କରିଥିଲେ ପ୍ରେମ ବିବାହ: ୧୫ ବର୍ଷ ପରେ ପଥରରେ ଛେଚି ହତ୍ୟା କଲେ ସ୍ବାମୀ

ମୋହନା,୫।୧(ମନ୍ମଥ ମିଶ୍ର): ପରକ୍ରିୟା ପ୍ରୀତିରୁ ଘଟିଛି ଏକ ଅଭାବନୀୟ କାଣ୍ଡ। କାଲେମା ଗାଁ ପାଖ ଏକ ଜଙ୍ଗଲ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ। ଫଳରେ ଅନାଥ ହୋଇଛନ୍ତି ଚାରି ସନ୍ତାନ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅଧୀନ ଗୁଲୁବା ପଞ୍ଚାୟତ କାଲେମା ଗାଁରେ। ମୃତ ଲକ୍ଷ୍ୟହିରାଙ୍କ ଭାଇ ପ୍ରମୋଦଙ୍କ କହିବା ମୁତାବକ, ଲକ୍ଷ୍ୟହୀରା ଦୀର୍ଘ ୧୫ ବର୍ଷ ତଳେ ନିଜ ମାମୁଁ ପୁଅ ଧର୍ମେନ୍ଦ୍ର ନାୟକଙ୍କୁ ଭଲ ପାଇ ବାହା ହୋଇଥିଲେ l ହେଲେ ଲକ୍ଷହିରାଙ୍କ ପରିବାର ଏହି ବିବାହରେ ଏକମତ ନ ଥିଲେ।

ଇତି ମଧ୍ୟରେ ସେମାନଙ୍କ ୪ଟି ସନ୍ତାନ ହୋଇଥିଲା l ତେବେ ଚାରି ମାସ ହେଲା ଧର୍ମେନ୍ଦ୍ରଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଥିବା ସ୍ତ୍ରୀ ଲକ୍ଷହିରା ଜାଣିବାକୁ ପାଇଥିଲେ। ଏନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟତୁଣ୍ଡ ଲାଗି ରହୁଥିଲା। ଏପରିକି ଧର୍ମେନ୍ଦ୍ର ସ୍ତ୍ରୀଙ୍କୁ ମାରପିଟ୍‌ କରୁଥିବା ଅଭିଯୋଗ ହୋଇଛି।

ଏନେଇ ଲକ୍ଷହିରା କିଛିଦିନ ତଳେ ବାପ ଘରକୁ ଚାଲି ଆସିଥିଲେ। ଗାଁରେ ବୁଝାବୁଝୀ ପରେ ଧର୍ମେନ୍ଦ୍ର ସ୍ତ୍ରୀ ଲକ୍ଷହିରାଙ୍କୁ ଘରକୁ ନେଇଥିଲେ। ପରେ ଗାଁରେ ପୁଣି କଳହ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଧମେନ୍ଦ୍ର ଭଉଣୀ ଲକ୍ଷ୍ୟହିରାଙ୍କୁ ଜଙ୍ଗଲରେ ହତ୍ୟା କରିଥିବା ଭାଇ ପ୍ୟାରିଲାଲ ଅଭିଯୋଗ କରିଛନ୍ତି।

ଖବର ପାଇ ଅଡବା ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି। ଏପରକି ଗାଁରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଶାନ୍ତି କମିଟି ଗଠନ କରାଯାଇଥିବା ଗୁଲୁବା ସରପଞ୍ଚ ରେଜିନା ପ୍ରଧାନ କହିଛନ୍ତି । ତେବେ ଗାଁରେ ଏନେଇ ଶୋକାକୁଳ ପରିସ୍ଥିତି ଲାଗି ରହିଥିବା ବେଳେ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ଗାଁ ପାହାଡ଼ରୁ ପଥର ଖୋଳୁଥିବାବେଳେ ଅଘଟଣ, ମାଟି ଅତଡ଼ା ଖସି ଶ୍ରମିକ ମୃତ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ନିକଟ କାଙ୍କରା ପାହାଡ଼ରୁ ମାଟି ଅତଡ଼ା ଖସି ଜଣେ ଶ୍ରମିକ ଗୁରୁବାର ମୃତ୍ୟୁବରଣ...

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri