ଜିଲାପାଳ ଅଫିସ ଆଗରେ ସ୍ବାମୀ-ସ୍ତ୍ରୀଙ୍କ ମାରପିଟ

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୂର୍ବରୁ ଉଭୟଙ୍କ ମାମଲା ହୀରାକୁଦ ଥାନାରେ ରହିଥିବାରୁ ସେଠାକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ନିର୍ଯାତନା ଅଭିଯୋଗରେ ସ୍ବାମୀ ଅକ୍ଷୟ କୁମାର ସୁତାରଙ୍କୁ ଗିରଫ କରାଯାଇଛି।
ହୀରାକୁଦ ପୋଲିସ ସୂଚନା ଅନୁଯାୟୀ, ଅକ୍ଷୟଙ୍କ ସହିତ ପ୍ରାଚୀ ପଣ୍ଡାଙ୍କ ବିବାହ ହୋଇଥିଲେ ମଧ୍ୟ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲ ନ ଥିଲା। ପ୍ରାଚୀ ଅଭିଯୋଗ କରିଥିଲେ ଯେ, ଅକ୍ଷୟ ପୂର୍ବରୁ ବିବାହିତ ସତ୍ତ୍ୱେ ତାଙ୍କୁ ଠକି ବିବାହ କରିଥିଲେ। ଅନେକ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଉଭୟଙ୍କୁ ଡାକି ଆପୋସ ବୁଝାମଣା କରାଯାଇଥିଲା। ଅନ୍ୟପଟେ ଅକ୍ଷୟ ମଧ୍ୟ ସ୍ତ୍ରୀ ପ୍ରାଚୀଙ୍କ ନାମରେ ୨୦୨୦ ମାର୍ଚ୍ଚ ୧୫ରେ ଥାନା ଓ ଜାତୀୟ ମାନବାଧିକାର ପରିଷଦ ନିକଟରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ପ୍ରାଚୀ ଘରେ ଆଶାନ୍ତି ସୃଷ୍ଟି କରୁଛନ୍ତି। ପରିବାର ସହ ଭଲ ସମ୍ପର୍କ ରଖୁ ନାହାନ୍ତି। ବାରମ୍ବାର ଆତ୍ମହତ୍ୟା କରି ଫସାଇଦେବାକୁ ଧମକ ଦେଉଛନ୍ତି। ଅନେକ ଥର ଉଦ୍ୟମ କରି ବିଫଳ ମଧ୍ୟ ହୋଇଛନ୍ତି। ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଆପୋସ ବୁଝାମଣା ପାଇଁ ପ୍ରୟାସ କରାଯାଇଥିଲା। ପ୍ରାଚୀ ପରିଷଦ ଆଗରେ ସ୍ବାମୀ ଓ ତାଙ୍କ ପରିବାର ସହ ସୁ ସମ୍ପର୍କ ରଖିବେ, ଘରେ ସିସି ଟିଭି ଲଗାଇଲେ ଆପତ୍ତି ନାହିଁ ବୋଲି ଚୁକ୍ତିନାମା ଲେଖିଥିଲେ। ଅକ୍ଷୟ ମଧ୍ୟ ପ୍ରାଚୀଙ୍କୁ ସମ୍ମାନ ଦେବା ସହ ଖୁସିରେ ରଖିବେ। ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିବ ଓ ଏହାର ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri