ଦେଢ଼ମାସ ତଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ସ୍ବାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଜମନକିରା,୨୦।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ରାଉତପଡ଼ା କଲୋନୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁରୁବାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡ଼ି(୩୦)ଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିବା ସେ ସ୍ବୀକାର କରିଛନ୍ତି। ଏନେଇ ଜମନକିରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ପୋଲିସ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି। ଅନ୍ୟପକ୍ଷେ ପୋଲିସ ରଞ୍ଜନଙ୍କ ୨ ଛୁଆଙ୍କୁ ତାଙ୍କ ବଡ ଭାଇଙ୍କ ଘରେ ଛାଡିଛି। ହେଲେ ଗ୍ରାମବାସୀ ସେମାନଙ୍କୁ ଅନାଥ ଆଶ୍ରମରେ ରଖିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତିି।

ମିଳିଥିବା ସୂଚନା ମୁତାବକ, ଗତ ଦେଢ଼ ମାସ ତଳେ କରମା ପୂଜା ଦିନ ସ୍ବାମୀ ରଞ୍ଜନ ଏବଂ ସ୍ତ୍ରୀ ସାବିତ୍ରୀ ମୁଣ୍ଡାଙ୍କ(୨୫) ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ ରାତି ପ୍ରାୟ ୧୦ଟା ସମୟରେ କରମା ପୂଜା ଅବସରରେ ନାଚ ଗୀତ ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ହେଲେ ସ୍ବାମୀ ରଞ୍ଜନଙ୍କ ଆକ୍ରମଣରେ ସ୍ତ୍ରୀ ସାବିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରଞ୍ଜନ ସ୍ତ୍ରୀଙ୍କ ମୃତଦେହ ଏକ ଚାଦରରେ ଘୋଡାଇ ଦେଇ ୨ ଛୁଆଙ୍କୁ ଧରି ନାଚଗୀତ ଦେଖିବାକୁ ଯାଇଥିଲେ। ହେଲେ କିଛି ସମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ରଞ୍ଜନ ୨ ଛୁଆଙ୍କୁ ଘରକୁ ଆଣି ଶୁଆଇ ଦେଇଥିଲେ। ପରେ ସେ ଘର ପାଖରେ ଥିବା ଏକ ଜରାଜୀର୍ଣ୍ଣ ସ୍ଥାନରେ ମାଟି ଖୋଳି ସ୍ତ୍ରୀର ମୃତଦେହକୁ ପୋତି ଦେଇ ସେ ମଧ୍ୟ ଶୋଇ ପଡ଼ିଥିଲେ।

ସକାଳେ ଛୁଆ ଓ ପଡ଼ିଶା ଲୋକେ ମା’ ସାବିତ୍ରୀଙ୍କୁ ନ ପାଇ ରଞ୍ଜନଙ୍କୁ ପଚାରିଲେ। ହେଲେ ରଞ୍ଜନ କୁଆଡେ ସାବିତ୍ରୀ ଚାଲିଯାଇଥିବା କହିଥିଲେ। ଘଟଣା ଅନୁଯାୟୀ ୯ବର୍ଷ ତଳେ ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଜମନକିରା ଥାନା ଛେମୁଣ୍ଡା ଗାଁର ସାବିତ୍ରୀଙ୍କୁ ଭଲ ପାଇ ଘରକୁ ନେଇ ଆସିଥିଲା। ବର୍ତ୍ତମାନ ତାଙ୍କର ଗୋଟିଏ ୭ ବର୍ଷ ଓ ୫ ବର୍ଷର ୨ ଛୁଆ ଅଛନ୍ତି।

ଅନ୍ୟପକ୍ଷେ ସାବିତ୍ରୀ କେଉଁଆଡେ ଚାଳିଯାଇଥିବା ଖବର ପାଇ ବାପ ଘରେ ଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ପରିବାର ଲୋକେ ଜମନକିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବୁଧବାର କଲୋନୀରେ ପହଞ୍ଚିଥିଲା। ହେଲେ ରଞ୍ଜନ ଫେରାର ହୋଇଯାଇଥିଲେ। ପରେ ଗାଁର କିଛି ଭଦ୍ରବ୍ୟକ୍ତି ଏବଂ ଦୁଇ ଜଣ ୱାର୍ଡ ସଭ୍ୟଙ୍କ ସହାୟତାରେ ପୋଲିସ ସାଦା ପୋଷାକରେ ପୁଣି ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ପରେ ପୋଲିସ ରଞ୍ଜନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପୋଲିସ ତଦନ୍ତ ପରେ ରଞ୍ଜନ ସ୍ତ୍ରୀ ସାବିତ୍ରୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ବୀକାର କରିଥିଲେ। ପୋଲିସ ଅଭିଯୁକ୍ତ ରଞ୍ଜନଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri