କ୍ଷୁଧାମୁକ୍ତ ବିଶ୍ୱ ପ୍ରୟାସ

ଗ୍ଲୋରିଆ ଅବ୍ରାହମ୍‌ ପରାଲ୍ଟା

ଏକ ଅନୁକୂଳ, ନିଷ୍ପକ୍ଷ ତଥା ଅଧିକ ସ୍ଥାୟୀ କୃଷି ବାଣିଜ୍ୟ ବ୍ୟବସ୍ଥାକୁ ଫେରିବା ପାଇଁ ଆମକୁ ଉତ୍ତମ ବୈଶ୍ୱିକ ନୀତିନିୟମ ତଥା ନେତୃତ୍ୱ ସାହାଯ୍ୟ କରିବ । ଏହା ମଧ୍ୟ କ୍ଷୁଧା ଏବଂ ଅପପୁଷ୍ଟି ନିୟନ୍ତ୍ରଣ କରିବାରେ ଆମର ଏବକାର ପ୍ରୟାସରେ ଉପୁଜୁଥିବା ବାଧାକୁ ଦୂରେଇଦେବ। ତେବେ ଏହି ନୀତି ଉପରେ ଚଳିତବର୍ଷ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀଗୁଡ଼ିକରେ ବିଭିନ୍ନ ଦେଶର ସରକାର ହିଁ ନିଶ୍ଚିତ କରିପାରିବେ। ଆସନ୍ତା ସେପ୍ଟେମ୍ବରରେ ୟୁନାଇଟେଡ ନେସନ୍ସ ଫୁଡ୍‌ ସିଷ୍ଟମ୍‌ ସମିଟ୍‌ ଓ ନଭେମ୍ବରର ୟୁଏନ୍‌ କ୍ଲାଇମେଟ କନ୍‌ଫରେନ୍ସ (କୋପ୍‌୨୬) ଏବଂ ପରେ ସେହି ମାସରେ ଓ୍ବାଲର୍‌ଡ ଟ୍ରେଡ୍‌ ଅର୍ଗାନାଇଜେଶନ ବା ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହିସବୁ ସମ୍ମିଳନୀ ନୀତି ନିର୍ଦ୍ଧାରକମାନଙ୍କୁ ବିଭିନ୍ନ ନୀତି ପ୍ରସ୍ତୁତ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦେବ। କୋଭିଡ୍‌-୧୯ ମହାମାରୀ, ତଳମୁହଁା ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁ ବିଶ୍ୱରେ କ୍ଷୁଧା ଓ ଅପପୁଷ୍ଟି ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଆନ୍ତଃ ସରକାରୀ କମିଟି ରିପୋର୍ଟରେ ଆମେ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ନେଇ ଅନେକ ସତର୍କତା ଜାରି କରାଯାଇଛି। ଏଗୁଡ଼ିକୁ ସମାଧାନ କରିବାକୁ ବିଭିନ୍ନ ଦେଶ କାହିଁକି ତତ୍‌କାଳିକ ଦୃଢ଼ ପଦକ୍ଷେପ ନେବା ସମ୍ପର୍କରେ ମଧ୍ୟ ଦର୍ଶାଇଛି। ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ଏବକାର ଖାଦ୍ୟ ଓ କୃଷି ବଜାର ଉପରେ ଅତ୍ୟଧିକ ଚାପ ରହିଛି। ଏହି ସ୍ଥିତିରେ ପରିବର୍ତ୍ତନ ଆଣି ଖାଦ୍ୟ ଓ କୃଷି ବଜାର ଉପରୁ ବୋଝ କମାଇ ତାହାକୁ ସୁଧାରିବା ପାଇଁ ବିଭିନ୍ନ ଦେଶର ସରକାରଗୁଡ଼ିକ ଧ୍ୟାନ ଦେବା ଉଚିତ। ଏହି ବଜାରଗୁଡ଼ିକ କିଭଳି ଭଲ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଯଦି ନୀତିନିର୍ଦ୍ଧାରକମାନେ ଚେଷ୍ଟା କରିବେ, ତେବେ କ୍ଷତି ସହୁଥିବା ଉପତ୍ାଦକ ଏବଂ ଉପଭୋକ୍ତ ମାନେ ଏହାଦ୍ୱାରା ପର୍ଯ୍ୟାପ୍ତ ଲାଭ ପାଇପାରିବେ ବୋଲି ରିପୋର୍ଟରେ କୁହାଯାଇଛି।
