ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି: ନବୀନ

ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ ଦେଶର ବଡ ବଡ ଶିଳ୍ପପତିଙ୍କ ସହ ନବୀନ ଆଲୋଚନା କରି ସେମାନଙ୍କୁ କନକ୍ଲେଭକୁ ଆମନ୍ତ୍ରଣ କରିଛନ୍ତି। ଦିନ ସାରା ମୁଖ୍ୟମନ୍ତ୍ରୀ ୧୮ଟି ବୈଠକରେ ବିଭିନ୍ନ ପୁଞ୍ଜିପତିଙ୍କ ସହ ଆଲୋଚାନ କରିଛନ୍ତି। ଏହା ପରେ ସେ ସନ୍ଧ୍ୟାରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟରେ ଉଦ୍‌ବୋଧନ ଦେଇଥିଲେ। ଦିନ ତମାମ ବିଭିନ୍ନ ଶିଳ୍ପପତିଙ୍କ ସହ ବୈଠକ ପରେ ଥକ୍କି ଯାଇଛନ୍ତି କି ବୋଲି ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳାପର ଭିଡିଓକୁ ସଚିବ(୫୍‌-ଟି ) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ବ୍ୟସ୍ତତା ଭିତରେ ମଧ୍ୟ ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରି ନଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତଥ୍ୟ ଦେବାକୁ ଡିଏଲ୍‌ଏସ୍‌ଏକୁ ନିର୍ଦ୍ଦେଶ

କଟକ ଅଫିସ,୧୮।୧୧: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ବୁଧବାର ଶୁଣାଣିକରି ହାଇକୋର୍ଟ ଜିଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ...

ଆଜି ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଜମିଲା କୋସଲି କବିତା ଆସର

ଲୋଇସିଂହା,୨୦।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲୋଇସିଂହା ଥାନ ଅନ୍ତର୍ଗତ ରୁଗୁଡିଖାଲ ମାନସ ବିହାରଠାରେ ଡୁଙ୍ଗରିପାଲିି ନୂଆଁ ସକାଳ ପବ୍ଲିକେସନ ଆନୁକୂଲ୍ୟରେ ସିର୍‌ଜିନା ପରବ୍‌-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌...

ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ...

ଖୋର୍ଦ୍ଧାରେ ଟ୍ରାଫିକ୍‌ ପୋଲିସ, ଏଏସ୍‌ଆଇଙ୍କ ଦାଦାଗିରି: ଲାଞ୍ଚ ନ ଦେବାରୁ ପିଟିଲେ, ଚାଲାଣ ନ କାଟି ଛଡ଼ାଇନେଲେ ୫ଶହ ଟଙ୍କା

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଆଦର୍ଶ ଥାନା ବ୍ୟାଙ୍କ ଛକରେ ଜଣେ ଟ୍ରାଫିକ ପୋଲିସ ଓ ଆଦର୍ଶ ଥାନା ଏଏସ୍‌ଆଇଙ୍କର ଦାଦାଗିରି ଯୋଗୁ ବୁଧବାର...

କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ...

ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି...

କେନ୍ଦ୍ର, ରାଜ୍ୟରେ ଅଘୋଷିତ ମେଣ୍ଟ ସରକାର ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ୨୦୧୪ରୁ କେନ୍ଦ୍ର ଶାସନ ଦାୟିତ୍ୱ ଭାଜପା ହାତକୁ ଯିବାଠାରୁ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଅଘୋଷିତ...

Advertisement
Archives

Model This Week