କ୍ଷୁଧାମୁକ୍ତ ବିଶ୍ୱ ପ୍ରୟାସ

ଗ୍ଲୋରିଆ ଅବ୍ରାହମ୍‌ ପରାଲ୍ଟା

ଏକ ଅନୁକୂଳ, ନିଷ୍ପକ୍ଷ ତଥା ଅଧିକ ସ୍ଥାୟୀ କୃଷି ବାଣିଜ୍ୟ ବ୍ୟବସ୍ଥାକୁ ଫେରିବା ପାଇଁ ଆମକୁ ଉତ୍ତମ ବୈଶ୍ୱିକ ନୀତିନିୟମ ତଥା ନେତୃତ୍ୱ ସାହାଯ୍ୟ କରିବ । ଏହା ମଧ୍ୟ କ୍ଷୁଧା ଏବଂ ଅପପୁଷ୍ଟି ନିୟନ୍ତ୍ରଣ କରିବାରେ ଆମର ଏବକାର ପ୍ରୟାସରେ ଉପୁଜୁଥିବା ବାଧାକୁ ଦୂରେଇଦେବ। ତେବେ ଏହି ନୀତି ଉପରେ ଚଳିତବର୍ଷ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀଗୁଡ଼ିକରେ ବିଭିନ୍ନ ଦେଶର ସରକାର ହିଁ ନିଶ୍ଚିତ କରିପାରିବେ। ଆସନ୍ତା ସେପ୍ଟେମ୍ବରରେ ୟୁନାଇଟେଡ ନେସନ୍ସ ଫୁଡ୍‌ ସିଷ୍ଟମ୍‌ ସମିଟ୍‌ ଓ ନଭେମ୍ବରର ୟୁଏନ୍‌ କ୍ଲାଇମେଟ କନ୍‌ଫରେନ୍ସ (କୋପ୍‌୨୬) ଏବଂ ପରେ ସେହି ମାସରେ ଓ୍ବାଲର୍‌ଡ ଟ୍ରେଡ୍‌ ଅର୍ଗାନାଇଜେଶନ ବା ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହିସବୁ ସମ୍ମିଳନୀ ନୀତି ନିର୍ଦ୍ଧାରକମାନଙ୍କୁ ବିଭିନ୍ନ ନୀତି ପ୍ରସ୍ତୁତ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦେବ। କୋଭିଡ୍‌-୧୯ ମହାମାରୀ, ତଳମୁହଁା ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁ ବିଶ୍ୱରେ କ୍ଷୁଧା ଓ ଅପପୁଷ୍ଟି ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଆନ୍ତଃ ସରକାରୀ କମିଟି ରିପୋର୍ଟରେ ଆମେ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ନେଇ ଅନେକ ସତର୍କତା ଜାରି କରାଯାଇଛି। ଏଗୁଡ଼ିକୁ ସମାଧାନ କରିବାକୁ ବିଭିନ୍ନ ଦେଶ କାହିଁକି ତତ୍‌କାଳିକ ଦୃଢ଼ ପଦକ୍ଷେପ ନେବା ସମ୍ପର୍କରେ ମଧ୍ୟ ଦର୍ଶାଇଛି। ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ଏବକାର ଖାଦ୍ୟ ଓ କୃଷି ବଜାର ଉପରେ ଅତ୍ୟଧିକ ଚାପ ରହିଛି। ଏହି ସ୍ଥିତିରେ ପରିବର୍ତ୍ତନ ଆଣି ଖାଦ୍ୟ ଓ କୃଷି ବଜାର ଉପରୁ ବୋଝ କମାଇ ତାହାକୁ ସୁଧାରିବା ପାଇଁ ବିଭିନ୍ନ ଦେଶର ସରକାରଗୁଡ଼ିକ ଧ୍ୟାନ ଦେବା ଉଚିତ। ଏହି ବଜାରଗୁଡ଼ିକ କିଭଳି ଭଲ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଯଦି ନୀତିନିର୍ଦ୍ଧାରକମାନେ ଚେଷ୍ଟା କରିବେ, ତେବେ କ୍ଷତି ସହୁଥିବା ଉପତ୍ାଦକ ଏବଂ ଉପଭୋକ୍ତ ମାନେ ଏହାଦ୍ୱାରା ପର୍ଯ୍ୟାପ୍ତ ଲାଭ ପାଇପାରିବେ ବୋଲି ରିପୋର୍ଟରେ କୁହାଯାଇଛି।
ସ୍ପଷ୍ଟଭାବେ କୁହାଯାଇପାରେ ଯେ, କ୍ଷୁଧା ଦୂର କରିବାକୁ ହେଲେ ଖାଦ୍ୟ ଓ କୃଷି କ୍ଷେତ୍ରରେ ପ୍ରଚଳିତ ବାଣିଜ୍ୟିକ ବ୍ୟବସ୍ଥା ଏକମାତ୍ର ବିକଳ୍ପ ନୁହେଁ। ନିକଟରେ ଜାତିସଂଘର ଏଜେନ୍ସିଗୁଡ଼ିକ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ୨୦୨୦ରେ ବିଶ୍ୱରେ ୭୨୦ ମିଲିୟନରୁ ୮୧୧ ମିଲିୟନ ଭୋକିଲା ରହିଛନ୍ତି। ତେବେ ମଧ୍ୟମ କିମ୍ବା ଗମ୍ଭୀର ଖାଦ୍ୟ ଅଭାବ ଗତ ୬ ବର୍ଷ ହେବ ଧୀରେ ଧୀରେ ବଢ଼ିଛି , ଫଳରେ ଏବେ ବିଶ୍ୱରେ ପ୍ରତି ୩ ଜଣରେ ଜଣେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଯଦି ଚଳିତ ଦଶନ୍ଧି ଶେଷସୁଦ୍ଧା କ୍ଷୁଧା ଓ ଅପପୁଷ୍ଟି ଦୂର କରିବାରେ ଆମେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା, ତେବେ ଏହି ପରିସ୍ଥିତିକୁ ନିଶ୍ଚିତ ଭାବେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇପାରିବା। ୨୦୫୦ ସୁଦ୍ଧା ପୃଥିବୀର ଜନସଂଖ୍ୟା ବୃଦ୍ଧି ପାଇ ପାଖାପାଖି ୧୦ ବିଲିୟନରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଖାଦ୍ୟାଭାବର ଆଉ ଏକ କାରଣ ହେବ। ଏଣୁ କୃଷି ବାଣିଜ୍ୟ ଓ ବଜାର ସମ୍ପର୍କରେ ଉତ୍ତମ ନୀତି ବା ବ୍ୟବସ୍ଥା ଗ୍ରହଣ କରାଗଲେ ତାହା ଖାଦ୍ୟ ସୁରକ୍ଷା ବୃଦ୍ଧି କରିବା ସହ ସ୍ଥାୟୀଭାବେ କୃଷି ଉପତ୍ାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ଏବେ ବିଶ୍ୱର ହାରାହାରି ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ଲଗାତର ମରୁଡ଼ି, ବନ୍ୟା ଓ ଝଡ଼ ଭଳି ଭୟଙ୍କର ବିପର୍ଯ୍ୟୟ ତୀବ୍ର ହେବାରେ ଲାଗିଛି। ଏହି ପରିସ୍ଥିତିରେ ଉତ୍ତମ କୃଷି ବଜାର କାର୍ଯ୍ୟକଲେ ତାହା ଖାଦ୍ୟ ବ୍ୟବସ୍ଥାକୁ ସହାୟକ ହେବ ଓ ଏହାକୁ ମଧ୍ୟ ମଜଭୁତ କରିବ। ବିଶ୍ୱରେ କ୍ଷୁଧା ଓ ଅପପୁଷ୍ଟି ବଢ଼ିଚାଲିଛି। ତେବେ କ୍ଷୁଧାମୁକ୍ତ ପୃଥିତ୍ବୀ ଗଢ଼ିବାକୁ ହେଲେ ଆମକୁ ଗତ ୨୫ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସେହି ସମୟରେ କୋଟି କୋଟି ଲୋକ ଦାରିଦ୍ର୍ୟ ଓ ଖାଦ୍ୟାଭାବରୁ ମୁକ୍ତ ହୋଇଛନ୍ତି। ଲୋକଙ୍କର ହାରାହାରି ଆୟ ବୃଦ୍ଧି ପାଇଛି ଓ ବଜାରଗୁଡ଼ିକ ଅଧିକ ସମନ୍ବିତ ହୋଇଛି। ସେଥିରୁ କିଛି ଶିଖି ଆମକୁ ଭବିଷ୍ୟତ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁଯାୟୀ ବାସ୍ତବରେ ୧୯୯୫ଠାରୁ ଖାଦ୍ୟ ଓ କୃଷି କ୍ଷେତ୍ରରେ ବାଣିଜି୍ୟକ କାରବାର ଦୁଇଗୁଣରୁ ଅଧିକ ହୋଇଛି। ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ସହଭାଗୀ ବାଣିଜ୍ୟ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ସାମ୍ପ୍ରତିକ ସମୟରେ ଖାଦ୍ୟ ଏବଂ କୃଷି ବଜାରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ନୂତନ ଡିଜିଟାଲ ଟେକ୍‌ନୋଲୋଜିର ଯୋଗଦାନ ରହିଛି। ଏହା ଦ୍ୱାରା କୃଷି ଉପତ୍ାଦନ ବୃଦ୍ଧି ହେଉଛି ଏବଂ ସାମଗ୍ରୀ ଓ ସେବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସହଜ ହୋଇଛି। ଏହାସହ ଦେଶଗୁଡ଼ିକ ମଧ୍ୟରେ ଏହାକୁ ନେଇ ବୁଝାମଣା ହେବାବେଳେ ଏମାନଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ପଡ଼ୋଶୀ ତଥା ଦୂରରେ ଥିବା ଦେଶଗୁଡ଼ିକ ସହ ବଜାର ଉପଲବ୍ଧତାରେ ଉନ୍ନତି ଏବଂ ସେମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ଦୃଢ଼ କରିବାକୁ ଚାହିଁବାରୁ ଏହା ଘଟିଛିି। କିନ୍ତୁ, ଖାଦ୍ୟ ଓ କୃଷି ଲାଗି ବୈଶ୍ୱିକ ନୀତିନିୟମ ବା ବ୍ୟବସ୍ଥାରେ ନବୀକରଣ କରିବା ପାଇଁ ଜାରି ରହିଥିବା ଉଦ୍ୟମରେ ଶିଥିଳତା ଲକ୍ଷ୍ୟ କରାଯାଇଛି। କୃଷି ବାଣିଜ୍ୟ ସବ୍‌ସିଡି ଦୂର କରିବା ଲାଗି ୨୦୧୫ରେ ନାଇରୋବୀରେ ଅନୁଷ୍ଠିତ ସମ୍ମିଳନୀରେ ବାଣିଜ୍ୟ ମନ୍ତ୍ରୀମାନେ ଏକ ଚୁକ୍ତି କରିଥିଲେ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ପ୍ରତିବଦ୍ଧତା ପୂରଣ ହୋଇପାରିଛି । ଦୁଇବର୍ଷ ପୂର୍ବେ ବ୍ୟାପକ ବାଣିଜ୍ୟିକ ପ୍ୟାକେଜକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନ ତତ୍ତ୍ୱାବଧାନରେ ଖାଦ୍ୟ ଏବଂ କୃଷି କ୍ଷେତ୍ରରେ ଥିବା ଅନ୍ୟ ସମସ୍ୟାଗୁଡ଼ିକୁ ନେଇ ଏମାନେ ସହମତିରେ ପହଞ୍ଚିଛନ୍ତି। କିନ୍ତୁ ଖାଦ୍ୟ ଓ କୃଷି ବଜାରରେ ଲାଗି ରହିଥିବା ଦୀର୍ଘଦିନର ସମସ୍ୟାଗୁଡ଼ିକ୍‌ୁ ସମାଧାନ କରିବା ପାଇଁ ଆଉ ଅଧିକ କିଛି କରିବା ଦରକାର। ଏହା ସହ ନିର୍ଦ୍ଧାରିତ ବୈଶ୍ୱିକ ନୀତିନିୟମ ଓ ବ୍ୟବସ୍ଥା ଆଗାମୀ ଦିନ ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ କରିବାକୁ ହେବ।
ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପୂର୍ବରୁ ମୁଁ ମଧ୍ୟସ୍ଥିମାନଙ୍କ ସହ ୭ଟି କୃଷି ବାଣିଜ୍ୟ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରୁଛି। ଏହି ଆଲୋଚନା କପା ଭଳି କୃଷିଜାତ ଦ୍ରବ୍ୟ ପାଇଁ ସବ୍‌ସିଡି, ଖାଦ୍ୟ ରପ୍ତାନି ସମ୍ପର୍କିତ କଟକଣା ଏବଂ କୃଷକଙ୍କ ପାଇଁ କୃଷିବଜାର ଉପଲବବ୍ଧତାରେ ଉନ୍ନତି ଆଣିବାରେ ରହିଥିବା ବାଧା ଉପରେ ପର୍ଯ୍ୟବସିତ। ସରକାରୀ ଗୋଦାମଗୁଡ଼ିକ ପାଇଁ ଖାଦ୍ୟଶସ୍ୟ କିଣା ପ୍ରକ୍ରିୟାର ସଞ୍ଚାଳନ କରିବା, କୃଷିଜାତ ଦ୍ରବ୍ୟଗୁଡ଼ିକର ସୁରକ୍ଷା ଏବଂ ରପ୍ତାନି ସବ୍‌ସିଡି ନିୟମଗୁଡ଼ିକ ସମ୍ପର୍କରେ ଆଲୋଚନା କରୁଛି। ସହଜରେ ଅଧିକ ସୂଚନା ମିଳିବାର ବ୍ୟବସ୍ଥା କରି ସବୁ କ୍ଷେତ୍ରରେ ବିନା ବାଧାରେ ସହଜରେ ଉନ୍ନତି ଆଣିବା ସହ ସ୍ବଚ୍ଛତା ବଜାୟ ରଖିବା ଅନେକ ଦେଶ ପାଇଁ ଅତ୍ୟନ୍ତ ଜଟିଳ। ତେବେ ମନ୍ତ୍ରୀମାନେ ବିଶ୍ୱ ବାଣିଜ୍ୟ ସଂଗଠନ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ଖାଦ୍ୟ ଓ କୃଷି କ୍ଷେତ୍ରରେ ଉତ୍ତମ ଫଳାଫଳ ଲାଗି ସେମାନେ ଏକ ବୁଝାମଣାରେ ଉପନୀତ ହୋଇପାରନ୍ତି। ଏହା ସେମାନଙ୍କ ମଧ୍ୟରେ ବିଶ୍ୱାସ ପୁନଃସ୍ଥାପନ କରିବାରେ ସାହାଯ୍ୟ କରିବା ସହ ଆଗକୁ ଏକ ବିକାଶ ନକ୍ସା ଅଙ୍କନ କରିବା ତଥା ରାଜନୈତିକ କାର୍ଯ୍ୟକଳାପ ବଢ଼ାଇବାକୁ ଉତ୍ସାହିତ କରିବ। ଏହା ମଧ୍ୟ ଆମର ସାମଗ୍ରିକ ଦକ୍ଷତା କ୍ଷେତ୍ରରେ ବିଶ୍ୱାସ ପୁନଃସ୍ଥାପନ କରିବ ଓ ଆମେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ ସକ୍ଷମ କରାଇବ।
ସାମ୍ପ୍ରତିକ ସମୟରେ ଆମେ ମହାମାରୀ ଉପରେ ବିଜୟ ଲାଭ କରିବା ପାଇଁ ପ୍ରୟାସ କରିବା ଉଚିତ। ଏହା ବ୍ୟତୀତ ଅଧିକ ସମ୍ମିଳିତ ଏବଂ ସ୍ଥାୟୀ ଅର୍ଥ ବ୍ୟବସ୍ଥା ଗଢ଼ିବା ଲାଗି ଯନତ୍ବାନ ହେବା ଦରକାର। ଏକ ସୁନ୍ଦର ଏବଂ ଅଧିକ ଉପଯୋଗୀ ଭବିଷ୍ୟତ ଗଢ଼ିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ବୁଝାମଣାରେ ପହଞ୍ଚିବା ହିଁ ଖାଦ୍ୟ ଓ କୃଷି ବାଣିଜ୍ୟ ବ୍ୟବସ୍ଥାଗୁଡ଼ିକରେ ଉନ୍ନତି ଆଣିବାରେ ପ୍ରତିବଦ୍ଧତା ପ୍ରକାଶ କରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାରମ୍ଭିକ ପଦକ୍ଷେପ ହେବ।
ଆମ୍ବାସାଡର (କୋଷ୍ଟାରିକା), ବିଶ୍ୱ ବାଣିଜ୍ୟ ସଂଗଠନ


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri