ହାଇଦର ଫେରାର ହୋଇଥିବା କାର୍‌ କଟକ ଅଣାଗଲା

କଟକ ଅଫିସ, ୧୯ା୪:କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ବେଳେ ବ୍ୟବହାର ହୋଇଥିବା କାର୍‌(ନଂ. ଓଡି୦୨ଏଏସ୍‌-୬୭୭୦)କୁ କମିଶନରେଟ୍‌ ପୋଲିସ ତେଲଙ୍ଗାନାରୁ ଓଡ଼ିଶା ଆଣିଛି। ରବିବାର ମଙ୍ଗଳାବାଗ ଥାନାରେ କାରଟିକୁ ରଖାଯାଇ ଅଧିକ ଖୋଳତାଡ ଜାରି ରହିଛି। ହାଇଦର ଏହି କାରରେ ଓଡ଼ିଶାରୁ ତେଲଙ୍ଗାନା ପଳାଇଥିଲେ। ବାଦାମବାଡି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ତେଲଙ୍ଗାନା ଓ ହାଇଦ୍ରାବାଦ ପୋଲିସ ଟିମ୍‌ ସହାୟତାରେ ହାଇଦରଙ୍କୁ ଗୁରୁବାର ସନ୍ଧ୍ୟାରେ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲା ଜାହିରାବାଦ ଅଞ୍ଚଳରୁ ଗିରଫ କରିଥିଲା। ଶୁକ୍ରବାର ତାଙ୍କୁ ବିମାନରେ ଭୁବନେଶ୍ୱର ଅଣାଯିବା ପରେ ଅପରାହ୍ନରେ କଟକ ଜେଏମ୍‌ଏଫସିରେ ହାଜର କରାଯାଇଥିଲା। ଏହାପରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ହେଲେ ଉକ୍ତ କାର ତେଲଙ୍ଗାନା ପୋଲିସ ହେପାଜତରେ ରହିଥିଲା। ଏହି କାର ଲିଙ୍କ୍‌କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଉକ୍ତ କାର୍‌କୁ ତାଙ୍କ ପୁଅ ଅଜୁ ଯୋଗାଡ କରିଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର କହିଛନ୍ତି। କାର୍‌ଟି ଯେଉଁ ଅଞ୍ଚଳ ଦେଇ ଯାଇଥିଲା ସେଠାକାର ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ କାର୍‌ ସମ୍ପର୍କରେ ପୋଲିସ ସୁରାକ ପାଇଥିଲା। ପରେ ଏହି ଗାଡି ନମ୍ବର ଟ୍ରାକ୍‌ କରି ପୋଲିସ ହାଇଦର ପାଖରେ ପହଞ୍ଚି ପାରିଥିଲା। ଏହି କାର୍‌ ଖୋର୍ଦ୍ଧାର ତ୍ରିଲୋଚନ ସାହୁଙ୍କ ନାମରେ ଭୁବନେଶ୍ୱର ଆରଟିଓ-୧ରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି। ତ୍ରିଲୋଚନ ସାହୁ କିଏ ଓ ତାଙ୍କର ହାଇଦରଙ୍କ ସହ କିପରି ସମ୍ପର୍କ ତାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ତ୍ରିଲୋଚନଙ୍କୁ ଧରି ପଚରାଉଚରା କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିବ। ଏହି କାରର ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଖୋଜୁଛି। ସେହିପରି ହାଇଦର ଫେରାର ହେବାରେ ବ୍ୟବହୃତ ବାଇକ୍‌ ସମ୍ବନ୍ଧରେ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
ହାଇଦର ଫେରାର ହେବାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ଦିଗରେ ପୋଲିସ ଖୋଳତାଡ ଚଳାଇଛି। ଏହି ଘଟଣାରେ ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳର ଅର୍ଚ୍ଚନା ପରିଡ଼ା, କେନ୍ଦ୍ରାପଡା ଅଞ୍ଚଳର ଶେଖ୍‌ ରୈସୁଦ୍ଦିନ୍‌ ଓ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଟିଣପିଟା ସାହିର ଶେଖ୍‌ ଇମ୍ରାନ୍‌ଙ୍କୁ ଶନିବାର ମଙ୍ଗଳାବାଗ ପୋଲିସ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଯୁବତୀଙ୍କୁ ପୋଲିସ ଜେରା କରୁଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପ୍ରତୀକ୍‌ ସିଂ କହିଛନ୍ତି।

ହାଇଦର ଲିଙ୍କ୍‌ରେ ଆଲବମ୍‌ ଅଭିନେତ୍ରୀ

ହାଇଦର ଗିରଫ ହେବା ପରେ ପୋଲିସ ଅନେକ ତଥ୍ୟ ହାସଲ କରିବାରେ ଲାଗିପଡିଛି। ହାଇଦର ଅପରାଧ ସାମ୍ରାଜ୍ୟ ନେଟ୍‌ଓ୍ବର୍କରେ ରହିଛନ୍ତି ଏକାଧିକ ଯୁବତୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଆଲବମ୍‌ ଅଭିନେତ୍ରୀ ତଥା ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳର ଅର୍ଚ୍ଚନା ପରିଡ଼ା। ପୋଲିସ ତାଙ୍କୁ ଗିରଫ କରିଛି। ସେ ହାଇଦରଙ୍କୁ ଦେଖା କରିବାକୁ ଏସ୍‌ସିବିକୁ ଏକାଧିକ ଥର ଆସିଛନ୍ତି। ଏପରି କି ହାଇଦରଙ୍କ ପୁଅ ସହିତ ସମ୍ପର୍କ ରହିଥିବା ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର କହିଛନ୍ତି। ସେ ବିଭିନ୍ନ ଆଲବମ୍‌ରେ ଅଭିନୟ କରିବାବେଳେ ହାଇଦରଙ୍କ ସହ ତାଙ୍କର କିପରି ସମ୍ପର୍କ ଗଢି ଉଠିଥିଲା ତାହାକୁ ନେଇ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଅର୍ଚ୍ଚନା ହାଇଦର ଲିଙ୍କ୍‌ରୁ ଆଲବମ୍‌ରେ କାର୍ଯ୍ୟ କରୁଥିଲେ ନା ହାଇଦରଙ୍କ ଆର୍ଥିକ ସହଯୋଗରେ ସେ ଆଲବମ୍‌ ଦୁନିଆକୁ ଆସିଥିଲେ ତାହାର ତଦନ୍ତ କରାଯିବ ବୋଲି ପୋଲିସ କହିଛି।
ଏ ସମ୍ପର୍କରେ ଅର୍ଚ୍ଚନାଙ୍କ ବାପା କହିଛନ୍ତି, ତାଙ୍କ ଝିଅ ଭୁବନେଶ୍ୱରରେ ଚାକିରି କରିବା ପାଇଁ କେନ୍ଦ୍ରାପଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଯାଇଥିଲେ। ୧୦ ତାରିଖରେ ସେ ଘରକୁ ଫୋନ୍‌ କରି କଥା ହୋଇଥିଲେ। ସେହିଦିନଠାରୁ ସେ ଆଉ ଫୋନ୍‌ କରିନାହାନ୍ତି। ଝିଅର ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ତାକୁ ଫସାଇ ଦିଆଯାଇଛି ବୋଲି ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri