Posted inଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପୋଲିସର ଏନ୍‌କାଉଣ୍ଟର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ତେଲେଙ୍ଗାନା ହାଇକୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦର ଭେଟେନାରୀ ଡାକ୍ଟରାଣୀଙ୍କୁ ଗଣବଳାତ୍କାର ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରୁଥିଲା। ସେତିକିବେଳେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଟିମ୍‌ ୪ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେତିକି ବେଳେ ସୁପ୍ରିମକୋର୍ଟଙ୍କ ଘଟଣାର ତଦନ୍ତ ପାଇଁ ସିରିପୁରକର କମିଶନ ଗଠନ କରି ଏନ୍‌କାଉଣ୍ଟର ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ସିରପୁରକର କମିଶନ ଏହି ଘଟଣାର ଯାଞ୍ଚ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଛି। ଶୁକ୍ରବାର କୋର୍ଟ ଦାଖଲ ହୋଇଥିବା ରିପୋର୍ଟର ଶୁଣାଣି କରି ପୋଲିସର ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ନକଲି ବୋଲି କହିଛନ୍ତି। ଏଥିସହ ରିପୋର୍ଟ ପାଇବା ପରେ ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର...

ସର୍ବସାଧାରଣରେ ବାପାଙ୍କୁ ଜାଳି ଦେଲା ଝିଅ

କୋଲାକାତା,୨୩।୩ : ଜଣେ ୨୨ ବର୍ଷୀୟା ଝିଅ ସର୍ବସାଧାରଣରେ ବାପାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପୂର୍ବରୁ ରାତ୍ରି ଭୋଜନ...

ବର୍ଷାରେ ଦିଲ୍ଲୀ ଉବୁଟୁବୁ

ନୂଆଦିଲ୍ଲୀ, ୨୦।୭(ପି.ଟି.): ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି...

ପ୍ରିୟଙ୍କା ଅଟକ, ଲଗାଇଲେ ଝାଡୁ…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ପ୍ରିୟଙ୍କା...

ଶାହଙ୍କୁ ଭେଟିଲେ ଯୋଗୀ: ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍‌...

ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୁରେଶୀ

ଅଗରତାଲା,୧୭ା୧୧ (ଆଇଏଏନ୍‌ଏସ୍‌): ତ୍ରିପୁରା ହାଇକୋର୍ଟର ପଞ୍ଚମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଅକିଲ ଅବଦୁଲ ହମିଦ କୁରେଶୀ ଶନିବାର ଶପଥ ନେଇଛନ୍ତି। ସେ ପୂର୍ବରୁ ଗୁଜରାଟ...

ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କଲେ ଯବାନ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ...

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି।...

Advertisement
Archives

Model This Week