ସ୍ପଷ୍ଟଭାବେ କୁହାଯାଇପାରେ ଯେ, କ୍ଷୁଧା ଦୂର କରିବାକୁ ହେଲେ ଖାଦ୍ୟ ଓ କୃଷି କ୍ଷେତ୍ରରେ ପ୍ରଚଳିତ ବାଣିଜ୍ୟିକ ବ୍ୟବସ୍ଥା ଏକମାତ୍ର ବିକଳ୍ପ ନୁହେଁ। ନିକଟରେ ଜାତିସଂଘର ଏଜେନ୍ସିଗୁଡ଼ିକ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ୨୦୨୦ରେ ବିଶ୍ୱରେ ୭୨୦ ମିଲିୟନରୁ ୮୧୧ ମିଲିୟନ ଭୋକିଲା ରହିଛନ୍ତି। ତେବେ ମଧ୍ୟମ କିମ୍ବା ଗମ୍ଭୀର ଖାଦ୍ୟ ଅଭାବ ଗତ ୬ ବର୍ଷ ହେବ ଧୀରେ ଧୀରେ ବଢ଼ିଛି , ଫଳରେ ଏବେ ବିଶ୍ୱରେ ପ୍ରତି ୩ ଜଣରେ ଜଣେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଯଦି ଚଳିତ ଦଶନ୍ଧି ଶେଷସୁଦ୍ଧା କ୍ଷୁଧା ଓ ଅପପୁଷ୍ଟି ଦୂର କରିବାରେ ଆମେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା, ତେବେ ଏହି ପରିସ୍ଥିତିକୁ ନିଶ୍ଚିତ ଭାବେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇପାରିବା। ୨୦୫୦ ସୁଦ୍ଧା ପୃଥିବୀର ଜନସଂଖ୍ୟା ବୃଦ୍ଧି ପାଇ ପାଖାପାଖି ୧୦ ବିଲିୟନରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଖାଦ୍ୟାଭାବର ଆଉ ଏକ କାରଣ ହେବ। ଏଣୁ କୃଷି ବାଣିଜ୍ୟ ଓ ବଜାର ସମ୍ପର୍କରେ ଉତ୍ତମ ନୀତି ବା ବ୍ୟବସ୍ଥା ଗ୍ରହଣ କରାଗଲେ ତାହା ଖାଦ୍ୟ ସୁରକ୍ଷା ବୃଦ୍ଧି କରିବା ସହ ସ୍ଥାୟୀଭାବେ କୃଷି ଉପତ୍ାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ଏବେ ବିଶ୍ୱର ହାରାହାରି ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ଲଗାତର ମରୁଡ଼ି, ବନ୍ୟା ଓ ଝଡ଼ ଭଳି ଭୟଙ୍କର ବିପର୍ଯ୍ୟୟ ତୀବ୍ର ହେବାରେ ଲାଗିଛି। ଏହି ପରିସ୍ଥିତିରେ ଉତ୍ତମ କୃଷି ବଜାର କାର୍ଯ୍ୟକଲେ ତାହା ଖାଦ୍ୟ ବ୍ୟବସ୍ଥାକୁ ସହାୟକ ହେବ ଓ ଏହାକୁ ମଧ୍ୟ ମଜଭୁତ କରିବ। ବିଶ୍ୱରେ କ୍ଷୁଧା ଓ ଅପପୁଷ୍ଟି ବଢ଼ିଚାଲିଛି। ତେବେ କ୍ଷୁଧାମୁକ୍ତ ପୃଥିତ୍ବୀ ଗଢ଼ିବାକୁ ହେଲେ ଆମକୁ ଗତ ୨୫ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସେହି ସମୟରେ କୋଟି କୋଟି ଲୋକ ଦାରିଦ୍ର୍ୟ ଓ ଖାଦ୍ୟାଭାବରୁ ମୁକ୍ତ ହୋଇଛନ୍ତି। ଲୋକଙ୍କର ହାରାହାରି ଆୟ ବୃଦ୍ଧି ପାଇଛି ଓ ବଜାରଗୁଡ଼ିକ ଅଧିକ ସମନ୍ବିତ ହୋଇଛି। ସେଥିରୁ କିଛି ଶିଖି ଆମକୁ ଭବିଷ୍ୟତ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁଯାୟୀ ବାସ୍ତବରେ ୧୯୯୫ଠାରୁ ଖାଦ୍ୟ ଓ କୃଷି କ୍ଷେତ୍ରରେ ବାଣିଜି୍ୟକ କାରବାର ଦୁଇଗୁଣରୁ ଅଧିକ ହୋଇଛି। ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ସହଭାଗୀ ବାଣିଜ୍ୟ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ସାମ୍ପ୍ରତିକ ସମୟରେ ଖାଦ୍ୟ ଏବଂ କୃଷି ବଜାରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ନୂତନ ଡିଜିଟାଲ ଟେକ୍‌ନୋଲୋଜିର ଯୋଗଦାନ ରହିଛି। ଏହା ଦ୍ୱାରା କୃଷି ଉପତ୍ାଦନ ବୃଦ୍ଧି ହେଉଛି ଏବଂ ସାମଗ୍ରୀ ଓ ସେବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସହଜ ହୋଇଛି। ଏହାସହ ଦେଶଗୁଡ଼ିକ ମଧ୍ୟରେ ଏହାକୁ ନେଇ ବୁଝାମଣା ହେବାବେଳେ ଏମାନଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ପଡ଼ୋଶୀ ତଥା ଦୂରରେ ଥିବା ଦେଶଗୁଡ଼ିକ ସହ ବଜାର ଉପଲବ୍ଧତାରେ ଉନ୍ନତି ଏବଂ ସେମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ଦୃଢ଼ କରିବାକୁ ଚାହିଁବାରୁ ଏହା ଘଟିଛିି। କିନ୍ତୁ, ଖାଦ୍ୟ ଓ କୃଷି ଲାଗି ବୈଶ୍ୱିକ ନୀତିନିୟମ ବା ବ୍ୟବସ୍ଥାରେ ନବୀକରଣ କରିବା ପାଇଁ ଜାରି ରହିଥିବା ଉଦ୍ୟମରେ ଶିଥିଳତା ଲକ୍ଷ୍ୟ କରାଯାଇଛି। କୃଷି ବାଣିଜ୍ୟ ସବ୍‌ସିଡି ଦୂର କରିବା ଲାଗି ୨୦୧୫ରେ ନାଇରୋବୀରେ ଅନୁଷ୍ଠିତ ସମ୍ମିଳନୀରେ ବାଣିଜ୍ୟ ମନ୍ତ୍ରୀମାନେ ଏକ ଚୁକ୍ତି କରିଥିଲେ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ପ୍ରତିବଦ୍ଧତା ପୂରଣ ହୋଇପାରିଛି । ଦୁଇବର୍ଷ ପୂର୍ବେ ବ୍ୟାପକ ବାଣିଜ୍ୟିକ ପ୍ୟାକେଜକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନ ତତ୍ତ୍ୱାବଧାନରେ ଖାଦ୍ୟ ଏବଂ କୃଷି କ୍ଷେତ୍ରରେ ଥିବା ଅନ୍ୟ ସମସ୍ୟାଗୁଡ଼ିକୁ ନେଇ ଏମାନେ ସହମତିରେ ପହଞ୍ଚିଛନ୍ତି। କିନ୍ତୁ ଖାଦ୍ୟ ଓ କୃଷି ବଜାରରେ ଲାଗି ରହିଥିବା ଦୀର୍ଘଦିନର ସମସ୍ୟାଗୁଡ଼ିକ୍‌ୁ ସମାଧାନ କରିବା ପାଇଁ ଆଉ ଅଧିକ କିଛି କରିବା ଦରକାର। ଏହା ସହ ନିର୍ଦ୍ଧାରିତ ବୈଶ୍ୱିକ ନୀତିନିୟମ ଓ ବ୍ୟବସ୍ଥା ଆଗାମୀ ଦିନ ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ କରିବାକୁ ହେବ।
ବିଶ୍ୱ ବାଣିଜ୍ୟ ସଂଗଠନର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପୂର୍ବରୁ ମୁଁ ମଧ୍ୟସ୍ଥିମାନଙ୍କ ସହ ୭ଟି କୃଷି ବାଣିଜ୍ୟ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରୁଛି। ଏହି ଆଲୋଚନା କପା ଭଳି କୃଷିଜାତ ଦ୍ରବ୍ୟ ପାଇଁ ସବ୍‌ସିଡି, ଖାଦ୍ୟ ରପ୍ତାନି ସମ୍ପର୍କିତ କଟକଣା ଏବଂ କୃଷକଙ୍କ ପାଇଁ କୃଷିବଜାର ଉପଲବବ୍ଧତାରେ ଉନ୍ନତି ଆଣିବାରେ ରହିଥିବା ବାଧା ଉପରେ ପର୍ଯ୍ୟବସିତ। ସରକାରୀ ଗୋଦାମଗୁଡ଼ିକ ପାଇଁ ଖାଦ୍ୟଶସ୍ୟ କିଣା ପ୍ରକ୍ରିୟାର ସଞ୍ଚାଳନ କରିବା, କୃଷିଜାତ ଦ୍ରବ୍ୟଗୁଡ଼ିକର ସୁରକ୍ଷା ଏବଂ ରପ୍ତାନି ସବ୍‌ସିଡି ନିୟମଗୁଡ଼ିକ ସମ୍ପର୍କରେ ଆଲୋଚନା କରୁଛି। ସହଜରେ ଅଧିକ ସୂଚନା ମିଳିବାର ବ୍ୟବସ୍ଥା କରି ସବୁ କ୍ଷେତ୍ରରେ ବିନା ବାଧାରେ ସହଜରେ ଉନ୍ନତି ଆଣିବା ସହ ସ୍ବଚ୍ଛତା ବଜାୟ ରଖିବା ଅନେକ ଦେଶ ପାଇଁ ଅତ୍ୟନ୍ତ ଜଟିଳ। ତେବେ ମନ୍ତ୍ରୀମାନେ ବିଶ୍ୱ ବାଣିଜ୍ୟ ସଂଗଠନ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ଖାଦ୍ୟ ଓ କୃଷି କ୍ଷେତ୍ରରେ ଉତ୍ତମ ଫଳାଫଳ ଲାଗି ସେମାନେ ଏକ ବୁଝାମଣାରେ ଉପନୀତ ହୋଇପାରନ୍ତି। ଏହା ସେମାନଙ୍କ ମଧ୍ୟରେ ବିଶ୍ୱାସ ପୁନଃସ୍ଥାପନ କରିବାରେ ସାହାଯ୍ୟ କରିବା ସହ ଆଗକୁ ଏକ ବିକାଶ ନକ୍ସା ଅଙ୍କନ କରିବା ତଥା ରାଜନୈତିକ କାର୍ଯ୍ୟକଳାପ ବଢ଼ାଇବାକୁ ଉତ୍ସାହିତ କରିବ। ଏହା ମଧ୍ୟ ଆମର ସାମଗ୍ରିକ ଦକ୍ଷତା କ୍ଷେତ୍ରରେ ବିଶ୍ୱାସ ପୁନଃସ୍ଥାପନ କରିବ ଓ ଆମେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ ସକ୍ଷମ କରାଇବ।
ସାମ୍ପ୍ରତିକ ସମୟରେ ଆମେ ମହାମାରୀ ଉପରେ ବିଜୟ ଲାଭ କରିବା ପାଇଁ ପ୍ରୟାସ କରିବା ଉଚିତ। ଏହା ବ୍ୟତୀତ ଅଧିକ ସମ୍ମିଳିତ ଏବଂ ସ୍ଥାୟୀ ଅର୍ଥ ବ୍ୟବସ୍ଥା ଗଢ଼ିବା ଲାଗି ଯନତ୍ବାନ ହେବା ଦରକାର। ଏକ ସୁନ୍ଦର ଏବଂ ଅଧିକ ଉପଯୋଗୀ ଭବିଷ୍ୟତ ଗଢ଼ିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ବୁଝାମଣାରେ ପହଞ୍ଚିବା ହିଁ ଖାଦ୍ୟ ଓ କୃଷି ବାଣିଜ୍ୟ ବ୍ୟବସ୍ଥାଗୁଡ଼ିକରେ ଉନ୍ନତି ଆଣିବାରେ ପ୍ରତିବଦ୍ଧତା ପ୍ରକାଶ କରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାରମ୍ଭିକ ପଦକ୍ଷେପ ହେବ।
ଆମ୍ବାସାଡର (କୋଷ୍ଟାରିକା), ବିଶ୍ୱ ବାଣିଜ୍ୟ ସଂଗଠନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri