Advertisement
Posted inଜାତୀୟ

ମୁଁ କାହାକୁ ଡରେନା, କେହି ମଧ୍ୟ ମତେ ଡରିବା କଥା ନୁହେଁ : ଥରୁର…

ଥିରୁଭାନନ୍ତପୁରମ୍‌,୨୨।୧୧ : ମଙ୍ଗଳବାର କଂଗ୍ରେସ ଏମ୍‌ ପି ଶଶି ଥରୁର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଥରୁର କେରଳର ମାଲାବାର ଗସ୍ତ କରି ବରିଷ୍ଠ ନେତାମାନଙ୍କୁ ଭେଟି କହିଥିଲେ ଯେ ମୁଁ କାହାକୁ ଡରେନା, କେହି ମଧ୍ୟ ମତେ ଡରିବା କଥା ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳ କଂଗ୍ରେସରେ କୌଣସି ଅସନ୍ତୁଷ୍ଟ ଗୋଷ୍ଠୀ ଗଠନ କରିବାକୁ ଆଗ୍ରହୀ ନୁହଁନ୍ତି।

ଥିରୁଭାନନ୍ତପୁରମର କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ମନ୍ତବ୍ୟରୁ ଅନୁମାନ କରାଯାଉଛି ଯେ କେରଳରେ କଂଗ୍ରେସ ନେତୃତ୍ୱର ଏକ ଗୋଷ୍ଠୀ ରାଜ୍ୟରେ ଦଳ ମଧ୍ୟରେ ଏକ ଥରୁର ଗୋଷ୍ଠୀ ଗଠନକୁ ସମର୍ଥନ କରୁଛନ୍ତି। ୨୦୧୬ ମସିହାରେ ରାଜ୍ୟରେ କଂଗ୍ରେସ କ୍ଷମତା ହରାଇଥିଲା। ଏଭଳି ପରିସ୍ଥିତିରେ ଦଳ ଭିତରେ ଏକ ନୂଆ ଗୋଷ୍ଠୀ ଗଠନ ହେବା ଆରମ୍ଭ ହୋଇଥିଲା।

ଥରୁର ଆହୁରି କହିଛନ୍ତି ଯେ ଯେଉଁ ସମୟରେ ଦେଶରେ ବିଭାଜନକାରୀ ରାଜନୀତି ସକ୍ରିୟ, ସେତେବେଳେ ଏଭଳି ରାଜନୀତିର ଆବଶ୍ୟକତା ରହିଛି, ଯାହା ସମସ୍ତଙ୍କୁ ଏକାଠି କରିଥାଏ । ସେ କହିଛନ୍ତି ଯେ ପ୍ରଶଂସନୀୟ ଯେ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ରାଜନୈତିକ ଭାଇଚାରାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗୀ ଦଳଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥରୁରଙ୍କୁ ଭେଟିବା ପରେ ଥାଙ୍ଗଲ କହିଛନ୍ତି ଯେ ଥରୁରଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କ ରହିଛି।

ଯେତେବେଳେ ସେ ଥରୁରଙ୍କୁ କେରଳ ରାଜନୀତିରେ ସକ୍ରିୟ ରହିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ସେ ପୂର୍ବରୁ ସକ୍ରିୟ ଅଛନ୍ତି ଏବଂ କେରଳରୁ ଏମ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୮।୧: ଜମ୍ମୁ-କଶ୍ମୀରରେ ଶାନ୍ତି ଭଙ୍ଗ କରିବା ପାଇଁ ପାକିସ୍ତାନ ସବୁବେଳେ ଉଦ୍ୟମ ଚଳାଇଛି। କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ନୁହେଁ ଭାରତର ବକ୍ତବ୍ୟ: ଜୟଶଙ୍କର..

ନୂଆଦିଲ୍ଲୀ,୧୯।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମତାମତ ନେଇ ଭାରତ ସିଙ୍ଗାପୁର ସମ୍ପର୍କରେ ଫାଟ ସୃଷ୍ଟି...

ଦିନକୁ ୧୦ ଲକ୍ଷ କରୋନା ପରୀକ୍ଷା

ନୂଆଦିଲ୍ଲୀ, ୨୩ା୮: ମହାମାରୀ କରୋନାର ଉଗ୍ରରୂପ ଜାରି ରହିଥିବାବେଳେ କରୋନା ପରୀକ୍ଷାରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗୋଟିଏ ଦିନକରେ ଦେଶରେ ୧୦...

ଥରୁର୍‌ଙ୍କ ନଁ।ରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୨୨ା୧୨: କଂଗ୍ରେସ ଏମ୍‌ପି ଶଶୀ ଥରୁର୍‌ଙ୍କ ବିରୋଧରେ ଥିରୁବନନ୍ତପୁରମ୍‌ କୋର୍ଟ ଗିରଫ ପରଓ୍ବାନା ଜାରି କରିଛନ୍ତି। ବାରମ୍ବାର ସମନ୍‌ ସତ୍ତ୍ୱେ ସେ କୋର୍ଟରେ ହାଜର...

ସଂଘ-ସରକାର-ସଂଗଠନଙ୍କ ଅଯୋଧ୍ୟା ଯୋଜନା: କାଶୀ-ମଥୁରା ନେଇ ଦିଆଯିବନି କୌଣସି ମନ୍ତବ୍ୟ

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସଂଘ(ଆର୍‌ଏସ୍‌ଏସ୍‌), ସରକାର ତଥା ବିଭିନ୍ନ ସହଯୋଗୀ ସଂଗଠନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ସଂଘର...

ଓକିଲଙ୍କ କ୍ରମାଗତ ଧର୍ମଘଟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୨୨ା୨(ପି.ଟି.): ପାକିସ୍ତାନ ସ୍କୁଲ୍‌ରେ ବୋମା ଫୁଟିବା, ନେପାଳରେ ଭୂମିକମ୍ପ ହେବା ଭଳି କାରଣକୁ ନେଇ ଓକିଲମାନେ ବାରମ୍ବାର ଧର୍ମଘଟ କରୁଥିବାରୁ ସୁପ୍ରିମକୋର୍ଟ ଏଥିରେ କ୍ଷୁବ୍ଧ ହୋଇଛନ୍ତି।...

‘ଭାରତରେ ମିଶିବା ପାଇଁ ପିଓକେ ଦାବି କରିବ’

ନୂଆଦିଲ୍ଲୀ,୧୫ା୬: ମୋଦି ସରକାର ଏପରି ବିକାଶମୂଳକ କାର୍ଯ୍ୟ କରିବେ ଯେ ଜମ୍ମୁ-କଶ୍ମୀରର ଚେହେରା ବଦଳିଯିବ। କଶ୍ମୀର ଉପତ୍ୟକାର ବିକାଶକୁ ଦେଖି ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଅଧିବାସୀ...

ଶୋପିଆନ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରେ ମିଳିତ ସୁରକ୍ଷାବାହିନୀଙ୍କୁ ସଫଳତା ମିଳିଛି। ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବାରମୁଳାର ପଟ୍ଟନର ୟେଦୁପୋରା...

Advertisement
Archives

Model This Week