ପ୍ରଥମ ରୋଜଗାର ପ୍ରଥମ ଦରମାରେ ସାହିତ୍ୟ ପତ୍ରିକା କିଣିଥିଲି

ଅଧ୍ୟାପକ ତଥା ସାହିତି୍ୟକ ଅମ୍ବିକା ପ୍ରସାଦ ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ବାଲୁଗାଁ ସାନ୍ତରାପୁରରେ ମୋ ଜନ୍ମ। ବାଲୁଗାଁ ଉଚ୍ଚ ବିଦ୍ୟାଳୟରୁ ୧୯୮୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରେ ଯୁକ୍ତ ଦୁଇ କଳା ପଢିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରୁ ସାଇକୋଲୋଜି ଅନର୍ସ ନେଇ ଯୁକ୍ତ ତିନି ଏବଂ ପରେ ବ୍ରହ୍ମପୁର ୟୁନିର୍ଭସିଟିରୁ ଇଂଲିଶରେ ପିଜି କଲି। ପିଜି ପରେ ହାଇଦ୍ରାବାଦ୍‌ସ୍ଥିତ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଲିଶ ଆଣ୍ଡ ଫରେନ୍‌ ଲାଙ୍ଗୁଏଜେସ୍‌(ସିଆଇଇଏଫ୍‌ଏଲ୍‌)ରୁ ଇଂଲିଶ ଟିଚିଂ ଉପରେ ଡିପ୍ଲୋମା କୋର୍ସ ମଧ୍ୟ କରିଥିଲି। ଏହାପରେ ମୋତେ ଗଞ୍ଜାମର ରମ୍ଭାସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଇଂଲିଶ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଲା। ସେତେବେଳେ ଏହି କଲେଜଟି ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏଠି ମୋତେ ପ୍ରଥମ କରି ହଜାରେ ଟଙ୍କା ଦରମା ମିଳିଲା। ଖୁସିରେ ଟଙ୍କାକୁ ନେଇ ବୋଉ ହାତରେ ଦେଲି। ହେଲେ ବୋଉ ସେହି ଟଙ୍କାକୁ ମୋତେ ଫେରାଇ ଦେଇ କହିଲା, ନେ ତୁ ତୋ ପସନ୍ଦର କିଛି ଜିନିଷ କିଣିଦେବୁ। ତା’ପରେ ମୁଁ ସେହି ଟଙ୍କାରେ କିଛି ଓଡ଼ିଆ ସାହିତ୍ୟ ପତ୍ରିକା କିଣିଥିଲି। ସେବେଠାରୁ ମୁଁ ଏଠାରେ ଅଧ୍ୟାପନା କରୁଛି। ୟା’ଭିତରେ ଏହି କଲେଜକୁ ସରକାରୀ ଅନୁଦାନ ମଧ୍ୟ ପ୍ରାପ୍ତ ହୋଇସାରିଲାଣି। ତେବେ ଅଧ୍ୟାପନା ବ୍ୟତୀତ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ମୁଁ ଏହି କଲେଜ ୟୁଥ୍‌ ରେଡ୍‌କ୍ରସ୍‌ର କାଉନ୍‌ସିଲର ଭାବରେ ରକ୍ତଦାନ ଶିବିର ଓ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ବି କରିଥିଲି। ତା’ସହିତ କଲେଜ ପିଲାଙ୍କୁ ନେଇ ପ୍ରାଥମିକ ଚିକିତ୍ସା ଓ ଟ୍ରାଫିକ୍‌ ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କଲି। ସେହିପରି ୨୦୧୩ରୁ ଆଜି ପର୍ଯ୍ୟନ୍ତ ଉକ୍ତ କଲେଜର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବାରେ ମୁଁ ସଂଯୋଜକ ଭାବେ କାର୍ଯ୍ୟନିର୍ବାହ ବି କରିଆସୁଛି। ଏସବୁ ବ୍ୟତୀତ ଲେଖାଲେଖିରେ ମଧ୍ୟ ମୋର ଖୁବ୍‌ ରୁଚି ରହିଛି। ପୁରୀ ଏସ୍‌.