Posted inଫୁରସତ

କିଛି ମିନିଟ୍‌ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ ଯାଦବ ତେଲେଙ୍ଗାନାର ନାଦରଗୁଲର ବ୍ୟବସାୟୀ ମେରି ଶଶନ ରେଡ୍ଡୀଙ୍କ ସହ ମିଶି ଏହି ଲଡୁ କିଣିଛନ୍ତି। ଏହି ଲଡୁ ପାଇଁ ଟେଣ୍ଡର ୧,୧୧୬ ଟଙ୍କାରୁ ଆରମ୍ଭ ହୋଇଥିଲା ଏବଂ କିଛି ମିନିଟ ମଧ୍ୟରେ ଶହ ଶହ ଭକ୍ତ ଏହାକୁ ଉଚ୍ଚ ଦାମ୍‌ରେ କିଣିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କୁ ରମେଶ ଯାଦବ ଏହି ଲଡୁକୁ ଉପହାର ସ୍ବରୂପ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ବ୍ୟବସାୟୀ କୋଲାନୁ ରାମା ରେଡ୍ଡୀ ୧୭ ଲକ୍ଷ ୬୦ ହଜାର ଟଙ୍କାରେ ଲଡୁ କିଣିଥିଲେ ଏବଂ ସେ ଏହି ବର୍ଷ ନିଲାମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଜ୍ୟ ଶିକ୍ଷା ମନ୍ତ୍ରୀ ପି ସବିତା ଇନ୍ଦ୍ରା ରେଡ୍ଡୀ, ପୂର୍ବତନ ବିଧାୟକ ଟି କୃଷ୍ଣା ରେଡ୍ଡୀ ଏବଂ ଅନ୍ୟାନ୍ୟ ନେତା ଲଡୁ ନିଲାମରେ ଉପସ୍ଥିତ ଥିଲେ।ବାଲାପୁର ଗ୍ରାମରେ ଲଡୁର ବାର୍ଷିକ ନିଲାମ ସହ ହାଇଦ୍ରାବାଦରେ ଗଣେଶ ବିସର୍ଜନ ଆରମ୍ଭ ହୋଇଛି। ପ୍ରତିବର୍ଷ ଲଡୁସ ନିଲାମ ଆୟୋଜନ କରୁଥିବା ବାଲାପୁର ଗଣେଶ ଉତ୍କଳ ସମିତି ଅନୁଯାୟୀ, ୧୯୯୪ରେ ଅନୁଷ୍ଠିତ ପ୍ରଥମ ନିଲାମରେ ଏହି ଲଡୁ ୪୫୦ ଟଙ୍କାରେ ବିକ୍ରି ହୋଇଥିଲା। ସେବେଠାରୁ ଏହି ଲଡୁର ଲୋକପ୍ରିୟତା ଏବଂ ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି। ବିଶ୍ୱାସ କରାଯାଏ ଯେ, ଏହି ଲଡୁ ବିଜେତାଙ୍କ ପାଇଁ ସମୃଦ୍ଧତା ଆଣିଥାଏ, ତେଣୁ ବଡ ବ୍ୟବସାୟୀ ଏବଂ ରାଜନେତାମାନେ ପ୍ରତିବର୍ଷ ଟେଣ୍ଡର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ବିଜେତା କେବଳ ନିଜ ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ଲଡୁ ଖଣ୍ଡ ବଣ୍ଟନ କରନ୍ତି ନାହିଁ, ବରଂ ତାଙ୍କ ଚାଷ, କାରଖାନା ଏବଂ ଘରେ ଲଡୁ ଖଣ୍ଡ ମଧ୍ୟ ଛିଞ୍ଚନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri