ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି, ମୁହଁ ଖୋଲିଲେ ଝୁଣ୍ଡ ପ୍ରଯୋଜକ …

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ହଲ୍‌ରେ ହାଉସ ଫୁଲ ହେଉଛି। କେତେ ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିଥିବା ବେଳେ କେନ୍ଦ୍ରୀୟ ଜିଏସ୍‌ଟି ଛାଡ଼ କରିବା ପାଇଁ ଛତିଶଗଡ଼ କଂଗ୍ରେସ ସରକାର ଦାବି କରିଛନ୍ତି ।
ଗୋଟିଏ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ପରେ ଏବେ ଆଉ ଏକ ଫିଲ୍ମକୁ ଟ୍ୟାକ୍ସ ଛାଡ଼ କରିବା ନେଇ ଦାବି ଉଠିଛି। ‘ଝୁଣ୍ଡ’ ଫିଲ୍ମର ପ୍ରଯୋଜକ ସବିତା ରାଜ ହିରେମାଥ ଏହି ଦାବି କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମର୍ଥନ ଦେବା, ସୋସିଆଲ ମିଡିଆରେ ପ୍ରମୋଟ କରିବା, ଟ୍ୟାକ୍ସ ଛାଡ଼, ତଥା ଅଫିସ କର୍ମଚାରୀ ଫିଲ୍ମ ଦେଖିଯିବା ପାଇଁ ଅଧାଦିନ ଛୁଟି ଦେବା ଆଦି ସୁବିଧା ପାଇଁ କ’ଣ ସବୁ ସରକାରୀ କ୍ରାଇଟ ଏରିଆ ରହିଛି ?
ଫିଲ୍ମ ‘ଝୁଣ୍ଡ’ ଦର୍ଶକୀୟ ଆଦ୍ରୁତା ପାଉଛି ଓ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ରହିଛି ଯାହା ଦେଶ ବିକାଶରେ କ୍ଷେତ୍ରରେ କାମରେ ଆସିବ। ତଥାପି ତାଙ୍କ ଫିଲ୍ମକୁ କାହିଁକି ଟ୍ୟାକ୍ସ ଫ୍ରି କରାଗଲା ନାହିଁ ବୋଲି ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି। ଏହା ବାଦ ଫିଲ୍ମ ଟ୍ୟାକ୍ସ ଫ୍ରି କରିବା ପାଇଁ ଯଦି କିଛି ସରକାରୀ ମାନ ଦଣ୍ଡ ଅଛି ତେବେ ତାହା ସେ ଜାଣିବାକୁ ଚାହିଁବେ ବୋଲି ସବିତା ପୋଷ୍ଟ କରିଛନ୍ତି ।
ସବୁ ସୂତ୍ରରୁ ଫିଲ୍ମ ଦ କାଶ୍ମୀର ଫାଇଲସ୍‌କୁ ବିଜ୍ଞାପନ ଓ ସରକାରୀ ସମର୍ଥନ ମିଳିଥିବାରୁ ଏହା ବର୍ତ୍ତମାନ ୧୧୬ କୋଟି ଟଙ୍କା ଆୟ କରିଛି। ଅନ୍ୟପଟେ ଝୁଣ୍ଡ ମାର୍ଚ୍ଚ ୪ ତାରିଖରେ ରିଲିଜ ହୋଇଥିବା ବେଳେ ଏହା ମାତ୍ର ୧୫ କୋଟି ଟଙ୍କା କମାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ।...

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ଖିଲାଡି କିଙ୍ଗଙ୍କୁ ଜନ୍ମଦିନରେ ଏଭଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: କହିଲେ ‘ଆପଣ ରୋଲ ମଡେଲ, ହିରୋ’

ଆଜି ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ହାପି ବର୍ଥ ଡେ। ୧୯୬୭ ସେପ୍ଟେମ୍ବର ୯ ତାରିଖଷର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ଏହି ଅବସରରେ ତାଙ୍କ...

ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି।...

ଏହି ଅଭିନେତାଙ୍କ ସ୍ତ୍ରୀ ଜାଣିଥିଲେ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ, ଆଉ ତା’ ପରେ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ...

ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ...

ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା

ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ...

Advertisement
Archives

Model This Week