ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରି, ଚର୍ଚ୍ଚାରେ ୨ ଭାରତୀୟ ବଂଶୋଦ୍ଭବ

ସାନ୍‌ ଫ୍ରାନ୍ସସିସ୍କୋ,୪।୧୨(ପି.ଟି./ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ରୋ ଖାନ୍ନାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆ ସାଇଟ୍‌ର କେତେକ ଭିତିରି ଫାଇଲକୁ ଜାରି କରିଛନ୍ତି। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅବ୍ୟବହିତ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ନେଲ୍ଲିଆ ହଣ୍ଟରଙ୍କ ପୁଅ ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରିର ସେନ୍‌ସରଶିପ୍‌ ସମ୍ପର୍କରେ ଅକ୍ଟୋବର ୧୪ରେ ‘ନ୍ୟୁୟର୍କ ପୋଷ୍ଟ’ରେ ‘ବାଇଡେନ୍‌ ସିକ୍ରେଟ୍‌ ଇମେଲ୍ସ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସାମ୍ବାଦିକ ତଥା ଲେଖକ ମାଟ୍ଟ ତଇବ୍ବି ଟୁଇଟର ଫାଇଲ୍ସ ଉପରୁ ପରଦା ହଟାଇବାକୁ ଯାଇ ଶୁକ୍ରବାର ରାତିରେ ଟୁଇଟରରେ ଅନେକ ପୋଷ୍ଟ ଶେୟାର କରିଛନ୍ତି। ମସ୍କ ତଇବ୍ବିଙ୍କ ଆକାଉଣ୍ଟର ଏକ ଲିଙ୍କ୍‌କୁ ଟୁଇଟ୍‌ କରିଛନ୍ତି। ଏହି ଷ୍ଟୋରିକୁ ଚପାଇବା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଜୋ ବାଇଡେନ୍‌ଙ୍କ ଟିମ୍‌ଠାରୁ କିପରି ଅର୍ଡର ନେଇଥିଲା ତାହା ଉକ୍ତ ଫାଇଲଗୁଡ଼ିକ ଜରିଆରେ ମସ୍କ ପ୍ରଘଟ କରିଛନ୍ତି।
ତଇବ୍ବି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ପ୍ରକାଶିତ ରିପୋର୍ଟ ହଣ୍ଟରଙ୍କ ପରିତ୍ୟକ୍ତ ଲାପ୍‌ଟପ୍‌ ଉପରେ ପର୍ଯ୍ୟବସିତ। ଏହାକୁ ଚପାଇଦେବା ପାଇଁ ଟୁଇଟର ଅସାଧାରଣ ପଦକ୍ଷେପ ନେଇଥିଲା। ଏଥିସହ ଏସମ୍ପର୍କିତ ଲିଙ୍କ୍‌ ଓ ପୋଷ୍ଟିଂଗୁଡ଼ିକୁ ଅସୁରକ୍ଷିତ କହି ହଟାଇଦେଇଥିଲା। ଏପରି କି ଡାଇରେକ୍ଟ ମେସେଜ୍‌ ଜରିଆରେ ଏହାର ଟ୍ରାନ୍ସମିଶନକୁ ମଧ୍ୟ ବ୍ଲକ୍‌ କରିଦେଇଥିଲା। ଚାଇଲ୍ଡ ପର୍ନୋଗ୍ରାଫି ଭଳି ଅତି ସମ୍ବେଦନଶୀଳ ମାମଲାରେ ଏହି ଟୁଲ୍‌ ବ୍ୟବହୃତ ହୋଇଥାଏ। ଟୁଇଟର ମ୍ୟାନେଜ୍‌ମେଣ୍ଟ ଏପରି କରିବା ଯୋଗୁ ପବ୍ଲିକ୍‌ ପଲିସି ଏକ୍‌ଜିକ୍ୟୁଟିଭ୍‌ କ୍ୟାରୋଲିନ୍‌ ଷ୍ଟ୍ରୋମ୍‌ ଡବ୍ଲ୍ୟୁଟିଏଫ୍‌ କ୍ୱେରି ପଠାଇଥିଲେ। ଏହାକୁ ନେଇ କମ୍ପାନୀର ଅନେକ କର୍ମଚାରୀ ଚିନ୍ତିତ ହୋଇପଡ଼ିଥିଲେ। ଷ୍ଟ୍ରୋମ୍‌ଙ୍କ ପ୍ରଶ୍ନର ଉତ୍ତର ଆସିଥିଲା, ଲାପ୍‌ଟପ୍‌ ଷ୍ଟୋରି କମ୍ପାନୀର ‘ହ୍ୟାକ୍‌ଡ ମ୍ୟାଟେରିଆଲ୍ସ’ ପଲିସିକୁ ଉଲ୍ଲଂଘନ କରୁଥିବାରୁ ତାକୁ ହଟାଇଦିଆଯାଇଛି। ତଇବିଙ୍କ ମତରେ ତତ୍କାଳୀନ ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ଅଜ୍ଞାତରେ ଏହି ନିଷ୍ପତ୍ତି ଟୁଇଟରର ଉଚ୍ଚ ପଦାଧିକାରୀମାନେ ନେଇଥିଲେ। ସେହି ପଦାଧିକାରୀମାନଙ୍କୁ ସହଯୋଗ କରିବାରେ ଭାରତୀୟ ବଂଶୋଦ୍ଭବ ହେଡ୍‌ ଅଫ୍‌ ଲିଗାଲ, ପଲିସି ଆଣ୍ଡ ଟ୍ରଷ୍ଟ ବିଜୟା ଗଡ୍ଡେ ବଡ଼ ଭୂମିକା ନେଇଥିଲେ। ସେତେବେଳେ ଟୁଇଟର ହ୍ୟାକ୍‌ ହୋଇଯାଇଥିବାରୁ ଏପରି ଘଟିଥିବା ମ୍ୟାନେଜ୍‌ମେଣ୍ଟ ସଫେଇ ଦେଇଥିଲା। ତଇବ୍ବିଙ୍କ ମତରେ ସିଲିକନ୍‌ ଭ୍ୟାଲିରୁ ପ୍ରତିନିଧିକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ୍‌ କଂଗ୍ରେସମ୍ୟାନ୍‌ ରୋ ଖାନ୍ନା ବିଜୟାଙ୍କୁ ଏହି ବିଭ୍ରାଟ ଉପରେ ତାଗିଦ କରିଥିଲେ। ଏହା ଉପରେ ମସ୍କ ଟୁଇଟ୍‌ କରିଛନ୍ତି, ‘ରୋ ଖାନ୍ନା ମହାନ୍‌’। ଟୁଇଟର ଫାଇଲ୍ସର ଦ୍ୱିତୀୟ ଏପିସୋଡ୍‌ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ମସ୍କ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?