କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ ରଖିଥିଲେ। ଏଭଳି ପରିସ୍ଥିତିରେ ସ୍ତ୍ରୀ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡ଼ପତ୍ର ଦାବି କରିଥିଲେ। ସ୍ତ୍ରୀ ସନ୍ଦେହ ପ୍ରକାଶ କରିବା ପରେ ମାମଲା ରୁଜୁ ହୋଇଥିଲା। ଏହା ପରେ ସ୍ବାମୀଙ୍କୁ ତାଙ୍କ ପୁରୁଷତ୍ୱର ପ୍ରମାଣ ଦେବାକୁ ପଡ଼ିଛି। ପରେ ସମସ୍ୟାର ସମାଧାନ ହୋଇଛି।

ସୂଚନା ଅନୁଯାୟୀ, ଜୁନ୍‌ ୨୯ରେ କରୋନା ସମୟରେ ଭୋପାଳର ଜଣେ ଯୁବକ ବିବାହ କରିଥିଲେ। ସେହି ସମୟ ମଧ୍ୟରେ ଶ୍ୱଶୁର ଘର ଲୋକଙ୍କୁ କରୋନା ହୋଇଥିଲା। ଯେଉଁଥିପାଇଁ ସେ କରୋନାକୁ ଭୟ କରୁଥିଲେ ଏବଂ ତାଙ୍କ ନବବିବାହିତା ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ରକ୍ଷା କରୁଥିଲେ। ଏହାଦ୍ୱାରା ତାଙ୍କ ସ୍ତ୍ରୀ ବହୁତ ରାଗିଗଲେ ଏବଂ ବାପଘରକୁ ଚାଲିଗଲେ।

ସ୍ତ୍ରୀ ଆଣିଲେ ଏହି ଅଭିଯୋଗ:

କୁହାଯାଉଛି, ଡିସେମ୍ବର ୨ରେ ସ୍ତ୍ରୀ ତାଙ୍କ ବାପଘରକୁ ଯିବାର ପ୍ରାୟ ୫ ମାସ ପରେ ଭୋପାଳ ପ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ କହିଥିଲେ ଯେ ମୋ’ ସ୍ବାମୀ ଫୋନ୍‌ରେ ଭଲ କଥା ହୁଅନ୍ତି, କିନ୍ତୁ ତାଙ୍କ ପାଖକୁ କେବେ ଆସନ୍ତି ନାହିଁ। ଏ ବିଷୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବହୁତ ବିବାଦ ଲାଗି ରହିଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ମିଳି ନ ଥିଲା। ଏଭଳି ପରିସ୍ଥିତିରେ ପରିବାର କୋର୍ଟରେ କାଉନସେଲିଂ କରାଯାଇଥିଲା।

ସ୍ବାମୀଙ୍କୁ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ:

ସୂଚନା ଅନୁଯାୟୀ, ଛାଡ଼ପତ୍ର ଆବେଦନପତ୍ରରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନଂପୁସକ ବୋଲି କହିଥିଲେ। ଫଳରେ ସ୍ବାମୀ ଜଣଙ୍କୁ ଡାକ୍ତରୀ ଚିକିତ୍ସା କରିବାକୁ କୁହାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ବାମୀ ତାଙ୍କର ଡାକ୍ତରୀ ପରୀକ୍ଷା କରି କୋର୍ଟରେ ନିଜର ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ପରେ ମହିଳାଙ୍କ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ଶାଶୁଘରକୁ ଯାଇଛନ୍ତି।

ପଚରାଉଚରା ସମୟରେ ସ୍ବାମୀ ଜଣଙ୍କ କୋର୍ଟଙ୍କୁ କହିଥିଲେ ଯେ, ବିବାହ ସମୟରେ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରି ପରିସ୍ଥିତିରେ ସେ ଭୟ କରୁଥିଲେ ଯେ କାଳେ ତାଙ୍କ ସ୍ତ୍ରୀ ବି କରୋନା ସଂକ୍ରମିତ ହୋଇପାରନ୍ତି। ଏହି କାରଣରୁ ସେ ସ୍ତ୍ରୀଙ୍କ ନିକଟକୁ ଯାଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?