତି ତାହା କିଣି ପେଟପୂରେଇ ଖାଇଯା’ନ୍ତି ଆଗ। ମନର ଓରିମାନା ମେଣ୍ଟେଇବାକୁ ଯାଇ କୁନି କୁନି ଭାଇ ଭଉଣୀଙ୍କୁ ବୁଝେଇ ଶୁଖେଇ ବସେଇ ମିଛିମିଛିକା ମାଷ୍ଟ୍ରଟିଏ ବି ହୁଏ ମୁଁ। ମାସ ଶେଷ ହେଲାଣି ଯାଉଛି ଦରମା ଗଣ୍ଡାକ ଆଣିବି କହି ଖଣ୍ଡିଆ ଖପରା, ଚିରା କାଗଜଗୁଡାକୁ ଗୋଟେଇ ଗାଟେଇ ଆଣି ତାଙ୍କୁ ଦେଖାଏ। କୁହେ, ଏଇ ଦେଖୁଛ ମୋ ଦରମା। ଅବୁଝା ପିଲା ଦି’ଟା ଜିଦିକରି ବସନ୍ତି ତାଙ୍କପାଇଁ ଖାଇବା ଜିନିଷ କିଣିଦେବାକୁ। ମୁଁ ବିଚରା ହଟହଟା ହୁଏ ଭାରି। ସତରେ ଭାରି ନିଆରା ସେ ଦିନ ସବୁର ଅନୁଭୂତି। ବେଶ୍‌ ମନେଅଛି ସେଦିନ, ଯେବେ ମୁଁ ସତକୁ ସତ ମୋ ପରିଶ୍ରମର ଫଳ, ମାନେ ପାରିଶ୍ରମିକକୁ ନିଜ ହାତରେ ମୁଠେଇ ଧରିଲି ଆତ୍ମହରା ହୋଇ। ଅଷ୍ଟମ ଶ୍ରେଣୀରେ ପଢ଼ୁଥାଏ। ଆମ ସାହିର ପୋଷ୍ଟମାଷ୍ଟ୍ରେ ସାହୁ ମଉସା ତାଙ୍କ ତୃତୀୟ ଶ୍ରେଣୀ ପଢୁଆ ଝିଅର ଡେଣାକୁ ଟାଣି ଘୋଷାରି ଆସି ଆମ ଘରେ ଦିନେ ହାଜର। ଶୀତୁଆ ସା। ମୁଁ ବୋଉ ପାଖେ ବସି ଲଣ୍ଠନ ଜାଳି ପଢୁଥାଏ। ମଉସା କହିଲେ ବାବୁରେ ମୋ ଧନଟା ପରା, ଏ ଉଦଣ୍ଡିର ଆଜିଠୁ ଘଡିଏ ଘଡ଼ିଏ ପାଠ ଦେଖେ ତୁ,ମୋ ବାପା। ସେଇଦିନୁ କିଛି କିଛି ସମୟ ସେ ଝିଅଟିର ପାଠ ଦେଖିଲି। ମାସ ପୂରିଲାଦିନ ସାହୁ ମଉସା ଆସି ହସିହସି ମୋ ହାତରେ ଟଙ୍କିକିଆ ନୋଟ ତିରିଶ ଖଣ୍ଡ ଗୁଞ୍ଜିଦେଇ କହିଲେ ବାପରେ ଏଇଟା ରଖ, ତୋ ଦରମା। ମୋ ଆଖି ଟେରା ହୋଇଗଲା ସତରେ। ଆଃ… କ’ଣ କହିବି ମୁଁ। ଗୋଡ଼ ମୋର ଜମା ଆଉ ତଳେ ଲାଗିଲାନି। ମଉସା ଗଲାପରେ ଭୂଇଁରେ ଚିତହୋଇ ଶୋଇ ସାନଭାଇକୁ କହିଲି ଏ ଟଙ୍କାସବୁ ଗୋଟି ଗୋଟି କରି ମୋ ମୁଣ୍ଡଠୁ ଆଣ୍ଠୁ ଯାଏ ଥୋଇଲୁ ଶୀଘ୍ର। ସେ ଅବୋଧ ଖଣ୍ଡକ ବୋଲକରା ବେଠିଆ ଭଳିଆ ମୋ କଥା ମାନି ଗୋଟିଗୋଟି କରି ଟଙ୍କିକିଆ ଖଡଖଡ଼ିଆ ନୋଟ୍‌ ସବୁକୁ ମୁଣ୍ଡଠୁ ଆଣ୍ଠୁ ଯାଏ ଥୋଇ ଜଗିବସିଲା କେତେବେଳେ ତା ଭାଗ୍ୟ ଖୋଲିବ ବୋଲି। ମୁଁ ଆଖି ବୁଜି ନୀରବରେ ଗୋଟେ ଚରମ ଶାନ୍ତିକୁ ଛାତି ସାରା ଅନୁଭବ କରିଚାଲିଥିଲି। କିଛି ସମୟ ପରେ ଉଠି ବୋଉସାଙ୍ଗରେ ବାଆଜି ବାଉରୀ ଘରକୁ ଯାଇ ବାଇଶ ଟଙ୍କାଦେଇ ବଡ଼ ଭାକୁରମାଛଟିଏ ଆଣିଲି ନନାଙ୍କୁ ଭଲ ଲାଗେ ବୋଲି। ଚାରି ଟଙ୍କାରେ ମୋର ଆଉ ବୋଉ ଚପଲରେ ନୂଆ ଫିତାଲଗେଇଲି ଗାଁ ମୁଣ୍ଡ ମୋଚି ପାଖରୁ। ଦି’ ଟଙ୍କାରେ ଦିଟା ନଳୀ ପୁଡ଼ିଆ ଆଣି ସାନ ଭାଇ ଭଉଣୀକୁ ଦେଇ ରାଜା କର୍ଣ୍ଣଙ୍କ ଠାଣିରେ ଦି’ଘେରା ତାଙ୍କ ଚାରିପଟେ ଘୂରିଗଲି। ଆଉ ବାକି ଦି’ଟଙ୍କା କ’ଣ କଲି ଠିକ୍‌ ମନେ ନାହିଁ। ତେବେ ଖୁବ୍‌ ନିଆରା ସେ ଅନୁଭୂତି। ଏ ତ ପିଲାବେଳର କଥା। ବଡ଼ ହେଲାପରେ ହୋଟେଲ ମ୍ୟାନେଜମେଣ୍ଟ ପାଠପଢ଼ା ସାରି ଚାକିରି କଲି ଭୁବନେଶ୍ୱରରେ ୨୦୦୧ରେ। ଚାକିରିର ପହିଲି ଦରମା ଟଙ୍କା ୨୨୦୦ ଧରି ଖୁବ୍‌ ଖୁସି ହୋଇଥିଲି। ଛୁଟିନେଇ ଘରକୁ ଯାଇଥିଲି ନନା, ବୋଉ ଆଉ ଭାଇ, ଭଉଣୀଙ୍କୁ ଜଣେଇବା ପାଇଁ। ସମସ୍ତଙ୍କ ଲାଗି କିଛି କିଛି ଉପହାର ନେଇଥିଲି ସାଙ୍ଗରେ। ସମୟର ସୁଅ ମୋତେ ଏବେ ଇଣ୍ଡିଆ ହାବିଟାଟ୍‌ ସେଣ୍ଟରରେ ଗୃହ ରକ୍ଷଣାବେକ୍ଷଣ ବିଭାଗର ମୁଖ୍ୟ କୁର୍ସିରେ ବସାଇଛି। ସାହିତ୍ୟ ଓ କଳା ମୋ ଜୀବନ, ଗଳ୍ପ କବିତା, ଚିତ୍ର ଏବଂ ସଙ୍ଗୀତ ଭିତରେ ମୁଁ ଦୁନିଆକୁ ନିଇତି ଭେଟୁଚି ଆଉ ସକାରାତ୍ମକ ଢଙ୍ଗରେ ବଞ୍ଚୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?