Posted inଫୁରସତ

ଚନ୍ଦ୍ରରେ ଗଡ଼ିବ ହୁଣ୍ଡାଇ ରୋଭର

ଓ୍ବାଶିଂଟନ୍‌
କୋରିଆର ହୁଣ୍ଡାଇ ମୋଟର ଗ୍ରୁପ ଚନ୍ଦ୍ରରେ ନିଜ ଛାପ ଛାଡ଼ିବା ନେଇ ଯୋଜନା ପ୍ରସ୍ତୁତ କରୁଛି। ଏ ନେଇ କମ୍ପାନୀ ପକ୍ଷରୁ ଲୁନାର ଏକ୍ସପ୍ଲୋରେଶନ ମୋବିଲିଟି ରୋଭରର ତିଆରି କରାଯାଇଛି, ଯାହା ଆସନ୍ତା ୨୦୨୭ ବେଳକୁ ଚନ୍ଦ୍ରକୁ ପ୍ରେରଣ କରାଯିବ। ତେବେ ଲୁନାର ରୋଭରର ପ୍ରାଣମ୍ଭୀକ ପରୀକ୍ଷଣ ଆରମ୍ଭ ହୋଇଛି। ଲୁନାର ରୋଭର କୋରିଆରେ ଏୟରୋସ୍ପେସ ପାର୍ଟନରର ସହଯୋଗରେ ତିଆରି କରାଯାଉଛି।
ପ୍ରାରମ୍ଭିକ ଲୁନର ରୋଭର ଟେଷ୍ଟିଂ ୟୁନିଟ ୨୦୨୪ର ମଧ୍ୟଭାଗ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ଏବଂ ସେପର୍ଯ୍ୟନ୍ତ ହୁଣ୍ଡାଇର ଟାର୍ଗେଟ ଏକ ମଡେଲ ତିଆରି କରିବାକୁ ଅଛି, ଯାହାକୁ ୪ ବର୍ଷ ମଧ୍ୟରେ ଲଞ୍ଚ କରିବାକୁ ହୁଣ୍ଡାଇ ଯୋଜନା କରିଛି। ଲୁନାର ରୋଭରରେ ହୁଣ୍ଡାଇ ଓ କିଆ କାରରେ ଥିବା ସବୁ ଆଡଭାନ୍ସ ଟେକ୍ନୋଲଜି ଉପଲବ୍ଧ ରହିବ। ଏଥିରେ ଆଡଭାନ୍ସ ରୋବୋଟିକ୍ସ, କ୍ୟାମେରା ସହ ଅଟୋମେଟିକ ଡ୍ରାଇଭିଂ ଟେକ୍ନୋଲଜି ସାମିଲ କରାଯିବ। ଏହି ସ୍ବତନ୍ତ୍ର ପ୍ରକାର ଲୁନାର ରୋଭରରେ ସୋଲାର ପ୍ୟାନେଲ ଦିଆଯାଇଛି, ଯେଉଁଥିରେ ଲୁନାର ରୋଭଲକୁ ଆଡଭାନ୍ସ ଟେକ୍ନୋଲଜି ମାଧ୍ୟମରେ ଚାର୍ଜ କରାଯିବ। ଲୁନର ରୋଭର ହୁଣ୍ଡାଇ ଟେକ୍ନୋଲଜି ଓ କମ୍ପୋନେଣ୍ଟ ସହ ଆସିବ। ଏଥିରେ ଉପର ଭାଗରେ ଲୁନାର ସରଫେସ ପାଇଁ ସାଇଣ୍ଟିଫିକ ପେଲୋଡ ସାମିଲ ହେବ। ଲୁନାର ରୋଭର ସରଫେସ୍‌ରେ ସର୍ବୋଚ୍ଚ ତାପମାତ୍ରା ସହ୍ୟ କରିପାରିବାର କ୍ଷମତା ରହିଛି। ତେବେ ଏହି ରୋଭରର ଓଜନ ପାଖାପାଖି ୭୦ କିଲୋ ହେବା ବୋଲି କମ୍ବାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri