ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା ସେସନ୍ସ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ସେରଙ୍ଗ ଥାନା ଅନ୍ତର୍ଗତ କୁଡିଙ୍ଗଡ଼ା ଗ୍ରାମର ଇଲାମ ଦଳବେହେରା (୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୧୫ ହଜାର ଟଙ୍କା ଜୋରିମାନା ହୋଇଛି । ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଘଟଣାଟି ୨୩ ଅକ୍ଟୋବର ୨୦୨୨ର । ସେଦିନ ସକାଳ ପ୍ରାୟ ୯ଟା ସମୟରେ ଇଲାମଙ୍କ ୨୦ ବର୍ଷୀୟା ଝିଅ ଜିନନ୍ତି ଦଳବେହେରାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ତାଙ୍କ ମାଆ ବୁଢ଼ୀ ଦଳବେହେରା ସ୍ୱାମୀଙ୍କୁ କହିଥିଲେ । ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା।
ଅଭିଯୋଗ ଅନୁସାରେ, ବଚସା ପରେ ଇଲାମ ପତ୍ନୀଙ୍କୁ ମାଡ଼ ମାରି ଘରୁ ରାସ୍ତା ପର୍ଯ୍ୟନ୍ତ ନେଇଯାଇଥିଲେ । ପରେ ତାଙ୍କ ପାଖରେ ଥିବା ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ବୁଢ଼ୀ ଦଳବେହେରାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ମୃତକଙ୍କ ଝିଅ ଜିନନ୍ତି ଦଳବେହେରା ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ. ୮୫/୨୦୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ହାନ୍ସଦା ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।
ମାମଲାର ଶୁଣାଣି ସମୟରେ ୧୨ ଜଣ ସାକ୍ଷୀଙ୍କ ବୟାନ ଓ ୨୫ଟି ଦସ୍ତାବିଜ କୋର୍ଟରେ ଉପସ୍ଥାପିତ ହୋଇଥିଲା। ଏସବୁ ପ୍ରମାଣକୁ ଆଧାର କରି ଜିଲା ସେସନ୍ସ ଜଜ୍‌ ଅଭିଯୁକ୍ତ ଇଲାମ ଦଳବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨ ଅନୁସାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆକୁ ୪-୧ରେ ହରାଇଲା ଭାରତ, ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କଲେ ଓଡ଼ିଆ ଝିଅ ପୂଜା

ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୧…

ଖେଳିବା ଥିଲା ସହଜ, ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହେବ, ଧୋନିଙ୍କ ମେଣ୍ଟର ହେବା ଉପରେ ସେହୱାଗ କହିଲେ…

ନୂଆଦିଲ୍ଲୀ,୧୯।୧୧: ମହେନ୍ଦ୍ର ସିଂହ ଧୋନି IPL 2027 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (ପରାମର୍ଶଦାତା) ହୋଇଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ଫ୍ରାଞ୍ଚାଇଜ ଘୋଷଣା…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ, ୧୯ା୧୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ଫୋନକୁ…

ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗୁଡାରି ବ୍ଲକରେ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୫୯ ଜଣ ସ୍ଥାନାନ୍ତରିତ; ମା’ ଗୃହରେ ୩ ପ୍ରସୂତିଙ୍କ ସଫଳ ପ୍ରସବ

ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର…

Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

କେନ୍ଦ୍ରାପଡ଼ାକୁ ରେଡ୍‌ ଓ୍ବାର୍ନିଂ: ରାଜକନିକାରେ ଆଶ୍ରୟସ୍ଥଳୀକୁ ଗଲେ ୩,୬୦୦ ଲୋକ, ଗ୍ରାଉଣ୍ଡ ଜିରୋରେ…

ରାଜକନିକା, ୧୯।୧୧ (ସଞ୍ଜୟ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭୀଷଣ ରୂପ ନେଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଏହା ଆସନ୍ତାକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?