Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ମୋ ପାଇଁ ବହି କିଣିଥିଲି: ଲେଖିକା ତଥା ୟୁ ଟ୍ୟୁବର୍‌ ସୁପ୍ତି କର

ମଣିଷର ସ୍ବପ୍ନ ଅସୁମାରୀ ଓ ଆଶା ଅସୁମାରୀ। ହେଲେ ଜୀବନ ଚାଲୁଥାଏ ତା’ ବାଟରେ। ସ୍ବପ୍ନ କେବେ ସାକାର ହୁଏ ତ କେବେ ନାହିଁ। ବାପା, ମା’, ଭାଇ ତା’ ସହିତ ପାଞ୍ଚ କକେଇ, ଜେଜେମା’, ଜେଜେବାପା, ପିଉସୀ ଏମାନଙ୍କୁ ନେଇ ଏକ ବିରାଟ ଯୌଥ ପରିବାରରେ ମୋର ଜନ୍ମ। ସରକାରୀ ବିଦ୍ୟାଳୟରେ ପାଠପଢ଼ା ଯେନତେନ ପ୍ରକାର ଚାଲେ। ସ୍କୁଲ ଛୁଟି ପରେ ସନ୍ଧ୍ୟାରେ ଜେଜେବାପାଙ୍କ ପାଖେ ଗଣିତ ଓ ବିଜ୍ଞାନ, ବୋଉ ପାଖେ ସାହିତ୍ୟ, ଜେଜେମା’ଙ୍କ ପାଖେ ଇତିହାସ, କକେଇଙ୍କ ପାଖେ ଭୂଗୋଳ ପଢ଼ା। ଟିଉସନ ତ ଭାବିବା ସ୍ବପ୍ନ ଥିଲା। କେବେ କେମିତି ସାଙ୍ଗଙ୍କ ପ୍ରରୋଚନାରେ ଟିଉସନ ଗଲେ ପଇସା ଅଭାବରୁ ଦୁଇମାସ ପରେ ଛାଡ଼ି ଦେବାକୁ ପଡୁଥିଲା। ଜେଜେବାପାଙ୍କ ପେନ୍‌ସନ୍‌ ଓ ନନାଙ୍କର ରାଜ୍ୟ ସରକାରଙ୍କ ଅଧିନସ୍ତ ସଚ୍ଚୋଟ ସିଭିଲ୍‌ ଜୁନିୟର ଇଞ୍ଜିନିୟର୍‌ର ସ୍ବଳ୍ପ ବେତନ, ତା’ସହିତ ଏତେ ବଡ଼ ପରିବାରର ଦାୟିତ୍ୱ। ସମସ୍ତେ ପଢୁଥାନ୍ତି। ରୋଜଗାରିଆ ଦୁଇଜଣ। ଦରମା ଆସୁ ଆସୁ କୁଆଡ଼େ ଯେ ଖେପିଯାଏ ତାହା ଜଣାପଡ଼େନି। କିଛି ମାଗି ବସିଲେ ନନା କହନ୍ତି ପହିଲା ପରେ। ହେଲେ ସେ ପହିଲା ପରେ କେବେ ବି ଆସେନି। ଯାହିତାହି କରି ଦଶମ ଓ ଯୁକ୍ତ ଦୁଇ ବିଜ୍ଞାନ, ଭାଇର ଓ ସାନ କାକାଙ୍କର ପୁରୁଣା ବହି, ନୋଟ୍ସ ଇତ୍ୟାଦିକୁ ପଢ଼ି କାମ ଚଳିଗଲା। ହେଲେ କଲେଜରେ ଯୁକ୍ତ ତିନି ଉଦ୍ଭିଦ ବିଜ୍ଞାନ (ସମ୍ମାନ)ନେବାରୁ ନୂଆ ବହି ଦରକାର ହେଲା। କଲେଜ ଲାଇବ୍ରେରୀର ବହି ପୁରୁଣା ଏଡ଼ିସନ୍‌ କହି ସାର୍‌ ମନା କଲେ ତାକୁ ପଢିବାକୁ। ନୂଆ ଉଦ୍ଭିଦ ବିଜ୍ଞାନ ବହି ଯେଉଁଥିରେ ସବୁ ନୂତନ ପ୍ରଣାଳୀ, ଜେନେଟିକ୍ସ୍‌, ମ୍ୟୁଟେସନ୍‌ ଇତ୍ୟାଦି ଥିଲା, ତାହା ସେତେବେଳେ କଲେଜ ଛକ ବହି ଦୋକାନରେ ମିଳୁଥିଲା। ତା’ ପରଦିନ ଡିପାର୍ଟମେଣ୍ଟରେ ପହଞ୍ଚତ୍ ଦେଖେତ ପ୍ରାୟ ସମସ୍ତଙ୍କ ହାତରେ ସେହି ବହିରୁ ଗୋଟିଏ ଗୋଟିଏ ଥିଲା। ଦିନେ ଦୁଇଦିନ ପିଲାଙ୍କୁ ଧାର ମାଗିଲି ହେଲେ ସମସ୍ତଙ୍କର ନିଜର ନୂଆ ବହି ପାଇଁ ଲୋଭ ଥିଲା; ସେଥିପାଇଁ କେହି ଦେଲେନି। ବିଦ୍ୟାଳୟରେ ପଢିଲାବେଳୁ ମୁଁ ବିଭିନ୍ନ ବକ୍ତୃତା, ରଚନା ଲିଖନ, ଗଳ୍ପ ଲିଖନ ଇତ୍ୟାଦି ପ୍ରତିଯୋଗିତାରେ ଭାଗନେଇ ଢେରସାରା କପ୍‌, ସାର୍ଟିଫିକେଟ୍‌ ପାଉଥିଲି ଆଉ ସେସବୁକୁ ସାଇତିକି ରଖୁଥିଲି। ଦିନକର କଥା। କଲେଜରୁ ଫେରି ବହିଟି ପାଇଁ ମୋର ଆକୁଳ ଆବେଦନରେ ନନାଙ୍କ ଆଖି ଛଳଛଳେଇ ଗଲା। କିଛି କହି ନପାରି ବୋଉ ଆଡ଼େ ସେ ଅନେଇଲେ। ବୋଉ ତକିଆ ତଳୁ କିଛି ଖୁଚୁରା ବାହାର କଲା, ସମୁଦାୟ ଦୁଇଶହ ଟଙ୍କା। ହେଲେ ବହିଟିର ଦାମ ଥିଲା ତିନିଶହ ଦଶ ଟଙ୍କା। ବୋଉ କହିଲା- ଟିକେ ରହିଯା, ପହିଲା ଆସୁ। ଭାଇ ମଜା କରି କହିଲା- ହେ! ଏତେ କପ୍‌ ପ୍ରାଇଜ ପାଇଛୁ ପରା, ଯା ସେସୁବୁକୁ ବିକି ବହି କିଣିଦେବୁ। ତା’ କଥା ଶୁଣି ମୋତେ ଭାରି ରାଗ ଲାଗିଲା। ମୁଁ ସେଠାରୁ ଚୁପ୍‌ଚାପ୍‌ ପଳାଇ ଆସି ଜେଜେମା’ ସା ଦେଉଥିଲେ ସେଇଠି ବସି ପ୍ରାର୍ଥନା ଗାଉ ଗାଉ ଭାବିଲି, ହେ ଭଗବାନ ମୋତେ ପ୍ରତିଯୋଗିତାରେ ଟଙ୍କା ପ୍ରାଇଜ ଦିଅନ୍ତ କି!

ଏଇ କଥାକୁ ମାସେ ବିତି ଯାଇଥାଏ। ତା’ରି ଭିତରେ ସାଙ୍ଗଙ୍କଠାରୁ କୌଣସି ମତେ ବହି ନେଇ ନୋଟ୍‌ କରି ମୁଁ ପଢୁଥାଏ। ହଠାତ୍‌ ଦିନେ କଲେଜର ଲିଟେରାରୀ ସେକ୍ରେଟାରୀ ଏକ ବକ୍ତୃତା ପ୍ରତିଯୋଗିତାର ନୋଟିସ୍‌ ଆଣିଲା। ଈଶ୍ୱରଙ୍କ କୃପାରୁ ସେଥିରେ ପ୍ରଥମ ପୁରସ୍କାର ଭାବେ ତିନିଶହ ପଚାଶ ଟଙ୍କା ଜିତିବାର ସୌଭାଗ୍ୟ ମୋତେ ହିଁ ମିଳିଲା। ଘରକୁ ଫେରିବା ବାଟରେ ସେହି ଟଙ୍କାରେ ବହି ଦୋକାନରୁ ଆଗ ବହିଟି କିଣିନେଲି। ବଳିଥାଏ ଆହୁରି ଚାଳିଶ ଟଙ୍କା। ସେଠୁ ଆସୁଆସୁ ଘର ଆଉ ଅଳ୍ପ ଦୂର ଅଛି ଦେଖିଲି, ଚରିବାକୁ ଯାଇଥିବା ଆମ ଗାଈକୁ ଆଣୁଆଣୁ ଆମ ଗଉଡ଼ ଗୋବିନ୍ଦ ଝୁଣ୍ଟି ପଡି ତା’ ବୁଢା ଆଙ୍ଗୁଳିରୁ ରକ୍ତ ଝରଝର ବହି ଯାଉଛି। ସାଙ୍ଗେ ସାଙ୍ଗେ ପାଖ ଚା’ଦୋକାନରୁ ପାଣି ଆଣି ତା’ ଗୋଡ଼ ଧୋଇଦେଲି। ଟିକେ ଦୂରରେ ଥିବା ଏକ ଔଷଧ ଦୋକାନରୁ ବ୍ୟାଣ୍ଡେଜ, ତୁଳା ଓ ନିୟୋସ୍ପ୍ରିନ୍‌ କିଣି ତା’ ଗୋଡ଼ ବ୍ୟାଣ୍ଡେଜ୍‌ କରିଦେଲି। ଏତେ ସବୁ ପରେ ବି ଆହୁରି ପାଞ୍ଚ ଟଙ୍କା ଥିଲା ମୋ ହାତରେ।

ଘରେ ପହଞ୍ଚତ୍ଲା ପରେ ଗୋବିନ୍ଦ ମୁହଁର ହସ ଆଉ ମୋ ହାତରେ ଥିବା ବହି ସବୁ କିଛି ଘଟଣାକୁ ବଖାଣି ଦେଉଥିଲା। ନନା ବି ଅଫିସରୁ ଫେରି ଚୁପ୍‌ ଚୁପ୍‌ ହସୁଥିଲେ। ଉଦ୍ଭିଦ ବିଜ୍ଞାନ ବହିର କଭର ଫୁଲଟିର ହସ ସହିତ ମୋ ଘରର ପ୍ରିୟ ମଣିଷ ମାନଙ୍କର ହସ ସବୁ ମିଶି ଏକାକାର ହୋଇଯାଇଥିଲା ସେଦିନ। ମୋ ଆଖି ଆଗରେ ଝିଲ୍‌ମିଲ୍‌ କରୁଥିଲା ମୋ ସ୍ବପ୍ନର ସୁନେଲି ଭବିଷ୍ୟତ। ବଳକା ପାଞ୍ଚ ଟଙ୍କାକୁ ମୁଁ ମୋର ପଇସା ଠଣାରେ ଗଳାଇ ଦେଇଥିଲି ଠଣ୍‌ କରି। ମୋ କାନକୁ ସେଦିନ ସେହି ଠଣ୍‌ ଶବ୍ଦଟି ଭାରି ମଧୁର ଶୁଭିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?