ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି। ଗିରଫ ସ୍ତ୍ରୀ ହେଲେ ମାହେଶ୍ୱରୀ ବେହେରା, ପ୍ରେମିକ ଢେଙ୍କାନାଳ ଅଞ୍ଚଳର ଦିପକ ସାହୁ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି। ମୃତକଙ୍କ ଭାଇଙ୍କ ଏତଲା କ୍ରମେ ବୁଗୁଡ଼ା ପୋଲିସ ନଂ. ୩୧୮/୨୦ରେ ହତ୍ୟା ମାମଲା ରୁଜୁ କରି ମାହେଶ୍ୱରୀ ଓ ଦିପକଙ୍କୁ ଅଟକ ରଖିଥିଲା। ପ୍ରକାଶ ଯେ, ୧୦ ବର୍ଷ ତଳେ ସିଲୁ ମେହେରଙ୍କ ସହ ବୁଗୁଡ଼ାର ମାହେଶ୍ୱରୀଙ୍କ ବିବାହ ହୋଇଥିଲା। ୬ ମାସ ତଳେ ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବାରୁ ସିଲୁ ଫେରାର ହୋଇଯାଇଥିଲେ। ଏହି ସମୟରେ ମାହେଶ୍ୱରୀଙ୍କ ସହ ଦିପକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୪ ଦିନ ତଳେ ଦୁହେଁ ଢେଙ୍କାନାଳରୁ ବୁଗୁଡ଼ା ଚାଲି ଆସିଥିଲେ। ସୂଚନା ପାଇ ସିଲୁ ଗୁରୁବାର ରାତିରେ ବୁଗୁଡ଼ାରେ ପହଞ୍ଚତ୍ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଦେଖି ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏବଂ ପ୍ରେମିକ ମିଶି ସିଲୁଙ୍କୁ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ସାହିବାସୀଙ୍କଠାରୁ ଖବର ପାଇ ଆଇଆଇସି ଚିତ୍ତରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩।୪(ବ୍ୟୁରୋ): ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦକର ଛାଡ କରିଛନ୍ତି। ଏନେଇ...

ପାଣି ଦେଉଛି ଦାନା

ଜାମଟିକ୍ରା,୨୨।୩: ନାଁ ତାଙ୍କର ପରମାନନ୍ଦ ନାୟକ । ବୟସ ପାଖାପାଖି ୬୦ ହେବ। ସେ ବଲାଙ୍ଗୀର ଜିଲା ଟିଟିଲାଗଡ ଘୁଡାର ଗାଁର ମୂଳବାସିନ୍ଦା। ପରମାନନ୍ଦ ଅତାବିରା...

ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ୮୫ % ବଢ଼ିଛି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ରାଜ୍ୟର ୧୧ ଜିଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ...

ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...

ଦ୍ୱିତୀୟ ଦିନରେ ରବି ଟକିଜ୍‌ ଛକରୁ ମ୍ୟୁଜିୟମ୍‌ ଛକ ପର୍ଯ୍ୟନ୍ତ ଚାଲିଛି ସାନିଟାଇଜ୍‌

କଟକରୋଡ, ୧।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ସାନିଟାଇଜ କାର୍ଯ୍ୟକ୍ରମ। ବୁଧବାର ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପହଞ୍ଚିଛି।...

ବିସିସି ବ୍ୟାଙ୍କ କର୍ମଚାରୀ ପାଇବେ ବର୍ଦ୍ଧିତ ଦରମା

ବ୍ରହ୍ମପୁର ଅଫିସ,୨୬ା୨-ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ଥିବା...

‘କୋରାପୁଟର ମାଟି, ପାଣି, ପବନରେ ଭରି ରହିଛି ଆତ୍ମୀୟତାର ଅନୁଭବ’

ଭୁବନେଶ୍ୱର,୩ା୨(ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ସେଠାରେ ପହଞ୍ଚିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଦାନ୍ତଙ୍କୁ ଚିଠି ଲେଖି କଲେ ତାଗିଦ

ସମ୍ବଲପୁର,୧୧ା୮(ଶୁଭାଶିଷ ପାଢୀ): ଝାରସୁଗୁଡ଼ା ବେଦାନ୍ତ କମ୍ପାନୀରୁ ବାହାରୁଥିବା ଫ୍ଲାଏଆଶ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଛି । ଏହାକୁ ନେଇ ରାଜ୍ୟ ପ୍ରଦୂଷଣ...

Advertisement
Archives

Model This Week