ଶପିଂ କରିପାରିବି ୩୬୫ ଦିନ

ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ କେବେ ଧରାପଡିନି। ସତରେ ପିଲାଦିନ ଥିଲା ଭାରି ସୁନ୍ଦର।
କଳା ପ୍ରତି ଥିଲା ଦୁର୍ବଳତା: ମୋର ମନେ ଅଛି ଛୋଟବେଳେ ଆମ ଘରେ ଗୋଟେ ଫିଲିପ୍ସ ଟେପ୍‌ ରେକର୍ଡର ଥିଲା ତାକୁ ବଜେଇ ମୁଁ ନାଚୁଥିଲି। ଆଉ ମମି ଡାଡି ମତେ ବହୁତ ଉତ୍ସାହିତ କରୁଥିଲେ। ବଡ ହେବା ସହ ମୋର ନାଚ, ଗୀତ, ଅଭିନୟ ପ୍ରତି ଦୁର୍ବଳତା ବଢିବାକୁ ଲାଗିଲା। ଷଷ୍ଠ ଶ୍ରେଣୀରେ ମୁଁ ସ୍କୁଲ ଡ୍ୟାନ୍ସ କମ୍ପିଟିଶନ୍‌ରେ ପ୍ରଥମ ହେଇଥିଲି। ଅଷ୍ଟମ, ନବମ ଶ୍ରେଣୀରେ ବେଷ୍ଟ ଆକ୍ଟର, ବେଷ୍ଟ ଡ୍ୟାନ୍ସର ବି ହେଇଥିଲି। ଯୁକ୍ତ ୨ରେ ପଢାପଢି ପାଇଁ ଏସବୁରୁ ଟିକେ ଦୂରେଇ ଯାଇଥିଲି। କିନ୍ତୁ ଯୁକ୍ତ ୩ ପଢିବାବେଳେ ପୁଣିଥରେ ସେସବୁ ଆରମ୍ଭ ହେଇଗଲା। ଆଉ ଏଇ କ୍ଷେତ୍ରରେ ଆଗେଇବା ପାଇଁ ମୁଁ ମୋ ସଙ୍ଗାତ(ବାବୁ) ସହ କଟକକୁ ଚାଲିଆସିଲି। ଅନ୍ନପୂର୍ଣ୍ଣ ଥିଏଟର ସାମ୍‌ନା ଗଳିରେ ଭଡା ନେଇକି ରହିଲି। ଆଉ କୋରିଓଗ୍ରାଫର ବାବୁ ଭାଇଙ୍କ ପାଖରେ ୩ ମାସ ଡ୍ୟାନ୍ସ ଶିଖିଲି।
ପ୍ରଥମ ବ୍ରେକ୍‌: ୨୦୦୮ରେ ନିର୍ଦ୍ଦେଶକ ପବିତ୍ର ନାୟକ ମତେ ଆଲ୍‌ବମ୍‌ରେ ପ୍ରଥମ ବ୍ରେକ ଦେଲେ। ଏହାପରେ ଅନେକ ଆଲବମ୍‌ ଅଫର୍‌ ଆସିଥିଲା। ଆଉ ଗୋଟେ ପରେ ଗୋଟେ ହିଟ୍‌ ଆଲ୍‌ବମ୍‌ କରିଚାଲିଲି। ୨୦୧୧ରେ ପ୍ରଡ୍ୟୁସର ଅନାମ ଚରଣ ସାହୁ ମତେ ଫିଲ୍ମରେ ପ୍ରଥମ ବ୍ରେକ ଦେଇଥିଲେ। ଫିଲ୍ମଟି ଥିଲା ‘ମନ ମୋର ପ୍ରଜାପତି’।
ଗୋଟେ ଟେକ୍‌ରେ ଓକେ: ମୁଁ ସିନେମାରେ କ୍ୟାରିୟର ଆରମ୍ଭ କରିବାବେଳେ ନେଗେଟିଭ୍‌ ରିଲ୍‌ରେ ରେକର୍ଡ ହେଉଥିଲା। ସେଇ ରିଲ୍‌ ରୋଲିଂ ହେଇ ରେକର୍ଡ ହେବାବେଳେ ଖୁବ୍‌ ଜୋର୍‌ରେ ଘଡ ଘଡ ଶବ୍ଦ ହେଉଥିଲା। ସେତେବେଳେ ଚେଷ୍ଟା କରାଯାଉଥିଲା ଯେମିତି ବି ହେଉ ଅଳ୍ପ ଟେକ୍‌ରେ ସିନ୍‌ ଓକେ ହେବ। କାରଣ ଯେତେଥର ଭୁଲ ହେବ ରିଲ୍‌ ନଷ୍ଟ ହୋଇ ପ୍ରଡ୍ୟୁସର୍‌୍‌ଙ୍କର କ୍ଷତି ହେବ। ତେବେ ସୌଭାଗ୍ୟବଶତଃ ମୋର ପ୍ରଥମ ଫିଲ୍ମର ପ୍ରଥମ ସିନ୍‌ ଗୋଟେ ଟେକ୍‌ରେ ଓକେ ହେଇଯାଇଥିଲା।
ଖୁବ୍‌ ଶୀଘ୍ର କରିବି ଅନ୍ୟଭାଷାର ଚଳଚ୍ଚିତ୍ର
ଓଲିଉଡ୍‌ର ୧୧ ବର୍ଷ କ୍ୟାରିୟର ଭିତରେ ମୁଁ ୨୫ଟି ସିନେମା କରିସାରିଲିଣି। ସେଥିରୁ ୨୦ଟି ରିଲିଜ୍‌ ହେଇସାରିଥିବାବେଳେ ୫ଟି ରିଲିଜ୍‌ ଅପେକ୍ଷାରେ ଅଛି। ସେଗୁଡିକ ହେଲା- ‘ଏଇ ବୋଧେ ଭଲ ପାଇବା’, ‘ଧଡକନ୍‌ରେ ତୁ’, ‘ଅଟୋଗ୍ରାଫ’, ‘କେମିତି ଭୁଲିବି ମୁଁ’ ଓ ‘ଆଇନା କେବେ ମିଛ କହେନା’। ତା’ଛଡା ଖୁବ୍‌ ଶୀଘ୍ର ତେଲୁଗୁ ଓ ବଙ୍ଗଳା ଫିଲ୍ମରେ ବି କାମ କରିବାକୁ ଯାଉଛି।
ଗଡ୍‌ ଫାଦର୍‌: ‘ଚାନ୍ଦ ନା ତୁମେ ତାରା’ର ପ୍ରଡ୍ୟୁସର୍‌ ଚିତ୍ତ ଭାଇ ସିନେମା ଇଣ୍ଡଷ୍ଟ୍ରିରେ ମୋର ଗଡ ଫାଦର୍‌।
ବେଶି କମ୍ଫର୍ଟେବଲ : ଅଭିନେତ୍ରୀ ଲିପିଙ୍କ ସହ କାମ କରିବାରେ ମୁଁ ବେଶି କମ୍ଫର୍ଟେବଲ।
ଇଛା ଅଛି: ବହୁ ନିର୍ଦ୍ଦେଶକଙ୍କ ସହ କାମ କରିସାରିଲିଣି। ହେଲେ ନିର୍ଦ୍ଦେଶକ ସୁଂଧାଶୁ ମୋହନ ସାହୁ, ଅଶୋକ ପତିଙ୍କ ପରି ଟ୍ୟାଲେଣ୍ଟେଡ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଏଯାଏଁ ମିଳିନି। ତେଣୁ ତାଙ୍କ ସହ କାମ କରିବାକୁ ମୋର ବହୁତ ଇଛା ଅଛି।
ଆକ୍ଟର ନ ହୋଇଥିଲେ: ଆକ୍ଟର ନ ହେଇଥିଲେ ଏୟାରଫୋର୍ସ ଅଫିସର୍‌ ହୋଇଥାନ୍ତି।
ଅବସର ସମୟରେ
ମୁଁ ତବଲାରେ ଗ୍ରାଜୁଏଟ୍‌। ଅବସର ସମୟରେ ତବଲା ବଜାଇବା, ଗୀତ ଗାଇବାକୁ ଭଲ ପାଏ। ଏମିତିକି ଦୁଇଟି ଫିଲ୍ମରେ ଗୀତ ଗାଇସାରିଛି।
ଲକି ଚାର୍ମ
