ରାଗରେ ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା…

ପଟ୍ଟାମୁଣ୍ଡାଇ,୨୭।୧(କଳ୍ପତରୁ ନାୟକ)- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ କଟୁରି ହାଣି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଉଭୟେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ ସୋମବାର ବିଳମ୍ବିତ ରାତ୍ରିରେ ପାରିବାରିକ କଳହ ଯୋଗୁଁ ଏହି ଗ୍ରାମର ପ୍ରତାପ ମଳିକ ରାଗିଯାଇ ଏକ କଟୁରୀରେ ସ୍ତ୍ରୀ ଭାରତୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ତେବେ ଏନେଇ ଜାଣିବା ପରେ ପାଖ ପଡୋଶୀ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ପ୍ରତାପ ସ୍ତ୍ରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ ମଙ୍ଗଳବାର ସକାଳୁ ଗ୍ରାମବାସୀ ଏକ ପୋଖରୀ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପ୍ରତାପକୁ ଦେଖିବାକୁ ପାଇଥିଲେ । ତେବେ ତାଙ୍କ ନିକଟରେ ଏକ ବିଷ ବୋତଲ ଏବଂ ରକ୍ତାତ କଟୁରୀ ପାଇଥିଲେ । ପ୍ରତାପଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣାରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ: ଗ୍ରାମସଭାରେ ଅଧିକାର ପାଇଁ ଉଠିଲା ଦାବି

କର୍ଲାମୁଣ୍ଡା,୨୮।୯(ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗ ଜନ ଅଧିକାର ଆଇନ, ୨୦୧୬ ପ୍ରଣୟନର ଦଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଗ୍ରାମସଭାଗୁଡ଼ିକରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସରକାରୀ ସୁବିଧା…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?