ପାଣିକୋଇଲି,୨୬।୩(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ପୋଲ ମରଣଯନ୍ତା ପାଲଟିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଖବର ପ୍ରକାଶ ପରେ ଜାତୀୟ ରାଜପଥ ପୋଟ୍ରୋଲିଂ ସବଇନ୍ସପେକ୍ଟର ଅଶୋକ ବଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଠିକାସଂସ୍ଥା ଓ ଯାଜପୁର ଏସପି ବିନୀତ୍ ଅଗ୍ରୱାଲଙ୍କୁ ଜଣାଇଥିଲେ। ଫଳରେ ବିଭାଗୀୟ ଅଧିକାରୀ ଗତ ୧୯ ତାରିଖରେ ଏହାକୁ ମରାମତି କରିଥିଲେ। ହେଲେ ନିମ୍ନମାନର କାର୍ଯ୍ୟଯୋଗୁ ଏକ ସପ୍ତାହ ମଧ୍ୟରେ ପିଚୁ ଉଠିଯାଇଛି। ଶନିବାର ଏକ ଉଚ୍ଚସ୍ତରୀୟ ମରାମତି ଦଳ ରାଜପଥ ପୋଟ୍ରୋଲିଙ୍ଗ ଅଫିସର ବଳଙ୍କ ଉପସ୍ଥିତିରେ ପୁଣି ମରାମତି କାର୍ଯ୍ୟ ଜାରି ରଖିଛିନ୍ତି। ଏହି ମରାମତି ଶେଷ ନା ପୁଣି ସମ ଅବସ୍ଥା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶଯେ, ୧୬ ନମ୍ବର ଜାତୀୟ ରାଜପଥରେ ୬ଲେନ କାମ ସରିବାର ନାଁ ଧରୁନି। ବୈଷୟିକ ଜ୍ଞାନ କୌଶଳର ଅଭାବ ଓ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣାର ଏହା ପ୍ରମୁଖ କାରଣ ସାଜିଛି। ପାଣିକୋଇଲି ଥାନାଠାରୁ ପଥରପଦା ସ୍କୁଲ ମଧ୍ୟରେ ଦୁଇଟି ନାଳ ଉପରେ ପୋଲ ରହିଛି। ୬ ଲେନ କାମ ବେଳେ ଏହି ପୋଲ ନିକଟରେ ଦୁଇଟି ପୋଲ କରାଯାଇ ତାକୁ ମିଶ୍ରଣ କରାଯାଇଥିଲା। ହେଲେ ଏହି ମିଶ୍ରଣ କାର୍ଯ୍ୟର ତ୍ରୁଟି ଯୋଗୁ ଏହା ବାରମ୍ବାର ଭାଙ୍ଗିଯିବା ଦେଖିବାକୁ ମିଳିଛି। ଦୁଇ ପୋଲ ମଝିରେ ବାରମ୍ବାର ଖାଲ ହେବା ଯୋଗୁ ଦୁର୍ଘଟଣା ଘଟୁଛି। କିଛି ଦିନ ତଳେ ଏହାର ମରାମତି ପାଇଁ ମାସେରୁ ଅଧିକ ସମୟ ପଥରପଦା ଗ୍ରାମ ନିକଟ ପୋଲକୁ ଉଭୟ ପାର୍ଶ୍ୱରେ ଅଧାରୁ ଅଧିକ ସିମେଣ୍ଟ୍ ବାରକେଟ ଦେଇ ବନ୍ଦ କରି ରଖାଯାଇ ମରାମତି କରାଯାଇଥିଲା। ଏହି ମରାମତି ସମୟରେ ୧୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିବା ସହ ଦୁର୍ଘଟଣାକୁ ନେଇ ରାସ୍ତାରୋକୋ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ମରାମତି ସରିବା ପରେ ଏହାକୁ ହଟାଯାଇଥିଲା। ହେଲେ ମରାମତିକୁ ସପ୍ତାହ ପୁରି ନ ଥିବାବେଳେ ଏହା ପୁର୍ବ ଅବସ୍ଥା ସୃଷ୍ଟି କରିଛି। ଦୁଇ ପୋଲ ମଝିରେ ଖାଲ ଓ ଲୁହାରଡ ବାହାରିଥିବାରୁ ବିଶେଷ କରି ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେବା ନଜିର ରହିଛି।
Posted inHome Left, ଆମ ଜିଲା ଖବର, ଯାଜପୁର View All
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….
ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…
FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ
ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…
ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….
ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…
ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

