Posted inଜାତୀୟ

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫ ବର୍ଷୀୟା ବିଜୟଲକ୍ଷ୍ମୀ। ତାଙ୍କ ସ୍ବାମୀ ଜଣେ ଦରଜି। ହେଲେ ତାଙ୍କ ପସନ୍ଦର ବ୍ଲାଉଜ ସିଲେଇ ନ କରିବାରୁ ସ୍ବାମୀଙ୍କ ସହ ଯୁକ୍ତିତର୍କ ପରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବିଜୟଲକ୍ଷ୍ମୀଙ୍କ ସ୍ବାମୀ ଶ୍ରୀନିବାସ ଓ ଦୁଇ ଛୁଆଙ୍କ ସହ ହାଇଦ୍ରାବଦର ଅମ୍ବରପେଟର ଥିରୁମାଲା ନଗରରେ ରହୁଥିଲେ। ଶ୍ରୀନିବାସ ଘରରୁ ଘର ବୁଲି ଶାଢ଼ି ଓ ବ୍ଲାଉଜ ବିକିବା ସହ ଦରଜି କାମ କରନ୍ତି। ସୂଚନା ମୁତାବକ, ଶ୍ରୀନିବାସ ଶନିବାର ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ ସିଲେଇ କରିଥିଲେ। ମାତ୍ର ତାହା ପସନ୍ଦ ନ ଆସିବାରୁ ସ୍ବାମୀଙ୍କୁ ପୁଣି ଥରେ ସିଲେଇ କରିବାକୁ କହିଥିଲେ ବିଜୟଲକ୍ଷ୍ମୀ। କିନ୍ତୁ ଶ୍ରୀନିବାସ ମନା କରି ଦେଇ ଘରୁ ଚାଲି ଯାଇଥିଲେ। ପରେ ଛୁଆମାନେ ସ୍କୁଲରୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଏଣୁ ଶ୍ରୀନିବାସଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଶେଷରେ କବାଟ ଭାଙ୍ଗିବା ପରେ ମିଳିଥିଲା ବିଜୟଲକ୍ଷ୍ମୀଙ୍କ ମୃତଦେହ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ

ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

‘ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ମୋଦି’

ନୂଆଦିଲ୍ଲୀ,୧୩ା୫ (ଆଇଏଏନ୍‌ଏସ୍‌): ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଭେଟି ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ...

ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ...

କରୋନାକୁ ନେଇ ଅନ୍ଧବିଶ୍ୱାସ: ଭୂତାଣୁ ହଟାଇବା ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ପାଟନା,୩।୬: ସମଗ୍ର ବିଶ୍ୱ କରୋନା ସହ ଲଢୁଛି। ୧୦୦ରୁ ଅଧିକ ଦେଶ ଏହି ମହାମାରୀ ପାଇଁ ଟୀକା ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନାକୁ ନେଇ...

ତାମିଲନାଡୁ ଜଳ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ଡିଏମ୍‌କେର ପ୍ରଦର୍ଶନ

ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ...

ବମ୍ବେ ଡାଇଙ୍ଗ୍‌ ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ ସଞ୍ଜୟ ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୪ତମ ଜୟନ୍ତୀ ସୋମବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି...

ଅରୁଣାଚଳ ପ୍ରଦେଶ ଉପନିର୍ବାଚନ: ନିର୍ଦ୍ବନ୍ଦରେ ବିଜୟୀ ହୋଇପାରନ୍ତି ଭାଜପା ପ୍ରାର୍ଥୀ ଶେରିଂଗ ହାମୁ

ଇଟାନଗର,୯ ।୨: ଅରୁଣାଚଳ ପ୍ରଦେଶରେ ହେବାକୁ ଯାଉଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।...

Advertisement
Archives

Model This Week