ଶପିଂ କରିପାରିବି ୩୬୫ ଦିନ

ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ କେବେ ଧରାପଡିନି। ସତରେ ପିଲାଦିନ ଥିଲା ଭାରି ସୁନ୍ଦର।
କଳା ପ୍ରତି ଥିଲା ଦୁର୍ବଳତା: ମୋର ମନେ ଅଛି ଛୋଟବେଳେ ଆମ ଘରେ ଗୋଟେ ଫିଲିପ୍ସ ଟେପ୍‌ ରେକର୍ଡର ଥିଲା ତାକୁ ବଜେଇ ମୁଁ ନାଚୁଥିଲି। ଆଉ ମମି ଡାଡି ମତେ ବହୁତ ଉତ୍ସାହିତ କରୁଥିଲେ। ବଡ ହେବା ସହ ମୋର ନାଚ, ଗୀତ, ଅଭିନୟ ପ୍ରତି ଦୁର୍ବଳତା ବଢିବାକୁ ଲାଗିଲା। ଷଷ୍ଠ ଶ୍ରେଣୀରେ ମୁଁ ସ୍କୁଲ ଡ୍ୟାନ୍ସ କମ୍ପିଟିଶନ୍‌ରେ ପ୍ରଥମ ହେଇଥିଲି। ଅଷ୍ଟମ, ନବମ ଶ୍ରେଣୀରେ ବେଷ୍ଟ ଆକ୍ଟର, ବେଷ୍ଟ ଡ୍ୟାନ୍ସର ବି ହେଇଥିଲି। ଯୁକ୍ତ ୨ରେ ପଢାପଢି ପାଇଁ ଏସବୁରୁ ଟିକେ ଦୂରେଇ ଯାଇଥିଲି। କିନ୍ତୁ ଯୁକ୍ତ ୩ ପଢିବାବେଳେ ପୁଣିଥରେ ସେସବୁ ଆରମ୍ଭ ହେଇଗଲା। ଆଉ ଏଇ କ୍ଷେତ୍ରରେ ଆଗେଇବା ପାଇଁ ମୁଁ ମୋ ସଙ୍ଗାତ(ବାବୁ) ସହ କଟକକୁ ଚାଲିଆସିଲି। ଅନ୍ନପୂର୍ଣ୍ଣ ଥିଏଟର ସାମ୍‌ନା ଗଳିରେ ଭଡା ନେଇକି ରହିଲି। ଆଉ କୋରିଓଗ୍ରାଫର ବାବୁ ଭାଇଙ୍କ ପାଖରେ ୩ ମାସ ଡ୍ୟାନ୍ସ ଶିଖିଲି।
ପ୍ରଥମ ବ୍ରେକ୍‌: ୨୦୦୮ରେ ନିର୍ଦ୍ଦେଶକ ପବିତ୍ର ନାୟକ ମତେ ଆଲ୍‌ବମ୍‌ରେ ପ୍ରଥମ ବ୍ରେକ ଦେଲେ। ଏହାପରେ ଅନେକ ଆଲବମ୍‌ ଅଫର୍‌ ଆସିଥିଲା। ଆଉ ଗୋଟେ ପରେ ଗୋଟେ ହିଟ୍‌ ଆଲ୍‌ବମ୍‌ କରିଚାଲିଲି। ୨୦୧୧ରେ ପ୍ରଡ୍ୟୁସର ଅନାମ ଚରଣ ସାହୁ ମତେ ଫିଲ୍ମରେ ପ୍ରଥମ ବ୍ରେକ ଦେଇଥିଲେ। ଫିଲ୍ମଟି ଥିଲା ‘ମନ ମୋର ପ୍ରଜାପତି’।