ସ୍ତ୍ରୀ ତନୁଜା ମୋର ଲକି ଚାର୍ମ। ସେ ଆସିବା ପରେ ମତେ ଅନେକ ଫିଲ୍ମର ଅଫର୍‌ ମିଳିଛି। ଫିଲ୍ମ ପ୍ରଡ୍ୟୁସର୍‌ ବି ହେଇପାରିଛି।
ସ୍ତ୍ରୀ ମୋର ଭାରି ଅଣ୍ଡରଷ୍ଟାଣ୍ଡିଙ୍ଗ
ତନୁଜା ମୋର ସବୁଠୁ ଭଲ ବନ୍ଧୁ। ସେ ଜାଣେ କାମ କରିବାବେଳେ ମତେ ଅଭିନେତ୍ରୀଙ୍କ ସହ କ୍ଲୋଜ ହେବାକୁ ପଡିବ। ତେଣୁ ସେ କେବେବି ଏସବୁକୁ ନେଇ ବ୍ୟସ୍ତ ହୁଏନା। ତା’ଛଡା ସେ ନିଜେ କହେ ଯେ, କୋ ଆର୍ଟିଷ୍ଟ ସହ ଯେତେ ଭଲ ବଣ୍ଡିଂ ରହିବ ଅନ୍‌ସ୍କ୍ରିନ୍‌ରେ କେମେଷ୍ଟ୍ରି ସେତେ ଭଲ ଲାଗିବ। ଏହାବାଦ୍‌ ମୁଁ ବି କାମକୁ କାମ ଜାଗାରେ ରଖେ। ଆଉ ଘରକୁ ଗଲେ ପୁରାପୁରି ମୋ ସ୍ତ୍ରୀ ତନୁଜା ଓ ମୋ ପୁଅର ହେଇଯାଏ।
ଶପିଂ କରିବାକୁ ଭଲ ପାଏ
ଶପିଂ କରିବାକୁ ମତେ ଏତେ ଭଲ ଲାଗେ ଯେ, ଯଦି କେହି କହିବେ ବର୍ଷକ ୩୬୫ ଦିନ ଶପିଂ କରିବାକୁ। ମୁଁ ଖୁସିରେ କରିପାରିବି। ହେଲେ ପୁଅ ହେବା ପରଠାରୁ ନିଜକୁ ଟିକେ କଣ୍ଟ୍ରୋଲ କରୁଛି। ତା’ଛଡା ମୋ ସ୍ତ୍ରୀ ବି ଶପିଂ କରିବା ଓ ବଦ୍‌ଖର୍ଚ୍ଚ କରିବାରେ ମତେ କଣ୍ଟ୍ରୋଲ କରୁଛି।
ପ୍ରିୟ ଖାଦ୍ୟ
ଚିକେନ୍‌ର ସବୁ ଆଇଟମ୍‌ ମତେ ଭଲ ଲାଗେ। ତା’ଛଡା ମୁଁ ଭଲ କୁକ୍‌ ବି। ଲକ୍‌ଡାଉନ୍‌ବେଳେ ବହୁତ ଭଲ ଭଲ ଆଇଟମ୍‌ ତିଆରି କରି ମୋ ସ୍ତ୍ରୀକୁ ଖୁଆଇଛି।
ବୁଲିବାକୁ ଭଲ ପାଏ
ବୁଲାବୁଲି କରିବାକୁ ମତେ ଭାରି ଭଲ ଲାଗେ। ଛୁଟି ମିଳିଲାମାନେ ଆମେ ବୁଲିବାକୁ ବାହାରିପଡୁ। ଓଡିଶାରେ ପୁରୀ ଜଗନ୍ନାଥ ଧାମ ମୋର ପ୍ରିୟ ସ୍ଥାନ।
ଫିଟ୍‌ ରହିବା ପାଇଁ
ନିଜକୁ ଫିଟ୍‌ ରଖିବା ପାଇଁ ମୁଁ ରେଗୁଲାର୍‌ ଓ୍ବାର୍କଆଉଟ୍‌ କରେ। ରାତିରେ କମ୍‌ ଖାଏ। ଆଉ ସମୟ ମିଳିଲେ ସାଇକେଲିଂ କରେ।
ଡ୍ରିମ୍‌ ରୋଲ୍‌
ଡ୍ରିମ୍‌ ରୋଲ୍‌ ପୋଲିସ୍‌ ଅଫିସର୍‌ କିମ୍ବା ଆର୍ମି ଅଫିସର୍‌ ହେବା।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri