ସ୍ତ୍ରୀଙ୍କୁ ନେବାକୁ ଆସି ମାଡ଼ ଖାଇଲେ ସ୍ବାମୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସ୍ତ୍ରୀଙ୍କୁ ନେବାକୁ ଆସି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ। ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିବା ପରେ ଶୁକ୍ରବାର ସ୍ବାମୀ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୋଲିସ ସହଯୋଗ ନ ମିଳିବାରୁ ସେ ସନ୍ଧ୍ୟାରେ ଥାନା ସାମ୍ନା ରାସ୍ତା କଡ଼ରେ ବସି କାନ୍ଦୁଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତାଙ୍କୁ ପଚରାଉଚରା କରିବାରୁ ସେ ପୂରା ଘଟଣା କହିଥିଲେ। ଉକ୍ତ ବ୍ୟକ୍ତିଙ୍କ ଘର ଅନୁଗୋଳ ଜିଲା କଣିଆ ବ୍ଲକର ରେଙ୍ଗାଲି ଗ୍ରାମରେ ଓ ତାଙ୍କ ନାଁ ବିଜୟ କୁମାର ସାହୁ (୩୨)। ବାହାଘରକୁ ୧୧ ବର୍ଷ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ହେଲେ ବର୍ଷେ ହେଲା ତାଙ୍କ ସ୍ତ୍ରୀ ଆଉଜଣେ ପୁରୁଷଙ୍କ ସହ ଘରୁ ଲୁଚି ପଳାଇ ଆସିଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମଞ୍ଚେଶ୍ୱରର ଝରଣା ସାହି (କ) ବସ୍ତିରେ ରହୁଥିବା ଜାଣିବା ପରେ ସେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଧରି ଶୁକ୍ରବାର ଭୁବନେଶ୍ୱର ଆସି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସ୍ତ୍ରୀଙ୍କ ସହ ରହୁଥିବା ପୁରୁଷ ବନ୍ଧୁ ଓ ଅନ୍ୟ କେତେଜଣ ଯୁବକ ତାଙ୍କୁ ଘେରି ଯାଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଜୀବନ ବିକଳରେ ମାଡ଼ଖାଇ ଉଭୟ ସେଠାରୁ ଖସି ଆସି ଥାନାରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ଇଙ୍ଗିତରେ ସମ୍ପୃକ୍ତ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିବା ବିଜୟ କହିଛନ୍ତି। ପୋଲିସ ସବୁକଥା ବୁଝିବା ପରେ ବିଜୟଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପାଇଁ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ରାସ୍ତାରୋକୋ

ବଡ଼ସାହି,୭ା୧(ସ୍ବ.ପ୍ର): ବଡ଼ସାହି-ସୁହାଗପୁର ଜଙ୍ଗଲରେ କିଛି ଦିନ ହେଲା ଏକ ଦନ୍ତା ହାତୀ ବୁଲୁଥିବାରୁ ସେହି ଅଞ୍ଚଳରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ନିୟମିତ ବିଦ୍ୟୁତକାଟ୍‌ କରାଯାଉଛି। ଏହାର...

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ସ୍କୁଲ ବସ୍‌ ଜବତ

ଆନନ୍ଦପୁର,୨୪।୬(ସ୍ବ.ପ୍ର.): କ୍ଷମତାଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଦୁଇଟି ସ୍କୁଲ ବସ୍‌କୁ ଘସିପୁରା ପୋଲିସ ଜବତ କରିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ...

୭ ବିଷୟକୁ ଜଣେ ଶିକ୍ଷୟିତ୍ରୀ

ବଅଁରପାଳ,୩ା୮(ଡି.ଏନ.ଏ.) ୧୯୮୫ରେ ସ୍କୁଲ ସ୍ଥାପନ ବେଳେ ନିଯୁକ୍ତି ପାଇଥିଲେ ୭ ଶିକ୍ଷକ। ହେଲେ ୩୫ ବର୍ଷ ପରେ ନବମ ଓ ଦଶମ ଶ୍ରେଣୀର ୭ ବିଷୟ ପଢ଼ାଇବାକୁ...

ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ...

ଓୟୋ ରୁମ୍‌ରେ ବେଟିଂ: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଆଡ୍ଡା...

ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କ ସମ୍ପର୍କ ନାହିଁ : ଏସ୍‌ପି

ପାରଳାଖେମୁଣ୍ଡି,୨୪ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ପୋଡ଼ି ହତ୍ୟା କରାଯାଇଛି...

ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା: ଜାଣନ୍ତୁ..

ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ରୁ ପୁରୀ-ଅନୁଗୋଳ-ପୁରୀ ମେମୁରେ ୧୬ଟି...

କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା...

Advertisement
Archives

Model This Week