ହାଇଦର ଫେରାର ହୋଇଥିବା କାର୍‌ କଟକ ଅଣାଗଲା

କଟକ ଅଫିସ, ୧୯ା୪:କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ବେଳେ ବ୍ୟବହାର ହୋଇଥିବା କାର୍‌(ନଂ. ଓଡି୦୨ଏଏସ୍‌-୬୭୭୦)କୁ କମିଶନରେଟ୍‌ ପୋଲିସ ତେଲଙ୍ଗାନାରୁ ଓଡ଼ିଶା ଆଣିଛି। ରବିବାର ମଙ୍ଗଳାବାଗ ଥାନାରେ କାରଟିକୁ ରଖାଯାଇ ଅଧିକ ଖୋଳତାଡ ଜାରି ରହିଛି। ହାଇଦର ଏହି କାରରେ ଓଡ଼ିଶାରୁ ତେଲଙ୍ଗାନା ପଳାଇଥିଲେ। ବାଦାମବାଡି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ତେଲଙ୍ଗାନା ଓ ହାଇଦ୍ରାବାଦ ପୋଲିସ ଟିମ୍‌ ସହାୟତାରେ ହାଇଦରଙ୍କୁ ଗୁରୁବାର ସନ୍ଧ୍ୟାରେ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲା ଜାହିରାବାଦ ଅଞ୍ଚଳରୁ ଗିରଫ କରିଥିଲା। ଶୁକ୍ରବାର ତାଙ୍କୁ ବିମାନରେ ଭୁବନେଶ୍ୱର ଅଣାଯିବା ପରେ ଅପରାହ୍ନରେ କଟକ ଜେଏମ୍‌ଏଫସିରେ ହାଜର କରାଯାଇଥିଲା। ଏହାପରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ହେଲେ ଉକ୍ତ କାର ତେଲଙ୍ଗାନା ପୋଲିସ ହେପାଜତରେ ରହିଥିଲା। ଏହି କାର ଲିଙ୍କ୍‌କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଉକ୍ତ କାର୍‌କୁ ତାଙ୍କ ପୁଅ ଅଜୁ ଯୋଗାଡ କରିଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର କହିଛନ୍ତି। କାର୍‌ଟି ଯେଉଁ ଅଞ୍ଚଳ ଦେଇ ଯାଇଥିଲା ସେଠାକାର ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ କାର୍‌ ସମ୍ପର୍କରେ ପୋଲିସ ସୁରାକ ପାଇଥିଲା। ପରେ ଏହି ଗାଡି ନମ୍ବର ଟ୍ରାକ୍‌ କରି ପୋଲିସ ହାଇଦର ପାଖରେ ପହଞ୍ଚି ପାରିଥିଲା। ଏହି କାର୍‌ ଖୋର୍ଦ୍ଧାର ତ୍ରିଲୋଚନ ସାହୁଙ୍କ ନାମରେ ଭୁବନେଶ୍ୱର ଆରଟିଓ-୧ରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି। ତ୍ରିଲୋଚନ ସାହୁ କିଏ ଓ ତାଙ୍କର ହାଇଦରଙ୍କ ସହ କିପରି ସମ୍ପର୍କ ତାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ତ୍ରିଲୋଚନଙ୍କୁ ଧରି ପଚରାଉଚରା କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିବ। ଏହି କାରର ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଖୋଜୁଛି। ସେହିପରି ହାଇଦର ଫେରାର ହେବାରେ ବ୍ୟବହୃତ ବାଇକ୍‌ ସମ୍ବନ୍ଧରେ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
ହାଇଦର ଫେରାର ହେବାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ଦିଗରେ ପୋଲିସ ଖୋଳତାଡ ଚଳାଇଛି। ଏହି ଘଟଣାରେ ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳର ଅର୍ଚ୍ଚନା ପରିଡ଼ା, କେନ୍ଦ୍ରାପଡା ଅଞ୍ଚଳର ଶେଖ୍‌ ରୈସୁଦ୍ଦିନ୍‌ ଓ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଟିଣପିଟା ସାହିର ଶେଖ୍‌ ଇମ୍ରାନ୍‌ଙ୍କୁ ଶନିବାର ମଙ୍ଗଳାବାଗ ପୋଲିସ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଯୁବତୀଙ୍କୁ ପୋଲିସ ଜେରା କରୁଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପ୍ରତୀକ୍‌ ସିଂ କହିଛନ୍ତି।

ହାଇଦର ଲିଙ୍କ୍‌ରେ ଆଲବମ୍‌ ଅଭିନେତ୍ରୀ

ହାଇଦର ଗିରଫ ହେବା ପରେ ପୋଲିସ ଅନେକ ତଥ୍ୟ ହାସଲ କରିବାରେ ଲାଗିପଡିଛି। ହାଇଦର ଅପରାଧ ସାମ୍ରାଜ୍ୟ ନେଟ୍‌ଓ୍ବର୍କରେ ରହିଛନ୍ତି ଏକାଧିକ ଯୁବତୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଆଲବମ୍‌ ଅଭିନେତ୍ରୀ ତଥା ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳର ଅର୍ଚ୍ଚନା ପରିଡ଼ା। ପୋଲିସ ତାଙ୍କୁ ଗିରଫ କରିଛି। ସେ ହାଇଦରଙ୍କୁ ଦେଖା କରିବାକୁ ଏସ୍‌ସିବିକୁ ଏକାଧିକ ଥର ଆସିଛନ୍ତି। ଏପରି କି ହାଇଦରଙ୍କ ପୁଅ ସହିତ ସମ୍ପର୍କ ରହିଥିବା ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର କହିଛନ୍ତି। ସେ ବିଭିନ୍ନ ଆଲବମ୍‌ରେ ଅଭିନୟ କରିବାବେଳେ ହାଇଦରଙ୍କ ସହ ତାଙ୍କର କିପରି ସମ୍ପର୍କ ଗଢି ଉଠିଥିଲା ତାହାକୁ ନେଇ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଅର୍ଚ୍ଚନା ହାଇଦର ଲିଙ୍କ୍‌ରୁ ଆଲବମ୍‌ରେ କାର୍ଯ୍ୟ କରୁଥିଲେ ନା ହାଇଦରଙ୍କ ଆର୍ଥିକ ସହଯୋଗରେ ସେ ଆଲବମ୍‌ ଦୁନିଆକୁ ଆସିଥିଲେ ତାହାର ତଦନ୍ତ କରାଯିବ ବୋଲି ପୋଲିସ କହିଛି।
ଏ ସମ୍ପର୍କରେ ଅର୍ଚ୍ଚନାଙ୍କ ବାପା କହିଛନ୍ତି, ତାଙ୍କ ଝିଅ ଭୁବନେଶ୍ୱରରେ ଚାକିରି କରିବା ପାଇଁ କେନ୍ଦ୍ରାପଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଯାଇଥିଲେ। ୧୦ ତାରିଖରେ ସେ ଘରକୁ ଫୋନ୍‌ କରି କଥା ହୋଇଥିଲେ। ସେହିଦିନଠାରୁ ସେ ଆଉ ଫୋନ୍‌ କରିନାହାନ୍ତି। ଝିଅର ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ତାକୁ ଫସାଇ ଦିଆଯାଇଛି ବୋଲି ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?