Posted inଫୁରସତ

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ ଓ ଖେଳାଳୀଙ୍କ ନିର୍ଣ୍ଣାୟକ ସାଜି। ତାଙ୍କ ହାତର ଚାଳନା ଓ ନିଷ୍ପତିକୁ ଅନାଇ ରୁହନ୍ତି ଖେଳାଳୀଙ୍କ ସହ ଶହ ଶହ ଦର୍ଶକ। ହେଲେ କ୍ରିକେଟ୍‌ ପଡିଆରୁ ଚାଲି ଆସିବା ପରେ ବଦଳିଯାଏ ତାଙ୍କ ଦୁନିଆ। ଯେଉଁ ହାତ ଚାଳନାରେ ଖେଳର ଗତିପଥ ବଦଳି ଯାଏ, ସେଇ ହାତରେ ଧରନ୍ତି ବଡ଼ ବଡ ହଣ୍ଡା ଓ ଚଟୁ। ପ୍ୟାଣ୍ଟ ସାର୍ଟ ବଦଳରେ ପିନ୍ଧି ନିଅନ୍ତି ଗାମୁଛା ଖଣ୍ଡେ ଆଉ ସାର୍ଟଟିଏ। କାନ୍ଧରେ ପଡିଥାଏ ଏକ ଗାମୁଛା। ଆଉ ପାଲଟି ଯାଆନ୍ତି ରୋଷେଇୟା। ବଡ ବଡ ଭୋଜି ଭାତରେ ଶହ ଶହ ଲୋକଙ୍କ ପାଇଁ ସୁସ୍ବାଦୁ ଖାଦ୍ୟ ରୋଷେଇ କରି ପାଆନ୍ତି ବାଃ ବାଃ। ଦୀର୍ଘ ବର୍ଷ ଧରି ଦୁଇ ଭିନ୍ନ କ୍ଷେତ୍ରରେ ସମନ୍ବୟ ରକ୍ଷା କରି ଆଗେଇ ଚାଲିଥିବା ଏହି ନିଆରା ବ୍ୟକ୍ତି ଜଣକ ହେଉଛନ୍ତି ନିରଞ୍ଜନ ଦାଶ। ଘର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗାଁରେ। ନିରଞ୍ଜନ କୁହନ୍ତି, ‘ଅମ୍ପାୟରିଂ କରିବା ପୂର୍ବରୁ ମୁଁ କ୍ରିକେଟ ଖେଳୁଥିଲି। ୧୯୮୪ ମସିହାରୁ ମୋର ଖେଳିବା ଆରମ୍ଭ ହେଇଥିଲା। ଖେଳିବା ନିଶା ଏମିତି ଥିଲା ଯେ, କଟକ ଭୁବନେଶ୍ୱରରେ ଥିବା ପରିଚିତ ସାଙ୍ଗସାଥୀଙ୍କ ପାଖରେ ରହି ବିଭିନ୍ନ ମ୍ୟାଚ ଖେଳୁଥିଲି। ଏମିତିରେ କଳାହାଣ୍ଡି କପ୍‌ରେ ଖେଳିବାର ସୁଯୋଗ ପାଇଥିଲି। ତାସହ ଅଣ୍ଡର ୧୯ର ସମ୍ଭାବ୍ୟ ଖେଳାଳୀ ତାଲିକାରେ ବି ଥିଲି। ହେଲେ ଦୁର୍ଭାଗ୍ୟବଶତଃ କଟି ଯାଇଥିଲି। ଖେଳିପାରି ନ ଥିଲି। ଏହାପରେ ଏତେ ଭାଙ୍ଗିପଡିଲି ଯେ ଖେଳିବା ଛାଡି ଦେଲି। ହେଲେ ଖେଳ ତ ମୋ ଆତ୍ମା ଭିତରେ ଥିଲା। ତା’ଠୁ କେମିତି ଦୂରେଇକି ରହିପାରିଥାନ୍ତି। ଭାଗ୍ୟ ମତେ ପୁଣି ଥରେ କ୍ରିକେଟ ପଡିଆ ଆଡକୁ ଟାଣିଲା। ୨୦୦୧ ମସିହାର କଥା। ଆମ ଗାଁରେ କ୍ରିକେଟ୍‌ ମ୍ୟାଚ୍‌ ହୁଏ। ଆମ ପଡୋଶୀ ଯେକି ଗାଁ କ୍ରିକେଟ୍‌ ମ୍ୟାଚ୍‌ର ଅମ୍ପାୟରିଂ କରନ୍ତି, ସେ ସେଥର ମ୍ୟାଚ୍‌ରେ ଖେଳୁଥିଲେ। ତେଣୁ ଅନ୍ୟ ଜଣଙ୍କୁ ଅମ୍ପାୟରିଂ ପାଇଁ ଡକାଯାଇଥିଲା। ହେଲେ ସେ ନ ଆସିପାରିବାରୁ ସମସ୍ତେ ମତେ ଅନୁରୋଧ କରିଥିଲେ ଅମ୍ପାୟରିଂ କରିବାକୁ। ମୁଁ ମନା କରିପାରିଲିନି। ଆଉ ଅମ୍ପାୟରଭାବେ ପଡିଆକୁ ଗଲି। ସେଦିନ ସେଇ ମ୍ୟାଚ୍‌ ଅମ୍ପାୟରିଂ କରିବା ପରେ ସମସ୍ତେ ମତେ ବହୁତ ପ୍ରଶଂସା କରିଥିଲେ। ପରେ ଯେଉଁଠି ବି ମ୍ୟାଚ୍‌ ହେଲା ମତେ ଅମ୍ପାୟରିଂ ପାଇଁ ଡକାଗଲା। ସେବେଠାରୁ ଆଜିଯାଏଁ ଅମ୍ପାୟରିଂ କରୁଛି। ୟା ଭିତରେ ମୁଁ ଓସିଏରେ ଡି ଗ୍ରେଡ ଅମ୍ପାୟରଭାବେ ବି ମାନ୍ୟତା ପାଇଛି। ମ୍ୟାଚ ହିସାବରେ ଓସିଏ ତରଫରୁ ଟଙ୍କା ମିଳିଥାଏ। ଓସିଏ ଅଣ୍ଡର ୧୯ ଇଣ୍ଟ୍ରା କ୍ଲବ ମ୍ୟାଚ, ଉତ୍କଳ ବିଶ୍ୱବିଦ୍ୟାଳୟର ମ୍ୟାଚ ଭଳି ଅନେକ ମ୍ୟାଚ୍‌ରେ ମୁଁ ଅମ୍ପାୟରିଂ କରିଛି। ଯାଜପୁର, କଟକ, ଜଗତସିଂପୁର, କେନ୍ଦ୍ରାପଡାରେ ଯେବେ ବି ଟୁର୍ନାମେଣ୍ଟ ହୁଏ ମତେ ଅମ୍ପାୟରିଂ କରିବା ପାଇଁ ଡାକନ୍ତି। ଅମ୍ପାୟରିଂ ପାଇଁ ଯାଜପୁର ବିଞ୍ଝାରପୁର ନାଗରିକ ମଞ୍ଚ, ରାଜନଗର ନାଗରିକ ମଞ୍ଚ ସହ ଆହୁରି ଅନେକ ସ୍ଥାନରେ ସମ୍ବର୍ନ୍ଧିତ ବି ହେଇଛି। ଅମ୍ପାୟରିଂ କରିବା ଦ୍ୱାରା ଯଦିଓ ମତେ ଆତ୍ମସନ୍ତୋଷ ମିଳେ ହେଲେ ସେଥିରେ ଘରେ ଚଳେନା। ସେଥିପାଇଁ ମୁଁ ରୋଷେୟା କାମ ବି କରେ। ବିଭିନ୍ନ ବାହାଘର, ବ୍ରତଘର, ଜନ୍ମଦିନ ଆଦିରେ ରୋଷେଇ କରିଥାଏ। ମୋର ମୁଖ୍ୟ ଆୟର ସ୍ରୋତ ହେଉଛି ଏଇ ରୋଷେଇ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ମୁଁ ମୋ ପରିବାର ଚଳାଏ। କରୋନା ସମୟରେ ତ କାମ ବନ୍ଦ ହୋଇଯିବାରୁ ବହୁତ ହଇରାଣ ହେବାକୁ ପଡିଥିଲା। ଯଦିଓ ଏବେ ସ୍ଥିତି ଟିକେ ସୁଧୁରିଛି। ହେଲେ ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ। କୌଣସି ସରକାରୀ ସହାୟତା ବି ମୁଁ ପାଇନି। ତଥାପି ମୁଁ ଏଇ ଦୁଇ କାମ ଭିତରେ ସମନ୍ବୟ ରକ୍ଷା କରି ଆଗେଇ ଚାଲିଛି।
-ଶିବାନୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri