ଭିତରେ ଶିକାରୀ, ବାହାରେ କର୍ମଚାରୀ

ବାରିପଦା ଅଫିସ,୧୫।୨: ଜୀବ ଜଗତକୁ ସୁରକ୍ଷା ଯୋଗାଉଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବନ୍ୟପ୍ରାଣୀଙ୍କଠାରୁ ଆରମ୍ଭ କରି ମୂଲ୍ୟବାନ ବୃକ୍ଷଲତା ଓ ଅର୍କିଡ ବିଲୁପ୍ତ ହେବାକୁ ବସିଛି। ୧୫ ଦିନ ମଧ୍ୟରେ ଗୋଟିଏ ଲେଖାଏ ଦନ୍ତାହାତୀ ଶିକାର ଓ ବାଘ ଛାଲ ଜବତ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଶିକାରୀ ଓ ଅଧିକାରୀମାନେ ବନ୍ୟପ୍ରାଣୀଙ୍କ ଶତ୍ରୁ ପାଲଟିଯାଇଛନ୍ତି। ଦନ୍ତାହାତୀ ଶିକାର ଘଟଣାରେ ଅଧିକାରୀମାନେ ଜଡ଼ିତ ରହିବା ଘଟଣା ପ୍ରଘଟ ହେବା ପରେ ଶିମିଳିପାଳର ବନ୍ୟପ୍ରାଣୀ କେତେ ସୁରକ୍ଷିତ ତାହାକୁ ନେଇ ବିଭିନ୍ନ ସଂଗଠନ ସ୍ବର ଉଠାଇଲେଣି। ମୟୂରଭଞ୍ଜ ଜିଲାର ମୁକୁଟ ସଦୃଶ ଶିମିଳିପାଳ ଅଭୟାଣ୍ୟର ସୁରକ୍ଷାକୁ ନେଇ ପ୍ରାଣୀପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ବାରମ୍ବାର ଦନ୍ତାହାତୀ ଶିକାର ଘଟଣାରେ ବନବିଭାଗର ଅପାରଗତା ପଦାରେ ପଡ଼ିବାରେ ଲାଗିଛି। ଶିକାରୀମାନେ ଅବାଧ ଶିକାର ଚଳାଇଥିବା ବେଳେ ବନ କର୍ମଚାରୀମାନେ ଜଙ୍ଗଲ ବାହାରେ ଓ ଅଧିକାରୀମାନେ ସହରରେ ରହୁଥିବାରୁ ଅଭୟାରଣ୍ୟର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବାରିପଦା ସର୍କଲରେ ଥିବା ଅଧିକାରୀମାନେ ମୁହଁ ଖୋଲୁ ନ ଥିବା ବେଳେ ଜିଲାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଉଛନ୍ତି।
୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡକୁ ମିଶାଇ ୫ଟି ଡିଭିଜନ ଅଧୀନରେ ୩୧ଟି ରେଞ୍ଜ କାର୍ଯ୍ୟାଳୟ ରହିଛି। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ବନାଗ୍ନି ରୋକିବା ନେଇ ଜଙ୍ଗଲ ବାହାରେ ଲୋକଙ୍କୁ ସଚେତନ କରୁଛନ୍ତି। କଁା ଭଁା ପାଟ୍ରୋଲିଂ କରୁଥିବାରୁ ଏହାର ସୁଯୋଗ ନେଇ ଶିକାରୀମାନେ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଛନ୍ତି। ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା କିମ୍ବା ସୂଚନାଦାତାଙ୍କ ସଂଖ୍ୟା କମିଥିବାରୁ ଜଙ୍ଗଲ ଭିତରେ ନିର୍ଭୟରେ ଶିକାରୀମାନେ ଶିକାର କରୁଛନ୍ତି। ଦନ୍ତାହାତୀ, ମହାବଳ ଓ କଲରାପତରିଆ ବାଘ ଶିକାର କରିବା ସହ ହାବୁଡ଼ରେ ପଡୁଥିବା ଅନ୍ୟ ବନ୍ୟପ୍ରାଣୀ ମଧ୍ୟ ଶିକାର କରିବାରେ ସକ୍ଷମ ହେଉଛନ୍ତି। ଗତ ୨ମାସ ମଧ୍ୟରେ ୪ଟି ଦନ୍ତାହାତୀର ମୃତ୍ୟୁ ଓ ତିନୋଟି ବାଘ ଛାଲ ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ଜିଲା ପୋଲିସ ଚଢ଼ାଉ କରି ହାତୀ ଦାନ୍ତ ଓ ବାଘ ଛାଲ ଜବତ କରୁଥିବା ବେଳେ ବନବିଭାଗର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖୁଥିବା କର୍ମଚାରୀମାନେ କିପରି ଶିକାରୀଙ୍କ ବିଷୟରେ ଜାଣି ପାରୁ ନାହାନ୍ତି ତାହା ଆଶ୍ଚର୍ଯ୍ୟ ଚକିତ କରିଛି। ବନ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ବନ୍ୟପ୍ରାଣୀ ଶିକାର ବୃଦ୍ଧି ପାଉଛି ବୋଲି ଭଞ୍ଜସେନାର ଜିଲା ସଭାପତି ପିଣ୍ଟୁ ମାଇତି କହିଛନ୍ତି। ବିଭାଗ ପକ୍ଷରୁ ତଳିଆ କର୍ମଚାରୀଙ୍କୁ ବଦଳି କରାଗଲେ ଅବାଧ ଶିକାରକୁ ରୋକାଯାଇପାରିବ ବୋଲି ସେ ଦାବି କରିଛନ୍ତି। ସେହିପରି ବନ ଅଧିକାରୀମାନେ ଜଙ୍ଗଲରେ ନ ରହି ସହରରେ ରହୁଥିବାରୁ ଶିକାରୀଙ୍କ ପ୍ରାଦ୍ରୁଭାବ ବୃଦ୍ଧି ପାଉଛି। ଫଳରେ ଅସୁରକ୍ଷିତ ବନ୍ୟପ୍ରାଣୀ ବାଟ ଭୁଲି ଗଁା ଓ ସହର ମୁହଁା ହେଉଛନ୍ତି ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟକୁ ବନବିଭାଗ ସହାୟତାରେ ଧ୍ୱଂସ କରିବା ପାଇଁ ପ୍ରତିଯୋଗିତା ଚାଲିଥିବା ନେଇ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହାର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ତୁରନ୍ତ ବଦଳି କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri