ଦେଢ଼ମାସ ତଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ସ୍ବାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଜମନକିରା,୨୦।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ରାଉତପଡ଼ା କଲୋନୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁରୁବାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡ଼ି(୩୦)ଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିବା ସେ ସ୍ବୀକାର କରିଛନ୍ତି। ଏନେଇ ଜମନକିରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ପୋଲିସ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି। ଅନ୍ୟପକ୍ଷେ ପୋଲିସ ରଞ୍ଜନଙ୍କ ୨ ଛୁଆଙ୍କୁ ତାଙ୍କ ବଡ ଭାଇଙ୍କ ଘରେ ଛାଡିଛି। ହେଲେ ଗ୍ରାମବାସୀ ସେମାନଙ୍କୁ ଅନାଥ ଆଶ୍ରମରେ ରଖିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତିି।

ମିଳିଥିବା ସୂଚନା ମୁତାବକ, ଗତ ଦେଢ଼ ମାସ ତଳେ କରମା ପୂଜା ଦିନ ସ୍ବାମୀ ରଞ୍ଜନ ଏବଂ ସ୍ତ୍ରୀ ସାବିତ୍ରୀ ମୁଣ୍ଡାଙ୍କ(୨୫) ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ ରାତି ପ୍ରାୟ ୧୦ଟା ସମୟରେ କରମା ପୂଜା ଅବସରରେ ନାଚ ଗୀତ ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ହେଲେ ସ୍ବାମୀ ରଞ୍ଜନଙ୍କ ଆକ୍ରମଣରେ ସ୍ତ୍ରୀ ସାବିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରଞ୍ଜନ ସ୍ତ୍ରୀଙ୍କ ମୃତଦେହ ଏକ ଚାଦରରେ ଘୋଡାଇ ଦେଇ ୨ ଛୁଆଙ୍କୁ ଧରି ନାଚଗୀତ ଦେଖିବାକୁ ଯାଇଥିଲେ। ହେଲେ କିଛି ସମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ରଞ୍ଜନ ୨ ଛୁଆଙ୍କୁ ଘରକୁ ଆଣି ଶୁଆଇ ଦେଇଥିଲେ। ପରେ ସେ ଘର ପାଖରେ ଥିବା ଏକ ଜରାଜୀର୍ଣ୍ଣ ସ୍ଥାନରେ ମାଟି ଖୋଳି ସ୍ତ୍ରୀର ମୃତଦେହକୁ ପୋତି ଦେଇ ସେ ମଧ୍ୟ ଶୋଇ ପଡ଼ିଥିଲେ।

ସକାଳେ ଛୁଆ ଓ ପଡ଼ିଶା ଲୋକେ ମା’ ସାବିତ୍ରୀଙ୍କୁ ନ ପାଇ ରଞ୍ଜନଙ୍କୁ ପଚାରିଲେ। ହେଲେ ରଞ୍ଜନ କୁଆଡେ ସାବିତ୍ରୀ ଚାଲିଯାଇଥିବା କହିଥିଲେ। ଘଟଣା ଅନୁଯାୟୀ ୯ବର୍ଷ ତଳେ ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଜମନକିରା ଥାନା ଛେମୁଣ୍ଡା ଗାଁର ସାବିତ୍ରୀଙ୍କୁ ଭଲ ପାଇ ଘରକୁ ନେଇ ଆସିଥିଲା। ବର୍ତ୍ତମାନ ତାଙ୍କର ଗୋଟିଏ ୭ ବର୍ଷ ଓ ୫ ବର୍ଷର ୨ ଛୁଆ ଅଛନ୍ତି।

ଅନ୍ୟପକ୍ଷେ ସାବିତ୍ରୀ କେଉଁଆଡେ ଚାଳିଯାଇଥିବା ଖବର ପାଇ ବାପ ଘରେ ଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ପରିବାର ଲୋକେ ଜମନକିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ବୁଧବାର କଲୋନୀରେ ପହଞ୍ଚିଥିଲା। ହେଲେ ରଞ୍ଜନ ଫେରାର ହୋଇଯାଇଥିଲେ। ପରେ ଗାଁର କିଛି ଭଦ୍ରବ୍ୟକ୍ତି ଏବଂ ଦୁଇ ଜଣ ୱାର୍ଡ ସଭ୍ୟଙ୍କ ସହାୟତାରେ ପୋଲିସ ସାଦା ପୋଷାକରେ ପୁଣି ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ପରେ ପୋଲିସ ରଞ୍ଜନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପୋଲିସ ତଦନ୍ତ ପରେ ରଞ୍ଜନ ସ୍ତ୍ରୀ ସାବିତ୍ରୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ବୀକାର କରିଥିଲେ। ପୋଲିସ ଅଭିଯୁକ୍ତ ରଞ୍ଜନଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?