ଗୋଟେ ଟେକ୍‌ରେ ଓକେ: ମୁଁ ସିନେମାରେ କ୍ୟାରିୟର ଆରମ୍ଭ କରିବାବେଳେ ନେଗେଟିଭ୍‌ ରିଲ୍‌ରେ ରେକର୍ଡ ହେଉଥିଲା। ସେଇ ରିଲ୍‌ ରୋଲିଂ ହେଇ ରେକର୍ଡ ହେବାବେଳେ ଖୁବ୍‌ ଜୋର୍‌ରେ ଘଡ ଘଡ ଶବ୍ଦ ହେଉଥିଲା। ସେତେବେଳେ ଚେଷ୍ଟା କରାଯାଉଥିଲା ଯେମିତି ବି ହେଉ ଅଳ୍ପ ଟେକ୍‌ରେ ସିନ୍‌ ଓକେ ହେବ। କାରଣ ଯେତେଥର ଭୁଲ ହେବ ରିଲ୍‌ ନଷ୍ଟ ହୋଇ ପ୍ରଡ୍ୟୁସର୍‌୍‌ଙ୍କର କ୍ଷତି ହେବ। ତେବେ ସୌଭାଗ୍ୟବଶତଃ ମୋର ପ୍ରଥମ ଫିଲ୍ମର ପ୍ରଥମ ସିନ୍‌ ଗୋଟେ ଟେକ୍‌ରେ ଓକେ ହେଇଯାଇଥିଲା।
ଖୁବ୍‌ ଶୀଘ୍ର କରିବି ଅନ୍ୟଭାଷାର ଚଳଚ୍ଚିତ୍ର
ଓଲିଉଡ୍‌ର ୧୧ ବର୍ଷ କ୍ୟାରିୟର ଭିତରେ ମୁଁ ୨୫ଟି ସିନେମା କରିସାରିଲିଣି। ସେଥିରୁ ୨୦ଟି ରିଲିଜ୍‌ ହେଇସାରିଥିବାବେଳେ ୫ଟି ରିଲିଜ୍‌ ଅପେକ୍ଷାରେ ଅଛି। ସେଗୁଡିକ ହେଲା- ‘ଏଇ ବୋଧେ ଭଲ ପାଇବା’, ‘ଧଡକନ୍‌ରେ ତୁ’, ‘ଅଟୋଗ୍ରାଫ’, ‘କେମିତି ଭୁଲିବି ମୁଁ’ ଓ ‘ଆଇନା କେବେ ମିଛ କହେନା’। ତା’ଛଡା ଖୁବ୍‌ ଶୀଘ୍ର ତେଲୁଗୁ ଓ ବଙ୍ଗଳା ଫିଲ୍ମରେ ବି କାମ କରିବାକୁ ଯାଉଛି।
ଗଡ୍‌ ଫାଦର୍‌: ‘ଚାନ୍ଦ ନା ତୁମେ ତାରା’ର ପ୍ରଡ୍ୟୁସର୍‌ ଚିତ୍ତ ଭାଇ ସିନେମା ଇଣ୍ଡଷ୍ଟ୍ରିରେ ମୋର ଗଡ ଫାଦର୍‌।
ବେଶି କମ୍ଫର୍ଟେବଲ : ଅଭିନେତ୍ରୀ ଲିପିଙ୍କ ସହ କାମ କରିବାରେ ମୁଁ ବେଶି କମ୍ଫର୍ଟେବଲ।
ଇଛା ଅଛି: ବହୁ ନିର୍ଦ୍ଦେଶକଙ୍କ ସହ କାମ କରିସାରିଲିଣି। ହେଲେ ନିର୍ଦ୍ଦେଶକ ସୁଂଧାଶୁ ମୋହନ ସାହୁ, ଅଶୋକ ପତିଙ୍କ ପରି ଟ୍ୟାଲେଣ୍ଟେଡ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଏଯାଏଁ ମିଳିନି। ତେଣୁ ତାଙ୍କ ସହ କାମ କରିବାକୁ ମୋର ବହୁତ ଇଛା ଅଛି।
ଆକ୍ଟର ନ ହୋଇଥିଲେ: ଆକ୍ଟର ନ ହେଇଥିଲେ ଏୟାରଫୋର୍ସ ଅଫିସର୍‌ ହୋଇଥାନ୍ତି।
ଅବସର ସମୟରେ
ମୁଁ ତବଲାରେ ଗ୍ରାଜୁଏଟ୍‌। ଅବସର ସମୟରେ ତବଲା ବଜାଇବା, ଗୀତ ଗାଇବାକୁ ଭଲ ପାଏ। ଏମିତିକି ଦୁଇଟି ଫିଲ୍ମରେ ଗୀତ ଗାଇସାରିଛି।
ଲକି ଚାର୍ମ
ସ୍ତ୍ରୀ ତନୁଜା ମୋର ଲକି ଚାର୍ମ। ସେ ଆସିବା ପରେ ମତେ ଅନେକ ଫିଲ୍ମର ଅଫର୍‌ ମିଳିଛି। ଫିଲ୍ମ ପ୍ରଡ୍ୟୁସର୍‌ ବି ହେଇପାରିଛି।
ସ୍ତ୍ରୀ ମୋର ଭାରି ଅଣ୍ଡରଷ୍ଟାଣ୍ଡିଙ୍ଗ
ତନୁଜା ମୋର ସବୁଠୁ ଭଲ ବନ୍ଧୁ। ସେ ଜାଣେ କାମ କରିବାବେଳେ ମତେ ଅଭିନେତ୍ରୀଙ୍କ ସହ କ୍ଲୋଜ ହେବାକୁ ପଡିବ। ତେଣୁ ସେ କେବେବି ଏସବୁକୁ ନେଇ ବ୍ୟସ୍ତ ହୁଏନା। ତା’ଛଡା ସେ ନିଜେ କହେ ଯେ, କୋ ଆର୍ଟିଷ୍ଟ ସହ ଯେତେ ଭଲ ବଣ୍ଡିଂ ରହିବ ଅନ୍‌ସ୍କ୍ରିନ୍‌ରେ କେମେଷ୍ଟ୍ରି ସେତେ ଭଲ ଲାଗିବ। ଏହାବାଦ୍‌ ମୁଁ ବି କାମକୁ କାମ ଜାଗାରେ ରଖେ। ଆଉ ଘରକୁ ଗଲେ ପୁରାପୁରି ମୋ ସ୍ତ୍ରୀ ତନୁଜା ଓ ମୋ ପୁଅର ହେଇଯାଏ।
ଶପିଂ କରିବାକୁ ଭଲ ପାଏ
ଶପିଂ କରିବାକୁ ମତେ ଏତେ ଭଲ ଲାଗେ ଯେ, ଯଦି କେହି କହିବେ ବର୍ଷକ ୩୬୫ ଦିନ ଶପିଂ କରିବାକୁ। ମୁଁ ଖୁସିରେ କରିପାରିବି। ହେଲେ ପୁଅ ହେବା ପରଠାରୁ ନିଜକୁ ଟିକେ କଣ୍ଟ୍ରୋଲ କରୁଛି। ତା’ଛଡା ମୋ ସ୍ତ୍ରୀ ବି ଶପିଂ କରିବା ଓ ବଦ୍‌ଖର୍ଚ୍ଚ କରିବାରେ ମତେ କଣ୍ଟ୍ରୋଲ କରୁଛି।
ପ୍ରିୟ ଖାଦ୍ୟ
ଚିକେନ୍‌ର ସବୁ ଆଇଟମ୍‌ ମତେ ଭଲ ଲାଗେ। ତା’ଛଡା ମୁଁ ଭଲ କୁକ୍‌ ବି। ଲକ୍‌ଡାଉନ୍‌ବେଳେ ବହୁତ ଭଲ ଭଲ ଆଇଟମ୍‌ ତିଆରି କରି ମୋ ସ୍ତ୍ରୀକୁ ଖୁଆଇଛି।
ବୁଲିବାକୁ ଭଲ ପାଏ
ବୁଲାବୁଲି କରିବାକୁ ମତେ ଭାରି ଭଲ ଲାଗେ। ଛୁଟି ମିଳିଲାମାନେ ଆମେ ବୁଲିବାକୁ ବାହାରିପଡୁ। ଓଡିଶାରେ ପୁରୀ ଜଗନ୍ନାଥ ଧାମ ମୋର ପ୍ରିୟ ସ୍ଥାନ।
ଫିଟ୍‌ ରହିବା ପାଇଁ
ନିଜକୁ ଫିଟ୍‌ ରଖିବା ପାଇଁ ମୁଁ ରେଗୁଲାର୍‌ ଓ୍ବାର୍କଆଉଟ୍‌ କରେ। ରାତିରେ କମ୍‌ ଖାଏ। ଆଉ ସମୟ ମିଳିଲେ ସାଇକେଲିଂ କରେ।
ଡ୍ରିମ୍‌ ରୋଲ୍‌
ଡ୍ରିମ୍‌ ରୋଲ୍‌ ପୋଲିସ୍‌ ଅଫିସର୍‌ କିମ୍ବା ଆର୍ମି ଅଫିସର୍‌ ହେବା।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?