କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ ରଖିଥିଲେ। ଏଭଳି ପରିସ୍ଥିତିରେ ସ୍ତ୍ରୀ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡ଼ପତ୍ର ଦାବି କରିଥିଲେ। ସ୍ତ୍ରୀ ସନ୍ଦେହ ପ୍ରକାଶ କରିବା ପରେ ମାମଲା ରୁଜୁ ହୋଇଥିଲା। ଏହା ପରେ ସ୍ବାମୀଙ୍କୁ ତାଙ୍କ ପୁରୁଷତ୍ୱର ପ୍ରମାଣ ଦେବାକୁ ପଡ଼ିଛି। ପରେ ସମସ୍ୟାର ସମାଧାନ ହୋଇଛି।

ସୂଚନା ଅନୁଯାୟୀ, ଜୁନ୍‌ ୨୯ରେ କରୋନା ସମୟରେ ଭୋପାଳର ଜଣେ ଯୁବକ ବିବାହ କରିଥିଲେ। ସେହି ସମୟ ମଧ୍ୟରେ ଶ୍ୱଶୁର ଘର ଲୋକଙ୍କୁ କରୋନା ହୋଇଥିଲା। ଯେଉଁଥିପାଇଁ ସେ କରୋନାକୁ ଭୟ କରୁଥିଲେ ଏବଂ ତାଙ୍କ ନବବିବାହିତା ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ରକ୍ଷା କରୁଥିଲେ। ଏହାଦ୍ୱାରା ତାଙ୍କ ସ୍ତ୍ରୀ ବହୁତ ରାଗିଗଲେ ଏବଂ ବାପଘରକୁ ଚାଲିଗଲେ।

ସ୍ତ୍ରୀ ଆଣିଲେ ଏହି ଅଭିଯୋଗ:

କୁହାଯାଉଛି, ଡିସେମ୍ବର ୨ରେ ସ୍ତ୍ରୀ ତାଙ୍କ ବାପଘରକୁ ଯିବାର ପ୍ରାୟ ୫ ମାସ ପରେ ଭୋପାଳ ପ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ କହିଥିଲେ ଯେ ମୋ’ ସ୍ବାମୀ ଫୋନ୍‌ରେ ଭଲ କଥା ହୁଅନ୍ତି, କିନ୍ତୁ ତାଙ୍କ ପାଖକୁ କେବେ ଆସନ୍ତି ନାହିଁ। ଏ ବିଷୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବହୁତ ବିବାଦ ଲାଗି ରହିଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ମିଳି ନ ଥିଲା। ଏଭଳି ପରିସ୍ଥିତିରେ ପରିବାର କୋର୍ଟରେ କାଉନସେଲିଂ କରାଯାଇଥିଲା।

ସ୍ବାମୀଙ୍କୁ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ:

ସୂଚନା ଅନୁଯାୟୀ, ଛାଡ଼ପତ୍ର ଆବେଦନପତ୍ରରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନଂପୁସକ ବୋଲି କହିଥିଲେ। ଫଳରେ ସ୍ବାମୀ ଜଣଙ୍କୁ ଡାକ୍ତରୀ ଚିକିତ୍ସା କରିବାକୁ କୁହାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ବାମୀ ତାଙ୍କର ଡାକ୍ତରୀ ପରୀକ୍ଷା କରି କୋର୍ଟରେ ନିଜର ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପରେ ମହିଳାଙ୍କ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ଶାଶୁଘରକୁ ଯାଇଛନ୍ତି।

ପଚରାଉଚରା ସମୟରେ ସ୍ବାମୀ ଜଣଙ୍କ କୋର୍ଟଙ୍କୁ କହିଥିଲେ ଯେ, ବିବାହ ସମୟରେ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରି ପରିସ୍ଥିତିରେ ସେ ଭୟ କରୁଥିଲେ ଯେ କାଳେ ତାଙ୍କ ସ୍ତ୍ରୀ ବି କରୋନା ସଂକ୍ରମିତ ହୋଇପାରନ୍ତି। ଏହି କାରଣରୁ ସେ ସ୍ତ୍ରୀଙ୍କ ନିକଟକୁ ଯାଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିବି ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନାହିଁ

ମୁମ୍ବାଇ,୨୭।୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଆର୍ଯ୍ୟନଙ୍କୁ...

ଟୁରିଷ୍ଟ ବସ୍‌ ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ୭ ଜୀବନ

ଲକ୍ଷ୍ନୌ,୨୯।୫: ଅଯୋଧ୍ୟା ଯାଉ ଯାଉ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶ ବହରାଇଚ ଜିଲାରେ ରବିବାର ସକାଳେ ଏହି ଅଘଟଣ ଘଟିଛି। ଏଥିରେ ୭ ଜଣଙ୍କର...

ମାର୍ଚ୍ଚ ୧୫ରୁ ୨୧ ସମ୍ପୂର୍ଣ୍ଣ ଲକଡାଉନ୍‌

ମୁମ୍ବାଇ,୧୧ ।୩: ମହାରାଷ୍ଟ୍ରରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ । ଏହି କରୋନା ସଂକ୍ରମଣକୁ ଦେଖି ମହାରାଷ୍ଟ୍ର ସରକାର ନାଗପୁରରେ ଏକ ସପ୍ତାହ...

୨୬/୧୧ ଭଳି ମୁମ୍ବାଇକୁ ବିସ୍ଫୋରଣରେ ଉଡ଼ାଇବାକୁ ହେଉଛି ଷଡ଼ଯନ୍ତ୍ର, ହ୍ବାଟସ ଆପ୍‌ରେ ଧମକ….

ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍‌ରେ ଏକ...

ପି.ଡି. ବାଘେଲା ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୨୯ା୯: ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋମବାର ୧୯୮୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ପି.ଡି. ବାଘେଲାଙ୍କୁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ...

ଦରମା ୪ କୋଟି, ଘର ବି ମାଗଣା ତଥାପି ଚାକିରି କରିବାକୁ ଚାହୁଁନାହାନ୍ତି ଲୋକେ

ଆମ ଦେଶରେ ବେକାରି ଏବଂ ଜନସଂଖ୍ୟା ପରିସ୍ଥିତି ଏମିତି ଯେ, ଲୋକମାନେ ଚାକିରି ପାଇବା ପାଇଁ ଦୁନିଆର ଯେକୌଣସି କୋଣକୁ ଯାଇଥାନ୍ତି। ଆଜି ପ୍ରାୟ ସବୁ...

ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ: ଭାଜପା-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୯: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସ୍ବଚ୍ଛ ଭାରତ ଅଭିଯାନ...

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ...

Advertisement
Archives

Model This Week