ସି.ଏସ୍‌ କଲେଜରେ ପଢିଲାବେଳେ କଲେଜ ହଷ୍ଟେଲ୍‌ରେ ରହୁଥାଏ। ଆଉ ହଷ୍ଟେଲ୍‌ ମାଗାଜିନ୍‌ ପାଇଁ ଲେଖା ଦେବାକୁ ସାର୍‌ ଆମକୁ କହିଥାନ୍ତି। କିନ୍ତୁ ସେତେବେଳେ ମୋତେ କବିତା କି ଗପ କିଛି ଲେଖି ଆସୁ ନ ଥାଏ। ସେହି ହଷ୍ଟେଲ୍‌ରେ ରହୁଥିବା ମୋର ଜଣେ ସାଙ୍ଗଙ୍କୁ ମୋ ପାଇଁ ଗୋଟେ କବିତା ଲେଖି ଦେବାକୁ ଅନୁରୋଧ କରିଥିଲି। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଠିକ୍‌ ସମୟରେ କବିତା ନ ଦେବାରୁ ମୋତେ ବହୁତ ଟେନ୍‌ସନ୍‌ ଲାଗୁଥାଏ। କାରଣ ରାତି ପାହିଲେ ମାଗାଜିନ୍‌ ପାଇଁ ଲେଖା ଦେବାର ଶେଷଦିନ ହୋଇଯିବ। ତେଣୁ ରାତିସାରା ବସି ବିଭିନ୍ନ ମାଗାଜିନ୍‌ ଖେଳାଇ କବିତା କେମିତି ଲେଖାଯାଏ, ତାକୁ ଶିଖିଲି। ଆଉ ରାତି ପାହିଲା ବେଳକୁ ନିଜ ଅନୁଭବରୁ ପ୍ରଥମ ଥର ପାଇଁ ଏକ କବିତା ଲେଖିଥିଲି, ଯାହାର ଶୀର୍ଷକ ଥିଲା ‘ରାତ୍ରିର କୁହେଳିକାରେ’। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୋର ଏହି କବିତାଟି ମାଗାଜିନ୍‌ ପାଇଁ ସିଲେକ୍ଟ ହେଲା ହେଲେ ଯେଉଁ ସାଙ୍ଗ ମୋତେ କବିତା ଦେବାରେ ବିଳମ୍ବ କରିଥିଲା, ତା’ର କବିତା କିନ୍ତୁ ସିଲେକ୍ଟ ହେଲାନାହିଁ। ତେଣୁ ସେହିଦିନଠାରୁ ମୋ ଭିତରେ ବିଶ୍ୱାସ ଆସିଲା ଯେ, ମୁଁ ବି କବିତା ଲେଖିପାରିବି। ଏହାପରେ ବ୍ରହ୍ମପୁର ୟୁନିର୍ଭସିଟିରେ ପଢିଲାବେଳେ ସାହିତ୍ୟ ପ୍ରତି ରୁଚି ରଖୁଥିବା ଉକ୍ତ ୟୁନିର୍ଭସିଟିର ପିଲାମାନଙ୍କୁ ନେଇ ଗଠିତ ନିର୍ଝର ସାହିତ୍ୟ ସଂସଦର ମୁଁ ଜଣେ ସଦସ୍ୟ ହେଲି। ସେଠି ମୋ ଲେଖାକୁ ଆଉ ଟିକେ ମାର୍ଜିତ କରିବାର ସୁଯୋଗ ମିଳିଲା। ବାସ୍‌ ତା’ପରଠୁ ମୁଁ ଗୋଟେ ପରେ ଗୋଟେ କବିତା ଲେଖି ଚାଲିଲି ଆଉ ତାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହେଲା। ଆଉ ସେହି ପ୍ରକାଶିତ କବିତାକୁ ନେଇ ମୁଁ ‘ନିର୍ବିକଳ୍ପ’ ଓ ‘ସ୍ବପ୍ନମେଧ’ ନାମରେ ଦୁଇଟି କବିତା ସଂକଳନ କଲି। କବିତା ବ୍ୟତୀତ ଅନେକ ରମ୍ୟରଚନା ମଧ୍ୟ ଲେଖିଛି। ତା’ସହିତ ବିଶ୍ୱର ପ୍ରଖ୍ୟାତ ଗାଳ୍ପିକମାନଙ୍କର ୧୩ଟି ଇଂରାଜୀ ଗପକୁ ମୁଁ ଓଡିଆରେ ଅନୁବାଦ ବି କରିଛି ଆଉ ତାକୁ ନେଇ ପ୍ରସ୍ତୁତ ଏକ ଅନୁବାଦ ଗଳ୍ପ ସଂକଳନ ମୋର ପ୍ରକାଶିତ ଅପେକ୍ଷାରେ ରହିଛି। ଏଥିସହିତ ଅନେକ ଓଡ଼ିଆ କବିତାକୁ ଇଂଲିଶରେ ଅନୁବାଦ କରି ବହୁ ପାଠକୀୟ ପ୍ରଶଂସା ବି ପାଇଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri