ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ…

ଖଜୁରିପଡ଼ା,୧୭ା୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ସୋମବାର ସ୍ତ୍ରୀଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ସ୍ବାମୀଙ୍କ ରାତିରେ ମୃତ୍ୟୁ ଘଟିଛି। ନିର୍ଯାତନା ଅସହ୍ୟ ହେବାରୁ ସ୍ତ୍ରୀ ଟାଙ୍ଗିଆରେ ଝାମ୍ଫି ଗାଁର ସ୍ବାମୀ ପ୍ରଶାନ୍ତ କହଁରଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଝାମ୍ଫି ଗାଁର ପ୍ରଶାନ୍ତ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏପରିକି ସେ ପରକୀୟା ପ୍ରୀତିରେ ମଧ୍ୟ ଥିଲେ। ଫଳରେ ୬ ପୁଅଙ୍କୁ ଧରି ଅହଲ୍ୟା ଦୁଃଖରେ ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗିରହୁଥିଲା। ସୋମବାର କୌଣସି କଥାକୁ ନେଇ ଝଗଡ଼ା ହେବାରୁ ପ୍ରଶାନ୍ତ ଏକ ଟାଙ୍ଗିଆ ଧରି ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡ଼ାଇଥିଲେ। ପରେ ସ୍ବାମୀଙ୍କ ହାତରୁ ଟାଙ୍ଗିଆ ଛଡ଼େଇନେଇ ଅହଲ୍ୟା ସେଥିରେ ତାଙ୍କୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଖଜୁରିପଡ଼ା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସେଠାରୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ବାପାଙ୍କୁ ମାରି ଦିଆଯାଇଥିବା ନେଇ ପ୍ରଶାନ୍ତଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ନଂ.୧୩୮/୨୫ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର କରିଛନ୍ତି। କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ସମ୍ବିଧାନ ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବ ଗଣତନ୍ତ୍ର

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରା ପକ୍ଷରୁ ରବିବାର ସନ୍ଧ୍ୟାରେ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ...

ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ

ଗଞ୍ଜାମ,୧୪ା୭ (ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ନିକଟରେ ବହୁ ପୁରାତନ ପ୍ରସିଦ୍ଧ ବାବା ଖଣ୍ଡେଶ୍ୱର ଶୈବପୀଠ ଅବସ୍ଥିତ। ଗଞ୍ଜାମ ଏନ୍‌ଏସି ଅଞ୍ଚଳର...

ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା

ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର...

ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଦାରିଙ୍ଗବାଡିର ପରିବେଶକୁ ସ୍ବଚ୍ଛତା ରଖାଯିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା...

କାଦୁଅ ପଚପଚ ଗାଁ ରାସ୍ତା, ହଇରାଣ ହେଉଛନ୍ତି ଅଞ୍ଚଳବାସୀ: କେହି ଶୁଣୁନାହାନ୍ତି ଗୁହାରି

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟଲାରୀ ଗାଁର ବଡ଼ସାହିଠାରୁ କୁଛାଂପାଙ୍ଗା ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି।...

ଲଷ୍ମୀବସ୍‌ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri