Posted inଜାତୀୟ

ମୁଁ ନଡ୍ଡାଙ୍କ ପିଏ, ଟଙ୍କା ଦେଲେ ତୁମକୁ ମନ୍ତ୍ରୀ କରାଇଦେବି

ନାଗପୁର,୨୨ା୫: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ)ର ଅତିରିକ୍ତ ନିର୍ଦ୍ଦେଶକ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗୁଜରାଟର ମହାଠକ କିରନ୍‌ ପଟେଲ ଧରାପଡ଼ିଥିବାବେଳେ ତାଙ୍କ ଭଳି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୁଜରାଟର ଅହମଦାବାଦ ଜିଲା ମୋର୍‌ବି ବାସିନ୍ଦା ନୀରଜ ସିଂ ରାଠୋରଙ୍କୁ ମହାରାଷ୍ଟ୍ରର ନାଗପୁର ପୋଲିସ ଗିରଫ କରିଛି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ କ୍ୟାବିନେଟରେ ମନ୍ତ୍ରୀ କରାଇବା ପ୍ରତିଶ୍ରୁତି ଦେଇ ୩ ଭାଜପା ବିଧାୟକଙ୍କଠାରୁ ବେଆଇନ ଭାବେ ଟଙ୍କା ନେଇଥିବା ପୋଲିସ କହିଛି। କେବଳ ଏତିକି ନୁହେଁ, ନୀରଜ ବିଭିନ୍ନ ରାଜ୍ୟର ୨୮ ବିଧାୟକଙ୍କ ସହ ଯୋଗସୂତ୍ରରେ ଥିଲେ।
ନାଗପୁର ପୋଲିସର କହିବା ହେଲା, ଗତ ୩ ମାସ ମଧ୍ୟରେ ମହାଠକ ନୀରଜ ନିଜକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ପରିଚୟ ଦେଇ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିୟାଣା, ଝାଡ଼ଖଣ୍ଡ ଓ ଦିଲ୍ଲୀର ୨୮ ବିଧାୟକଙ୍କୁ ମନ୍ତ୍ରୀ କରାଇବା ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ବିପୁଳ ଅର୍ଥ ଲୁଟିଥିଲେ। ଏପରି କି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କୌଣସି ପ୍ରକାରେ ମନ୍ତ୍ରୀ କରାଇବାରେ ସକ୍ଷମ ହୋଇଥିଲେ। ଗତବର୍ଷ ଦିଲ୍ଲୀର ଜଣେ ଭାଜପା ବିଧାୟକଙ୍କୁ କେନ୍ଦ୍ରର ଗୃହ ନିର୍ମାଣ ସ୍କିମ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦାୟିତ୍ୱ ପ୍ରଦାନ ପ୍ରତିଶ୍ରୁତି ଦେଇଥିଲେ। ସମ୍ପୃକ୍ତ ବିଧାୟକଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ ନୀରଜଙ୍କୁ ଗିରଫ କରିଥିଲା। ଗତ ଜାନୁୟାରୀରେ ସେ ଜାମିନରେ ଆସିଥିଲେ। ନୀରଜଙ୍କ ବିରୋଧରେ ଆଇପିସି ଦଫା ୪୧୯ (ମିଥ୍ୟା ପରିଚୟ ଦେଇ ଠକିବା), ୪୨୦ (ଠକେଇ), ୧୨୦-ବି (ଆପରାଧିକ ଷଡ଼ଯନ୍ତ୍ର) ଏବଂ ୫୧୧ (ଅପରାଧ ଘଟାଇବା ଉଦ୍ୟମ ପାଇଁ ଆଜୀବନ କାରାଦଣ୍ଡାଦେଶ) ବଳରେ ମାମଲା ରୁଜୁ ହୋଇଛି। ନୀରଜଙ୍କ ଘର ନିକଟସ୍ଥ ଏକ ମୋବାଇଲ୍‌ ଦୋକାନର ମାଲିକ ତାଙ୍କ ତରଫରୁ ଅନ୍‌ଲାଇନ୍‌ରେ ବିଧାୟକମାନଙ୍କଠାରୁ ଟଙ୍କା ଗ୍ରହଣ କରୁଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri