Posted inଜାତୀୟ

ସୁପ୍ରିମକୋର୍ଟରେ ଚାଲିଥିଲା ହତ୍ୟା ମାମଲାର ଶୁଣାଣି, ହଠାତ୍ ପୀଡିତ ଆସି କହିଲେ-‘ମୁଁ ବଞ୍ଚିଛି’

ନୂଆଦିଲ୍ଲୀ,୧୧।୧୧: ସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଶୁଣାଣି ସମୟରେ ପୀଡିତ ୧୧ ବର୍ଷର ନାବାଳକ ବିଚାରପତିଙ୍କ ସାମ୍ନାରେ ଆସି କହିଛନ୍ତି ଯେ ସେ ଜୀବିତ ଅଛନ୍ତି, ଏବଂ ଏହି ହତ୍ୟା ମାମଲା ମିଥ୍ୟା ଅଟେ। ଖବର ମୁତାବକ ନାବାଳକର ପିତା ଅଜା ଏବଂ ମାମୁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବା ପରେ ମାମଲା ଆରମ୍ଭ ହୋଇଥିଲା। ଏହି ହତ୍ୟା ମାମଲା ଉତ୍ତରପ୍ରଦେଶର ପିଲିବିଟରେ ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିଲା।

ପୋଲିସ ନିକଟରେ ଦାଖଲ ହୋଇଥିବା ଏହି ମାମଲା ମିଥ୍ୟା ଉପରେ ଆଧାରିତ ଏବଂ ସେ ଜୀବିତ ବୋଲି ଅଭୟ ସିଂ ନାମକ ପିଲାଟି ମାମଲା ବନ୍ଦ କରିବା ପାଇଁ ଅନେକ ଦପ୍ତର ଦ୍ୱାରସ୍ତ ହେଲେଣି। ସେ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଏକ ବେଞ୍ଚରେ ହାଜର ହୋଇଥିଲେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ବାଧ୍ୟ କରିଥିଲା।

ଶୁକ୍ରବାର ଦିନ ସେ ସୁପ୍ରିମକୋର୍ଟର ଏକ ଡିଭିଜନ୍ ବେଞ୍ଚ ସମ୍ମୁଖରେ ଠିଆ ହୋଇ କହିଛନ୍ତି ଯେ ମୁଁ ଜୀବିତ ଅଛି। ଏହି ମାମଲାକୁ ଦୃଷ୍ଟିରେ ରଖି କୋର୍ଟ ଉତ୍ତରପ୍ରଦେଶ ସରକାର, ପିଲିବିଟ ଆରକ୍ଷୀ ଅଧ୍ୟକ୍ଷ ଏବଂ ନେଉରିଆ ପୋଲିସ ଷ୍ଟେସନ ଷ୍ଟେସନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଅଭୟ କହିଛନ୍ତି, “ମୁଁ ନିରାପଦରେ ଅଛି ଏବଂ ମୋର ଅଜାଙ୍କ ସହ ରହୁଛି। ପୋଲିସ ଆମ ଘରକୁ ଆସୁଛି ଏବଂ ମୋର ଅଜାଙ୍କୁ ଧମକ ଦେଉଛି। ମୁଁ ସେମାନଙ୍କ ସହ ରହିବାକୁ ଚାହେଁ ଏବଂ ତେଣୁ ମାମଲା ବନ୍ଦ ହେଉ ବୋଲି ଚାହୁଁଛି।” ତେବେ ବାଳକର ଓକିଲ କୁଲଦୀପ ଜୌହରୀ କହିଛନ୍ତି ଯେ ତାଙ୍କ ପିତା ତାଙ୍କ ମା’ଙ୍କୁ ମାଡ ମାରିବା ସହ ଅଧିକ ଯୌତୁକ ଦାବି କରୁଥିବା ହେତୁ ୨୦୧୩ ମସିହାରୁ ତାଙ୍କ ମା’ ଆସି ବାପ ଘରେ ରହୁଥିଲେ। ମା’ଙ୍କ ମୃତ୍ୟୁ ପରେ ପୁଅର ଅଜାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri