୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ସହି ନ ପାରି…

ଭୁବନ,୧୬ା୧୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଚମ୍ପାନାଳିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ବାବୁଲି ନାଏକଙ୍କ ଝିଅ ସୁଲୋଚନା ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ତାଙ୍କ ସ୍ବାମୀ ଅକଥନୀୟ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ସୁଲୋଚନା ୫ କନ୍ୟା ସନ୍ତାନଙ୍କ ସହ ଘର ଛାଡ଼ି ଚାଲିଆସିଛନ୍ତି। ଏହି ଘଟଣା ଅଞ୍ଚଳରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ସଂକ୍ରାନ୍ତରେ ଚମ୍ପାନାଳିଆ ଗ୍ରାମର ବାବୁଲି ନାଏକଙ୍କ ସ୍ତ୍ରୀ ତଥା ସୁଲୋଚନାଙ୍କ ମା’ ମୋହନା ଅଭିଯୋଗ କରିଛନ୍ତି। ବାବୁଲିଙ୍କ ଝିଅ ସୁଲୋଚନାଙ୍କୁ ଢେଙ୍କାନାଳ ଜିଲା ଗୁଡ଼ିଆକାଟେଣି ଗ୍ରାମର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟଙ୍କ ସହିତ ୧୪ ବର୍ଷ ତଳେ ବୈଦିକ ରୀତିରେ ବିବାହ ଦେଇଥିଲେ। ବିବାହ ପରଠାରୁ ଚୈତନ୍ୟ ସ୍ତ୍ରୀଙ୍କୁ ତାଙ୍କ ମାମୁଘରେ ଛାଡ଼ିଦେଇଥିଲେ। ସୁଲୋଚନାଙ୍କ ଘର ଭୁବନ ଥାନା ମୁରୁଗା ଗ୍ରାମରେ । ସେବେଠାରୁ ଚୈତନ୍ୟଙ୍କ ସ୍ତ୍ରୀ ପୁଅକୁ ଚାହିଁଚାହିଁ ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ନ ହେବାରୁ ସୁଲୋଚନାଙ୍କ ଉପରେ ସ୍ବାମୀ ବାରମ୍ବାର ଅତ୍ୟାଚାର କରିଚାଲିଥିଲେ। ଏପରିକି ୧୫ ଦିନ ପୂର୍ବରୁ ପଞ୍ଚମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ଶୁକ୍ରବାର ରାତିରୁ ସୁଲୋଚନା ଜନ୍ମ କରିଥିବା ଶିଶୁକନ୍ୟାମାନଙ୍କୁ ନେଇ ଘରୁ ବାହାରି ଆସିଥିଲେ। କୌଣସି ଉପାୟ ନ ପାଇ ଶୀତ ରାତିରେ ମହିଳା ଜଣଙ୍କ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବି ନେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା କର୍ମଚାରୀଙ୍କ ଘର ବାରଣ୍ଡାରେ ମୁଣ୍ଡ ଗେଞ୍ଜିଥିଲେ।

ଖବର ପାଇ ବିଭିନ୍ନ ସେବା ସଂଗଠନ ସହିତ ରାଜ୍ୟ ମାନବାଧିକାର କର୍ମୀ ପହଞ୍ଚିଥିଲେ। ସମସ୍ତ ଘଟଣା ସମ୍ପର୍କରେ ବୁଝାଶୁଝା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଥିଲେ। ଘଟଣା ସମ୍ପର୍କରେ ବୁଝାଶୁଝା ପରେ ସମସ୍ତ ସମସ୍ୟାକୁ ନେଇ ପରିବାର ପକ୍ଷରୁ ଭୁବନ ଥାନା ସହିତ ଢେଙ୍କାନାଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣା ଉପରେ ପୋଲିସ ଗୁରୁତ୍ୱ ଦେଇନାହି ବୋଲି ଅଭିଯୋଗକାରିଣୀ ସୁଲୋଚନାଙ୍କ ମା’ କହିଛନ୍ତି।

ଏ ସଂକ୍ରାନ୍ତରେ ଭୁବନ ଥାନାଧିକାରୀ ଦାୟିତ୍ୱରେ ଥିବା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। ତଦନ୍ତ ଚାଲିଛି ଗତ ସେପ୍ଟେମର ମାସରେ ଅଭିଯୋଗ ହୋଇଥିବା ଅନୁମାନ କରାଯାଉଛି। ଯଥାଶୀଘ୍ର ଘଟଣା ସମ୍ପର୍କରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପେରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିର୍‌ ଷ୍ଟାର୍ମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) କିର୍‌ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri