Posted inଜାତୀୟ

ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବାମୀଙ୍କୁ ଦୁଇଥର ଆଜୀବନ କାରାଦଣ୍ଡାଦେଶ…

କୋଲ୍ଲମ,୧୩।୧୦: ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀଙ୍କୁ ଏକ କୋର୍ଟ ଦୁଇଥର ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କେରଳର କୋଲ୍ଲମର ଏକ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ ଏସ୍‌ କୁମାରଙ୍କ ବୟସକୁ ବିଚାର କରି ମୃତ୍ୟୁଦଣ୍ଡ ନ ଦେଇ ଏଭଳି ଦଣ୍ଡାଦେଶ କରିଛନ୍ତି। ଏହା ସହିତ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୂ ନିର୍ଦ୍ଦେଶ ଦେଇଛନ୍ତିି। ସୋରାଜ ତାଙ୍କ ୨୫ ବୟସ୍କା ସ୍ତ୍ରୀ ଉଥ୍ରାଙ୍କୁ ସାପ କାମୁଡ଼ାରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କୋର୍ଟ ଏହାକୁ ବିରଳ ମାମଲା ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି। ଏଭଳି ଅପରାଧୀ ମାନସିକତା ଥିବା ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ନ କରାଗଲେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ ବୋଲି ଅତିରିକ୍ତ ଜିଲା ଦୌରା ଜଜ୍‌ ମନୋଜ ଏମ୍‌ କହିଛନ୍ତି।

ଏବେ ସୋରାଜ୍‌ଙ୍କୁ ୩୨ ବର୍ଷ। ତାଙ୍କ ଆଜୀବନ କାରାଦଣ୍ଠ ପୃଥକ ଭାବେ ଦୁଇଟି ପର୍ଯ୍ୟାୟରେ ୧୭ ବର୍ଷଠାରୁ ଲାଗୁ ହେବ। ଫଳରେ ସରୋଜ ସାରା ଜୀବନ ଏବେ ଜେଲରେ ବିତାଇବେ।

ସ୍ତ୍ରୀ ଶୋଇଥିବା ସମୟରେ ସୋରାଜ ତାଙ୍କ ଉପରେ ନାଗ ସାପ ଛାଡି ଦେଇଥିଲେ। ଉଥ୍ରା ପ୍ରଥମ ସାପ କାମୁଡ଼ାରୁ ସୁସ୍ଥ ହେବାରେ ସଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଥର ତାଙ୍କ ମୃତ୍ୟୁ ଘଟିଥିଲା
ଜିଲା କୋର୍ଟର ରାୟରେ ସନ୍ତୁଷ୍ଟ ନ ଥିବା ଉଥ୍ରାଙ୍କ ମାତାପିତା କହିଛନ୍ତି। ସୋରାଜଙ୍କୁ ମୃତ୍ୟୁଦଣ୍ଡ ପାଇଁ ସେମାନେ କେରଳ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ଦିଲ୍ଲୀ ଲୋକଙ୍କ ଜୀବନ ପାଇଁ ଲଢ଼ିବା ମୋ ଅପରାଧ

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀର ୨ କୋଟି ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରିବା ମୋ ଅପରାଧ। ତୁମେ ଯେତେବେଳେ ନିର୍ବାଚନ ରାଲିରେ ମାତିଥିଲ, ମୁଁ ସେତେବେଳେ ଅକ୍ସିଜେନ...

ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍‌ ଅଫିସର

ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସର ସ୍ବପ୍ରିଲ୍‌ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍‌ର...

ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ଅପରିହାର୍ଯ୍ୟ…

ଚେନ୍ନାଇ,୨୮।୮: ଭାରତର ସୀମାକୁ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ପୃଥିବୀରେ ଯେଉଁଭଳି ଭାବରେ ପରିବର୍ତ୍ତନ ଘଟୁଛି, ସୁରକ୍ଷା ବ୍ୟବସ୍ଥାକୁ...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି...

ଯେଉଁଠି ଭଗବାନ ଶିବଙ୍କ ଗୋଡ଼ ଆଙ୍ଗୁଠି ପୂଜା କରାଯାଏ

ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେକୌଣସି ଶିବ ମନ୍ଦିରରେ ଶିବଙ୍କ ଲିଙ୍ଗ କିମ୍ବା ମୂର୍ତ୍ତି ପୂଜା...

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି।...

Advertisement
Archives

Model This Week