Posted inଫୁରସତ

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ ଓ ଖେଳାଳୀଙ୍କ ନିର୍ଣ୍ଣାୟକ ସାଜି। ତାଙ୍କ ହାତର ଚାଳନା ଓ ନିଷ୍ପତିକୁ ଅନାଇ ରୁହନ୍ତି ଖେଳାଳୀଙ୍କ ସହ ଶହ ଶହ ଦର୍ଶକ। ହେଲେ କ୍ରିକେଟ୍‌ ପଡିଆରୁ ଚାଲି ଆସିବା ପରେ ବଦଳିଯାଏ ତାଙ୍କ ଦୁନିଆ। ଯେଉଁ ହାତ ଚାଳନାରେ ଖେଳର ଗତିପଥ ବଦଳି ଯାଏ, ସେଇ ହାତରେ ଧରନ୍ତି ବଡ଼ ବଡ ହଣ୍ଡା ଓ ଚଟୁ। ପ୍ୟାଣ୍ଟ ସାର୍ଟ ବଦଳରେ ପିନ୍ଧି ନିଅନ୍ତି ଗାମୁଛା ଖଣ୍ଡେ ଆଉ ସାର୍ଟଟିଏ। କାନ୍ଧରେ ପଡିଥାଏ ଏକ ଗାମୁଛା। ଆଉ ପାଲଟି ଯାଆନ୍ତି ରୋଷେଇୟା। ବଡ ବଡ ଭୋଜି ଭାତରେ ଶହ ଶହ ଲୋକଙ୍କ ପାଇଁ ସୁସ୍ବାଦୁ ଖାଦ୍ୟ ରୋଷେଇ କରି ପାଆନ୍ତି ବାଃ ବାଃ। ଦୀର୍ଘ ବର୍ଷ ଧରି ଦୁଇ ଭିନ୍ନ କ୍ଷେତ୍ରରେ ସମନ୍ବୟ ରକ୍ଷା କରି ଆଗେଇ ଚାଲିଥିବା ଏହି ନିଆରା ବ୍ୟକ୍ତି ଜଣକ ହେଉଛନ୍ତି ନିରଞ୍ଜନ ଦାଶ। ଘର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗାଁରେ। ନିରଞ୍ଜନ କୁହନ୍ତି, ‘ଅମ୍ପାୟରିଂ କରିବା ପୂର୍ବରୁ ମୁଁ କ୍ରିକେଟ ଖେଳୁଥିଲି। ୧୯୮୪ ମସିହାରୁ ମୋର ଖେଳିବା ଆରମ୍ଭ ହେଇଥିଲା। ଖେଳିବା ନିଶା ଏମିତି ଥିଲା ଯେ, କଟକ ଭୁବନେଶ୍ୱରରେ ଥିବା ପରିଚିତ ସାଙ୍ଗସାଥୀଙ୍କ ପାଖରେ ରହି ବିଭିନ୍ନ ମ୍ୟାଚ ଖେଳୁଥିଲି। ଏମିତିରେ କଳାହାଣ୍ଡି କପ୍‌ରେ ଖେଳିବାର ସୁଯୋଗ ପାଇଥିଲି। ତାସହ ଅଣ୍ଡର ୧୯ର ସମ୍ଭାବ୍ୟ ଖେଳାଳୀ ତାଲିକାରେ ବି ଥିଲି। ହେଲେ ଦୁର୍ଭାଗ୍ୟବଶତଃ କଟି ଯାଇଥିଲି। ଖେଳିପାରି ନ ଥିଲି। ଏହାପରେ ଏତେ ଭାଙ୍ଗିପଡିଲି ଯେ ଖେଳିବା ଛାଡି ଦେଲି। ହେଲେ ଖେଳ ତ ମୋ ଆତ୍ମା ଭିତରେ ଥିଲା। ତା’ଠୁ କେମିତି ଦୂରେଇକି ରହିପାରିଥାନ୍ତି। ଭାଗ୍ୟ ମତେ ପୁଣି ଥରେ କ୍ରିକେଟ ପଡିଆ ଆଡକୁ ଟାଣିଲା। ୨୦୦୧ ମସିହାର କଥା। ଆମ ଗାଁରେ କ୍ରିକେଟ୍‌ ମ୍ୟାଚ୍‌ ହୁଏ। ଆମ ପଡୋଶୀ ଯେକି ଗାଁ କ୍ରିକେଟ୍‌ ମ୍ୟାଚ୍‌ର ଅମ୍ପାୟରିଂ କରନ୍ତି, ସେ ସେଥର ମ୍ୟାଚ୍‌ରେ ଖେଳୁଥିଲେ। ତେଣୁ ଅନ୍ୟ ଜଣଙ୍କୁ ଅମ୍ପାୟରିଂ ପାଇଁ ଡକାଯାଇଥିଲା। ହେଲେ ସେ ନ ଆସିପାରିବାରୁ ସମସ୍ତେ ମତେ ଅନୁରୋଧ କରିଥିଲେ ଅମ୍ପାୟରିଂ କରିବାକୁ। ମୁଁ ମନା କରିପାରିଲିନି। ଆଉ ଅମ୍ପାୟରଭାବେ ପଡିଆକୁ ଗଲି। ସେଦିନ ସେଇ ମ୍ୟାଚ୍‌ ଅମ୍ପାୟରିଂ କରିବା ପରେ ସମସ୍ତେ ମତେ ବହୁତ ପ୍ରଶଂସା କରିଥିଲେ। ପରେ ଯେଉଁଠି ବି ମ୍ୟାଚ୍‌ ହେଲା ମତେ ଅମ୍ପାୟରିଂ ପାଇଁ ଡକାଗଲା। ସେବେଠାରୁ ଆଜିଯାଏଁ ଅମ୍ପାୟରିଂ କରୁଛି। ୟା ଭିତରେ ମୁଁ ଓସିଏରେ ଡି ଗ୍ରେଡ ଅମ୍ପାୟରଭାବେ ବି ମାନ୍ୟତା ପାଇଛି। ମ୍ୟାଚ ହିସାବରେ ଓସିଏ ତରଫରୁ ଟଙ୍କା ମିଳିଥାଏ। ଓସିଏ ଅଣ୍ଡର ୧୯ ଇଣ୍ଟ୍ରା କ୍ଲବ ମ୍ୟାଚ, ଉତ୍କଳ ବିଶ୍ୱବିଦ୍ୟାଳୟର ମ୍ୟାଚ ଭଳି ଅନେକ ମ୍ୟାଚ୍‌ରେ ମୁଁ ଅମ୍ପାୟରିଂ କରିଛି। ଯାଜପୁର, କଟକ, ଜଗତସିଂପୁର, କେନ୍ଦ୍ରାପଡାରେ ଯେବେ ବି ଟୁର୍ନାମେଣ୍ଟ ହୁଏ ମତେ ଅମ୍ପାୟରିଂ କରିବା ପାଇଁ ଡାକନ୍ତି। ଅମ୍ପାୟରିଂ ପାଇଁ ଯାଜପୁର ବିଞ୍ଝାରପୁର ନାଗରିକ ମଞ୍ଚ, ରାଜନଗର ନାଗରିକ ମଞ୍ଚ ସହ ଆହୁରି ଅନେକ ସ୍ଥାନରେ ସମ୍ବର୍ନ୍ଧିତ ବି ହେଇଛି। ଅମ୍ପାୟରିଂ କରିବା ଦ୍ୱାରା ଯଦିଓ ମତେ ଆତ୍ମସନ୍ତୋଷ ମିଳେ ହେଲେ ସେଥିରେ ଘରେ ଚଳେନା। ସେଥିପାଇଁ ମୁଁ ରୋଷେୟା କାମ ବି କରେ। ବିଭିନ୍ନ ବାହାଘର, ବ୍ରତଘର, ଜନ୍ମଦିନ ଆଦିରେ ରୋଷେଇ କରିଥାଏ। ମୋର ମୁଖ୍ୟ ଆୟର ସ୍ରୋତ ହେଉଛି ଏଇ ରୋଷେଇ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ମୁଁ ମୋ ପରିବାର ଚଳାଏ। କରୋନା ସମୟରେ ତ କାମ ବନ୍ଦ ହୋଇଯିବାରୁ ବହୁତ ହଇରାଣ ହେବାକୁ ପଡିଥିଲା। ଯଦିଓ ଏବେ ସ୍ଥିତି ଟିକେ ସୁଧୁରିଛି। ହେଲେ ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ। କୌଣସି ସରକାରୀ ସହାୟତା ବି ମୁଁ ପାଇନି। ତଥାପି ମୁଁ ଏଇ ଦୁଇ କାମ ଭିତରେ ସମନ୍ବୟ ରକ୍ଷା କରି ଆଗେଇ ଚାଲିଛି।
-ଶିବାନୀ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri