Posted inଖେଳ

‘ଟ୍ରଫି ବଜାୟ ରଖିବାକୁ ଭୋକିଲା ଅଛୁ’

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ର ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଲଜିୟମ ଦଳ ଶୁକ୍ରବାର ଏଠାରେ ପହଞ୍ଚତ୍ଛି। ବିଶ୍ୱ ହକିର ତାରକା ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ହକିପ୍ରେମୀ ଉପସ୍ଥିତ ଥିଲେ। ବେଲଜିୟମ ପୁଲ୍‌ ‘ବି’ରେ ଜର୍ମାନୀ, ଜାପାନ ଓ କୋରିଆ ସହିତ ସ୍ଥାନ ପାଇଛି। କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୪ ତାରିଖରେ କୋରିଆ ବିପକ୍ଷରେ ମ୍ୟାଚ ଖେଳି ବେଲଜିୟମ ଅଭିଯାନ ଆରମ୍ଭ କରିବ।
ଭାରତ ଅନ୍ୟତମ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ
ଫେଲିକ୍ସ ଡେନାୟେରଙ୍କ ନେତୃତ୍ୱାଧୀନ ରେଡ୍‌ ଲାୟନ୍ସ (ବେଲଜିୟମ) ଦଳ ପୂର୍ବ ସଂସ୍କରଣର ପ୍ରଦର୍ଶନକୁ ଦୋହରାଇ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଯଦି ଏହା ସମ୍ଭବ ହୁଏ ତେବେ ଟୁର୍ନାମେଣ୍ଟ ଇତିହାସରେ ୪ର୍ଥ ଦଳ ଭାବେ କ୍ରମାଗତ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ। ପୂର୍ବରୁ ପୁରୁଷ ହକି ବିଶ୍ୱକପ୍‌ରେ ପାକିସ୍ତାନ ୧୯୭୮ ଓ ୧୯୮୨, ଜର୍ମାନୀ ୨୦୦୨ ଓ ୨୦୦୬ ଏବଂ ଅଷ୍ଟ୍ରେଲିଆ ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇ ଏହି କ୍ଲବର ସଦସ୍ୟ ଅଛନ୍ତି। ”ଆମେ ଭଲଭାବେ ପ୍ରସ୍ତୁତ ହୋଇ ଏଠାକୁ ଆସିଛୁ। ଆମର ଟ୍ରେନିଂ କ୍ୟାମ୍ପ ସ୍ପେନ୍‌ରେ ହୋଇଥିଲା। ସେଠାରେ ଆମେ ଆମର ସମସ୍ତ ଗେମ୍‌ ଜିତିଥିଲୁ। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ଭଲ କରିବା ପାଇଁ ଖେଳାଳିମାନେ ଆତ୍ମବିଶ୍ୱାସରେ ଅଛନ୍ତି। ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା ସର୍ବଦା କଷ୍ଟସାଧ୍ୟ ହୋଇଥାଏ। ତେଣୁ ଆମେ ଆରମ୍ଭକୁ ଆଗ୍ରହ ସହକାରେ ଅପେକ୍ଷାକରି ରହିଛୁ“ ବୋଲି ଡେନାୟେର ପ୍ରକାଶ କରିଛନ୍ତି। ଆଗାମୀ ଟୁର୍ନାମେଣ୍ଟ ପାଇଁ ଆମ ସହିତ ଅନେକ ଫେଭରାଇଟ ରହିଛନ୍ତି। ମୋ ମତରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ, ଜର୍ମାନୀ ଓ ଘରୋଇ କରିବେଶରେ ଭାରତ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ। ନିକଟ ଅତୀତରେ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଦଳ ମଧ୍ୟ ଭଲ ଖେଳି ଆସିଛନ୍ତି। ତେଣୁ ଆଗାମୀ ପ୍ରତିଯୋଗିତା କୌଣସି ଦଳ ପାଇଁ ସହଜ ହେବନାହିଁ ବୋଲି ସେ କହିଛନ୍ତି।
୨୦୧୮ ବିଶ୍ୱକପ୍‌ରେ ବେଲଜିୟମର ଅନେକ ସ୍ମରଣୀୟ ଅନୁଭୂତି ରହିଛି। ନେଦରଲାଣ୍ଡ୍ସ ବିପକ୍ଷ ଫାଇନାଲ ଏବେ ମଧ୍ୟ ଖେଳାଳିଙ୍କ ମନରେ ତାଜା ହୋଇ ରହିଛି। ଶୁଟ୍‌ ଆଉଟ ମାଧ୍ୟମରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା ଏବଂ ଏହା ଅତ୍ୟନ୍ତ ନାଟକୀୟ ଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଆର୍ଥର ଡି ସ୍ଲୋଭେରଙ୍କ ଓ୍ବିନିଂ ଶଟ୍‌ ରିଭ୍ୟୁରେ ନାକଚ ହୋଇଯିବାରୁ ବେଲଜିୟମ ଖେଳାଳିଙ୍କୁ ବିଜୟ ଉତ୍ସବକୁ ଅଧାରୁ ରୋକିବାକୁ ପଡ଼ିଥିଲା। ମାତ୍ର ବେଲଜିଆନ ଗୋଲକିପର ଭିନସେଣ୍ଟ ଭାନସାକ୍‌ ନେଦରଲାଣ୍ଡ୍ସର ଜୋନାସ ଡି ଜିଉସଙ୍କ ଶଟ୍‌କୁ ସେଭ୍‌ କରିବାରେ ସକ୍ଷମ ହେବାରୁ ବେଲଜିୟମ କ୍ୟାମ୍ପରେ ଆଉଥରେ ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। କାରଣ ଏହାଥିଲା ବେଲଜିୟମ ଦଳର ପ୍ରଥମ ବିଶ୍ୱକପ ବିଜୟ। ଏଭଳି ନାଟକୀୟ ଘଟଣାକ୍ରମ ଯେ ଆଗାମୀ ବିଶ୍ୱକପ୍‌ରେ ନ ଆସିବ ତାହା କହିହେବନି ବୋଲି ଡେନାୟେର ପ୍ରକାଶ କରିଛନ୍ତି। ”ବିଶ୍ୱକପ ଟୁର୍ନାମେଣ୍ଟ ଏକ ବଡ଼ ଚ୍ୟାଲେଞ୍ଜ। ମାତ୍ର ଆମ ଦଳରେ ଅଭିଜ୍ଞ ଖେଳାଳି ଭରପୂର ଥିବାରୁ ଟ୍ରଫି ବଜାୟ ରଖିବାପାଇଁ ଭୋକିଲା ଅଛୁ। ଆମେ ଏକ ଉଚ୍ଚାଭିଳାଷୀ ଗ୍ରୁପ୍‌। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏଭଳି ଚ୍ୟାଲେଞ୍ଜର ଆବଶ୍ୟକତା ରହିଛି“ ବୋଲି ସେ କହିଛନ୍ତି।
ଭାରତୀୟ ଦର୍ଶକ ବିଶ୍ୱରେ ଶ୍ରେଷ୍ଠ
ଆଗାମୀ ଟୁର୍ନାମେଣ୍ଟରେ ଓଡ଼ିଶା ହକି ପ୍ରଶଂସକଙ୍କ ମନରେ କିଭଳି ଉତ୍କଷ୍ଠା ରହିଛି ତାହା ଦେଖିବାକୁ ବେଲଜିୟମ ମୁଖ୍ୟ କୋଚ୍‌ ମାଇକେଲ ଭାନ୍‌ ଡେନ୍‌ ହୁଭେଲ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ଭାରତୀୟ ଦର୍ଶକଙ୍କ ସମ୍ମୁଖରେ କାହିଁକି ସବୁଦଳ ଖେଳିବାକୁ ଭଲ ପାଉଛନ୍ତି ତାହା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ”ଆମେ ପୁଣିଥରେ ଭୁବନେଶ୍ୱର ଆସି ବହୁତ ଖୁସି। ଆମେ ଭାରତୀୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଭଲ ପାଉ, କାରଣ ସେମାନେ ବିଶ୍ୱରେ ଶ୍ରେଷ୍ଠ। ଆମେ ଏଠାକୁ ବିଶ୍ୱ ଟାଇଟଲ ଡିଫେଣ୍ଡ କରିବାକୁ ଆସିଛୁ। ସେଥିପାଇଁ ଭଲଭାବେ ପ୍ରସ୍ତୁତି କରିଛୁ। ଟୁର୍ନାମେଣ୍ଟ ଆରମ୍ଭ ଉପରେ ଆମର ନଜର ରହିଛି“ ବୋଲି ହୁଭେଲ କହିଛନ୍ତି। ଏଠାକାର ଦର୍ଶକ ସମାଗମ ଚମତ୍କାର। ଏଭଳି ଦର୍ଶକଙ୍କ ସମ୍ମୁଖରେ ଖେଳିବା ପାଇଁ ସମସ୍ତେ ନିଶ୍ଚିତ ଭଲ ପାଇବେ। କୋଳାହଳରେ ଷ୍ଟାଡିୟମ ପ୍ରକମ୍ପିତ ହେଲେ ମଧ୍ୟ ଆମକୁ ଖେଳିବାରେ କିଛି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ସବୁଠାରୁ କୌତୂହଳପ୍ରଦ କଥା ହେଲା ବେଲଜିୟମକୁ ବିଶ୍ୱକପ୍‌ ଏବଂ ୨୦୨୦ ଅଲିମ୍ପିକ୍ସ ଚାମ୍ପିୟନ କରାଇଥିବା ଅଭିଜ୍ଞ କୋଚ୍‌ ଶେନ ମ୍ୟାକଲିଡ କିଛି ଦିନର ବିଶ୍ରାମ ପରେ ଦଳର ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବ୍ୟତୀତ ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଭେଟେରାନ ଜନ୍‌-ଜନ୍‌ ଡୋମେନ ସାମିଲ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri