ଶିକାରୀ ଫାଶରେ କଲରାପତରିଆ

ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍‌ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ସୋମବାର ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ିବା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖବରପାଇବା ପରେ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଜନ୍ତାରେ ନେଇ କୋର୍‌ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଭୋର ସମୟରେ ଏକ କଲରାପତରିଆ ବାଘ ଶିକାରୀ ବସାଇଥିବା ଫାସରେ ପଡିଯାଇଥିବା ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବରପାଇ ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା, ଏସିଏଫ୍‌ଓ ଶୁଭେନ୍ଦୁ ବେହେରା ପ୍ରମୁଖ ପୂର୍ବାହ୍ନ ୯ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ନିକଟରେ ଥିବା ନାଳର ଏକ ବୁଦା ପାଖରେ ବାଘଟି ଫାଶରେ ଛନ୍ଦି ହୋଇରହିଥିବାରୁ ଉଦ୍ଧାର ପାଇଁ ପ୍ରଥମେ ଜାଲ ବିଛାଇବାକୁ ପ୍ରୟାସ କରାଯାଇଥିଲା। ତେବେ ନିକଟରେ ଜନବସତି ଥିବାରୁ ଜାଲ ବିଛାଇ ଧରିବା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ପରେ ସାତକୋଶିଆ ପ୍ରାଣୀଧନ ଚିକିତ୍ସକ କିଶୋର ସାହୁଙ୍କୁ ଡକାଯାଇ ଟ୍ରାଙ୍କୁଲାଇଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଡା. ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବାଘକୁ ଯନ୍ତାରେ ଭର୍ତ୍ତି କରି ଅପରାହ୍ନ ୩ଟାରେ ଅଭୟାରଣ୍ୟର କୋର୍‌ ଏରିଆରେ ଛାଡ଼ି ଦିଆଯାଇଥିଲା। ଫାଶରେ ପଡ଼ିଥିବା ଯୋଗୁ ବାଘର ପଛ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଡାକ୍ତର ସାହୁ କହିଛନ୍ତି, ବାଘର ବେକ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଫାଶରେ ଲାଗିଥିଲେ ଜୀବନ ବଞ୍ଚାଇବା କଷ୍ଟକର ହୋଇଥାନ୍ତା। ତେବେ ଏହି ୩ ବର୍ଷର ଅଣ୍ଡିରା ବାଘର ସେଭଳି କିଛି ସ୍ବାସ୍ଥ୍ୟ ସମସ୍ୟା ଉପୁଜି ନାହିଁ। ଡିଏଫ୍‌ଓ ପଣ୍ଡା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଶିକାରୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ପୁରୀ ପରେ ରାଜ୍ୟ ସରକାର ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ବିକାଶ କରିବା ପାଇଁ ରାଜ୍ୟ ସରକାର...

କୋରାପୁଟରେ ସର୍ବାଧିକ ୬୦୭.୨ ମିଲିଲିଟର ବର୍ଷା ରେକର୍ଡ

କୋରାପୁଟ,୧୨ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ...

ତିର୍ତ୍ତୋଲ ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଜଗତସିଂହପୁର ଜିଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ସମୟରେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ...

ଆରମ୍ଭ ହେବ ମୋ କଲେଜ ଯୋଜନା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ‘ମୋ ସ୍କୁଲ’ଭଳି ଖୁବ୍‌ଶୀଘ୍ର ‘ମୋ କଲେଜ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରାତନ ଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବ। କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା...

ଭିତରକନିକାରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଜନଗର,୨୦ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପିକ୍‌ନିକ୍‌ ଋତୁ। ଚଳିତବର୍ଷ ଅକ୍ଟୋବରରୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆରମ୍ଭ ହୋଇଛି ଭିତରକନିକା ଯାତ୍ରା। ପ୍ରତିଦିନ ଶତାଧିକ ପର୍ଯ୍ୟଟକ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮:ପୁରସ୍କାର ଦୌଡ଼ରେ ୨୦ ଫିଲ୍ମ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ପାଇଁ ମୋଟ ୨୦ଟି ଫିଲ୍ମ ଆବେଦନ କରିଥିବାବେଳେ ବିଭିନ୍ନ ବିଭାଗରେ ଏହି ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଓଡ଼ିଆ ଫିଲ୍ମର...

ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ...

ଜଗତ୍‌ପୁରରୁ ନକଲି ସୋୟାବଡ଼ି କାରଖାନା ଠାବ: ନାମୀଦାମୀ କମ୍ପାନୀର ଲୋଗୋ ସମେତ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ ଅଫିସ,୨୦ା୧୨: ଜଗତ୍‌ପୁର ଶିଳ୍ପାଞ୍ଚଳ ଫେଜ୍‌-୨ରେ ଥିବା ମାହେକ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମକ ଏକ ନକଲି ସୋୟାବଡି କାରଖାନାକୁ ଶନିବାର ପୋଲିସ ଠାବ କରିଛି।...

Advertisement
Archives

Model This Week