ଭିତରେ ଶିକାରୀ, ବାହାରେ କର୍ମଚାରୀ

ବାରିପଦା ଅଫିସ,୧୫।୨: ଜୀବ ଜଗତକୁ ସୁରକ୍ଷା ଯୋଗାଉଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବନ୍ୟପ୍ରାଣୀଙ୍କଠାରୁ ଆରମ୍ଭ କରି ମୂଲ୍ୟବାନ ବୃକ୍ଷଲତା ଓ ଅର୍କିଡ ବିଲୁପ୍ତ ହେବାକୁ ବସିଛି। ୧୫ ଦିନ ମଧ୍ୟରେ ଗୋଟିଏ ଲେଖାଏ ଦନ୍ତାହାତୀ ଶିକାର ଓ ବାଘ ଛାଲ ଜବତ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଶିକାରୀ ଓ ଅଧିକାରୀମାନେ ବନ୍ୟପ୍ରାଣୀଙ୍କ ଶତ୍ରୁ ପାଲଟିଯାଇଛନ୍ତି। ଦନ୍ତାହାତୀ ଶିକାର ଘଟଣାରେ ଅଧିକାରୀମାନେ ଜଡ଼ିତ ରହିବା ଘଟଣା ପ୍ରଘଟ ହେବା ପରେ ଶିମିଳିପାଳର ବନ୍ୟପ୍ରାଣୀ କେତେ ସୁରକ୍ଷିତ ତାହାକୁ ନେଇ ବିଭିନ୍ନ ସଂଗଠନ ସ୍ବର ଉଠାଇଲେଣି। ମୟୂରଭଞ୍ଜ ଜିଲାର ମୁକୁଟ ସଦୃଶ ଶିମିଳିପାଳ ଅଭୟାଣ୍ୟର ସୁରକ୍ଷାକୁ ନେଇ ପ୍ରାଣୀପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ବାରମ୍ବାର ଦନ୍ତାହାତୀ ଶିକାର ଘଟଣାରେ ବନବିଭାଗର ଅପାରଗତା ପଦାରେ ପଡ଼ିବାରେ ଲାଗିଛି। ଶିକାରୀମାନେ ଅବାଧ ଶିକାର ଚଳାଇଥିବା ବେଳେ ବନ କର୍ମଚାରୀମାନେ ଜଙ୍ଗଲ ବାହାରେ ଓ ଅଧିକାରୀମାନେ ସହରରେ ରହୁଥିବାରୁ ଅଭୟାରଣ୍ୟର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବାରିପଦା ସର୍କଲରେ ଥିବା ଅଧିକାରୀମାନେ ମୁହଁ ଖୋଲୁ ନ ଥିବା ବେଳେ ଜିଲାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଉଛନ୍ତି।
୨୭୫୦ ବର୍ଗ କି.ମି. ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡକୁ ମିଶାଇ ୫ଟି ଡିଭିଜନ ଅଧୀନରେ ୩୧ଟି ରେଞ୍ଜ କାର୍ଯ୍ୟାଳୟ ରହିଛି। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ବନାଗ୍ନି ରୋକିବା ନେଇ ଜଙ୍ଗଲ ବାହାରେ ଲୋକଙ୍କୁ ସଚେତନ କରୁଛନ୍ତି। କଁା ଭଁା ପାଟ୍ରୋଲିଂ କରୁଥିବାରୁ ଏହାର ସୁଯୋଗ ନେଇ ଶିକାରୀମାନେ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଛନ୍ତି। ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା କିମ୍ବା ସୂଚନାଦାତାଙ୍କ ସଂଖ୍ୟା କମିଥିବାରୁ ଜଙ୍ଗଲ ଭିତରେ ନିର୍ଭୟରେ ଶିକାରୀମାନେ ଶିକାର କରୁଛନ୍ତି। ଦନ୍ତାହାତୀ, ମହାବଳ ଓ କଲରାପତରିଆ ବାଘ ଶିକାର କରିବା ସହ ହାବୁଡ଼ରେ ପଡୁଥିବା ଅନ୍ୟ ବନ୍ୟପ୍ରାଣୀ ମଧ୍ୟ ଶିକାର କରିବାରେ ସକ୍ଷମ ହେଉଛନ୍ତି। ଗତ ୨ମାସ ମଧ୍ୟରେ ୪ଟି ଦନ୍ତାହାତୀର ମୃତ୍ୟୁ ଓ ତିନୋଟି ବାଘ ଛାଲ ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ଜିଲା ପୋଲିସ ଚଢ଼ାଉ କରି ହାତୀ ଦାନ୍ତ ଓ ବାଘ ଛାଲ ଜବତ କରୁଥିବା ବେଳେ ବନବିଭାଗର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖୁଥିବା କର୍ମଚାରୀମାନେ କିପରି ଶିକାରୀଙ୍କ ବିଷୟରେ ଜାଣି ପାରୁ ନାହାନ୍ତି ତାହା ଆଶ୍ଚର୍ଯ୍ୟ ଚକିତ କରିଛି। ବନ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ବନ୍ୟପ୍ରାଣୀ ଶିକାର ବୃଦ୍ଧି ପାଉଛି ବୋଲି ଭଞ୍ଜସେନାର ଜିଲା ସଭାପତି ପିଣ୍ଟୁ ମାଇତି କହିଛନ୍ତି। ବିଭାଗ ପକ୍ଷରୁ ତଳିଆ କର୍ମଚାରୀଙ୍କୁ ବଦଳି କରାଗଲେ ଅବାଧ ଶିକାରକୁ ରୋକାଯାଇପାରିବ ବୋଲି ସେ ଦାବି କରିଛନ୍ତି। ସେହିପରି ବନ ଅଧିକାରୀମାନେ ଜଙ୍ଗଲରେ ନ ରହି ସହରରେ ରହୁଥିବାରୁ ଶିକାରୀଙ୍କ ପ୍ରାଦ୍ରୁଭାବ ବୃଦ୍ଧି ପାଉଛି। ଫଳରେ ଅସୁରକ୍ଷିତ ବନ୍ୟପ୍ରାଣୀ ବାଟ ଭୁଲି ଗଁା ଓ ସହର ମୁହଁା ହେଉଛନ୍ତି ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟକୁ ବନବିଭାଗ ସହାୟତାରେ ଧ୍ୱଂସ କରିବା ପାଇଁ ପ୍ରତିଯୋଗିତା ଚାଲିଥିବା ନେଇ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହାର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ତୁରନ୍ତ ବଦଳି କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri