Posted inଫୁରସତ

ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି

ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍‌ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ କମାଣି। ଜାନୁୟାରୀ ମାସରେ ଯୋଗ ଦେଇଥିଲି ଶିକ୍ଷୟିତ୍ରୀ ଭାବେ। ଦରମା ଆସିବା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା ହାତରୁ। କେବଳ ଅଟୋ ଭଡ଼ା ବାବଦକୁ ଆଠଶହ ପୁଣି ଟିଫିନ, ଚା’, ଭଲମନ୍ଦରେ ଆଉ ପାଞ୍ଚଶହ। ଫେରିବା ପଥରେ ତଟକା ପନିପରିବା, ଶାଗ, ନଈ ଚିଙ୍ଗୁଡ଼ି ମଧ୍ୟ କିଣାହୋଇ ଆସୁଥିଲା ଘରକୁ, ଆଉ ତିନି ଚାରିଶହ ଟଙ୍କାରେ। ଯୋଗକୁ ୟୁନିଫର୍ମ ନ ଥିଲା ସେତେବେଳେ ନଚେତ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ହୋଇଯାଇଥାନ୍ତା। ନିଅଣ୍ଟିଆ ବଜେଟ ହେଲେ ବି କିଛି ଫରକ ପଡୁ ନ ଥିଲା ସେଥିରେ ଯେହେତୁ ସ୍ବାମୀଙ୍କ ସହଯୋଗରୁ ସେ ସବୁ ଖର୍ଚ୍ଚ ଆରାମରେ ଉଠିଯାଉଥିଲା। ତେଣୁ ମୋର ପହିଲି ରୋଜଗାର, ପୂରା ସେଇ ପନ୍ଦରଶହ ଟଙ୍କାର ବଜେଟ ମୁଁ ନିଜେ ବନାଇଥିଲି ମୋ ହିସାବରେ। ମୋ ଶାଶୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ୍‌ ଭଲ ପାଉଥିବାରୁ ତାଙ୍କୁ ଉପହାରରେ ଦେବାପାଇଁ ଉତ୍କଳିକାରୁ ଟସର କପଡ଼ା କିଣି ସେଥିରେ ଜଗନ୍ନାଥଙ୍କର ଗୋଟିଏ ରଙ୍ଗିନ ପଟ୍ଟଚିତ୍ର ନିଜ ହାତରେ ଆଙ୍କି, ବନ୍ଧେଇ କରି ଗାଁକୁ ଧରି ଯାଇଥିଲି, ଯାହାକୁ ଦେଖି ସେ ଅତ୍ୟନ୍ତ ଖୁସିରେ ଗଦ୍‌ ଗଦ୍‌ ହୋଇଯାଇଥିଲେ ଏବଂ ଅନୁରୂପ ଭାବେ ମୁଁ ମଧ୍ୟ। ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ, ମୁଁ ତାହା ନିଜେ ବନାଇଛି ବୋଲି କିନ୍ତୁ ପରେ ତାଙ୍କ ନାତି ଅର୍ଥାତ୍‌ ମୋ ପୁଅଠୁ ଶୁଣି ବିଶ୍ୱାସ କରିବାକୁ ବାଧ୍ୟ ହେଲେ। ଅତି ଦୁଃଖର ବିଷୟ, ଗାଁର ମାଟି ଘରେ ବର୍ଷା ପାଣିରେ ନଷ୍ଟ ହୋଇଯିବ କହି ମୋତେ ପୁଣି ତାହାକୁ ସାଙ୍ଗରେ ରାଉରକେଲା ଫେରାଇ ଆଣିବା ପାଇଁ ବାଧ୍ୟ କରିଥିଲେ ଓ ସେ ନିଜେ ରାଉରକେଲା ଆସିଲେ ସେଇ ଫଟୋକୁ ପୂଜିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମୁଁ ଆଶ୍ୱସ୍ତ ହେଲି। ଶ୍ୱଶୁରଙ୍କ ପାଇଁ ନେଇ ଯାଇଥିଲି ହଳେ ନୂଆ ଜୋତା ଓ ଗୋଟେ ମଫଲର୍‌; ଯାହାକୁ ସେ ସଙ୍ଗେ ସଙ୍ଗେ ପିନ୍ଧି, ମୋତେ ପୂରା ଠିକ୍‌ ହେଉଛି କହି ଘେରେ ବୁଲିଆସିଥିଲେ ଆମ ଜଗନ୍ନାଥ ମନ୍ଦିର ଦାଣ୍ଡରେ। ସେମିତି ବିଶେଷ ଥଣ୍ଡା ନ ଥାଇ ବି ମଫଲର୍‌ ବାନ୍ଧି ବୁଲିବା ଓ ନୂଆ ଜୋତା ପିନ୍ଧା ତାଙ୍କ ଚାଲିରୁ ବାରି ହୋଇପଡୁଥିଲା ତାଙ୍କ ଅନ୍ତରର ଖୁସି ଯାହା ଇଥର ମାଧ୍ୟମରେ ସଞ୍ଚରି ଯାଇଥିଲା ମୋତେ। ଆଉ ପାଞ୍ଚ ବର୍ଷର ପୁଅ ପାଇଁ କିଛି ବଞ୍ଚତ୍ ନ ଥିଲା ସେଥିରୁ। ତଥାପି ବାପାବୋଉଙ୍କ ସ୍ବରୂପରେ ପାଇଥିବା ତଥା ମୋତେ ଖୁବ୍‌ ଭଲ ପାଉଥିବା ସ୍ନେହୀ ମଣିଷ ଦୁଇଜଣଙ୍କ ପାଇଁ ମୋ ପ୍ରଥମ ରୋଜଗାରରେ କିଞ୍ଚତ୍ତ ଖୁସି କିଣି ପାରିଥିବାରୁ ମୁଁ ମନେମନେ ପୁଲକିତ ଥିଲି ଏବଂ ଭଗବାନଙ୍କ ନିକଟରେ କୃତଜ୍ଞ ମଧ୍ୟ। ପ୍ରକୃତରେ ମୋ ଶ୍ୱଶୁରଙ୍କ ଯୋଗୁ ହିଁ ମୁଁ ଚାକିରି କରିଥିଲି, ବିବାହର ଆଠବର୍ଷ ପରେ। ଆଜି ମୁଁ ଯେଉଁଠି ବି ଛିଡ଼ା ହୋଇଛି କେବଳ ତାଙ୍କରି ପାଇଁ। ଆଜି ତାଙ୍କ ଅବର୍ତ୍ତମାନରେ ବି ମୋର ସବୁ ଶ୍ରେୟ ତାଙ୍କୁ ହିଁ ଦେଉଛି। କେବଳ ଚାକିରି ନୁହେଁ, ଲେଖାଲେଖି କରିବା ଓ ଚିତ୍ର ଆଙ୍କିବା ସହିତ ଓଡ଼ିଶୀ ନୃତ୍ୟରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ତା’ଛଡ଼ା ମଝିରେ ମଝିରେ କିଛି ସମାଜମଙ୍ଗଳ କାର୍ଯ୍ୟ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁବ୍‌ ଆତ୍ମସନ୍ତୋଷ ଲଭି ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri