କରୋନା ସମୟରେ ହୃତ୍‌ପିଣ୍ଡର ଯତ୍ନ

ଡା. ପ୍ରଫୁଲ୍ଲ କୁମାର ଦାସ

ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ହୃଦ୍‌ଘାତରେ ଅନେକ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇ ହୃତ୍‌ପିଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ମୃତ୍ୟୁ ହେଉଛି। ଅନ୍ୟ ଦିଗରେ ୩ରୁ ୫ ପ୍ରତିଶତ ଏଭଳି ରୋଗୀ ଅଛନ୍ତି; ଯେଉଁମାନଙ୍କ ବୟସ କମ୍‌ ଏବଂ କୌଣସି ପ୍ରକାର ଲକ୍ଷଣ ନ ଥାଇ ବି ଅଚାନକ ହୃଦ୍‌ଘାତର ଶିକାର ହେଉଛନ୍ତି। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। କୌଣସି ପରିସ୍ଥିତିରେ ମଧ୍ୟ କୋଭିଡ୍‌କୁ ନେଇ ଛାନିଆ ହେବା ଅନୁଚିତ। କୋଭିଡ୍‌ ମୃତକଙ୍କ ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇନାହିଁ। ଏଥିଯୋଗୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦ୍‌ଘାତ, କୋଭିଡ୍‌ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ବିଭିନ୍ନ ସମୟରେ ଦେଖାଯାଏ। ବିଶେଷଜ୍ଞଙ୍କ ଅନୁସାରେ, କୋଭିଡ୍‌ ହେଲେ ରକ୍ତ ପ୍ରବାହ ହୋଇପାରେ ନାହିଁ। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ କିମ୍ବା ମସ୍ତିଷ୍କରେ ରକ୍ତ ଜମାଟ ହୋଇଯାଏ। ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିଲେ, ଏହାର ପ୍ରଭାବ ହୃତ୍‌ପିଣ୍ଡ ଉପରେ ପଡ଼ିଥାଏ। ଶେଷରେ ହୃଦ୍‌ଘାତରେ ମୃତ୍ୟୁ ହୁଏ। ଅନେକ ସମୟରେ କାରଣ ଗୋଟିଏ ଜଣାପଡ଼ୁଥିଲେ ମଧ୍ୟ ଅନେକ ଜଟିଳତା ଥାଏ। ଅନ୍ୟ ଦିଗରେ କୌଣସି ଗୁରୁତର ସ୍ଥିତି ନ ଥାଇ କୋଭିଡ୍‌ ଆକ୍ରାନ୍ତଙ୍କ ଇସିଜି ପରେ ହାର୍ଟ ସମସ୍ୟା ଦେଖାଯାଉଛି। ଏଥିମଧ୍ୟରୁ କିଛି ବ୍ୟକ୍ତିଙ୍କର ଛାନିଆ ହୋଇ ହୃଦ୍‌ଘାତ ଦେଖାଯାଏ ତ ଆହୁରି ଅନେକଙ୍କ ଭିନ୍ନ କିଛି ସମସ୍ୟା ଥିବାର ସନ୍ଦେହ ରହୁଛି। ଜ୍ୱର ଛାଡ଼ିବାର ୭ରୁ ୮ ଦିନ ପରେ ରକ୍ତ ପରୀକ୍ଷା କରନ୍ତୁ। ରକ୍ତ ଜମାଟ ବାନ୍ଧୁଛି କି ବାନ୍ଧିବାର ଆଶଙ୍କା ରହିଛି କି ନାହିଁ ତାହା ଦେଖନ୍ତୁ। ଡାକ୍ତରଙ୍କୁ ଦେଖାଇ ରକ୍ତକୁ ପତଳା କରିବା ଔଷଧ ଖାଇବା ଉଚିତ। ମଧୁମେହ, ରକ୍ତଚାପ, ସିଗାରେଟ, ବିଡ଼ି ପିଉଥିବା ବ୍ୟକ୍ତି, ମେଦବହୁଳତା, ଘରେ ହାର୍ଟ ସମସ୍ୟା ଥିବା କୋଭିଡ୍‌ ରୋଗୀଙ୍କଠାରେ ହୃଦ୍‌ଘାତ ସମସ୍ୟା ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଯେଉଁମାନେ ଡାକ୍ତରଖାନାରେ ଅଛନ୍ତି, ରକ୍ତଜମାଟ ବାନ୍ଧିଲେ ଚିକିତ୍ସା ପାଇଯାଆନ୍ତି। କିନ୍ତୁ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କଠାରେ ରକ୍ତଜମାଟ ବାନ୍ଧିବା ସମସ୍ୟା ଜଣାପଡ଼େ ନାହିଁ। ସେମାନେ ଏହି ଦିଗ ପ୍ରତି ଦୃଷ୍ଟିଦେବା ଉଚିତ। ଏଥିସହିତ ଅଧିକାଂଶ ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କଠାରେ କୋଭିଡ୍‌ ହେଲେ ହୃଦ୍‌ରୋଗ ଔଷଧ ଖାଉ ନାହାନ୍ତି କିମ୍ବା ଅନେକ ଔଷଧ ପାଉ ନାହାନ୍ତି ବା ଭୁଲ୍‌ ପରାମର୍ଶର ଶିକାର ହେଉଛନ୍ତି। ଏଥିଯୋଗୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହେଉଥିବା ଦେଖାଯାଉଛି।
ଆଗକୁ ତୃତୀୟ ଲହର ପାଇଁ ସତର୍କତା ଆସିଯାଇଥିବାରୁ ଏହା ଏକ ଜଟିଳ ପରିସ୍ଥିତିକୁ ସାମ୍ନା କରିପାରେ। ଏଥିସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଅନେକ ଚାପ ରହିବ। ତେବେ ଏହି ସମୟରେ ହୃଦ୍‌ରୋଗୀମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଇଣ୍ଟର ଭେନ୍‌ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟମାନେ ମତ ଦେଇଛନ୍ତି। କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିବା ହୃଦ୍‌ରୋଗୀମାନଙ୍କୁ ଆରୋଗ୍ୟ ଲାଭ ପରେ ହାର୍ଟ ଚେକଅପ୍‌ ଦରକାର; ଯାହାଦ୍ୱାରା ଭାଇରସଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇ ପାରିବ। ଗୁରୁତର କ୍ଷେତ୍ରରେ ବିଳମ୍ବିତ ରୋଗ ନିରୂପଣ କୋଭିଡ୍‌-୧୯ ହେତୁ ଦୁର୍ବଳ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ଦ୍ୱାରା ଭବିଷ୍ୟତରେ ହୃଦ୍‌ଘାତର ସମସ୍ୟା ଦେଖାଦେଇପାରେ। କାରଣ କୋଭିଡ୍‌-୧୯ ହେତୁ ହୃଦ୍‌ରୋଗୀ ଓ କାର୍ଡିଓଭାସ୍କୁଲାର ସମସ୍ୟା ଥିବା ରୋଗୀମାନଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଉଛି। ସେମାନେ ଆରୋଗ୍ୟ ଲାଭ କରିବା ପରେ ଇମେଜିଂ ଟେଷ୍ଟ ଓ ଚେକ୍‌ଅପ୍‌ କରାଇ ନେବା ଉଚିତ; ଯାହାଦ୍ୱାରା ଭାଇରସଜନିତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡ଼ାଇ ଯାଇପାରିବ।
ହୃତ୍‌ପିଣ୍ଡରେ ସମସ୍ୟାର ଅର୍ଥ ହେଉଛି ଶରୀରର ଆବଶ୍ୟକତା ଅନୁଯାୟୀ ହୃତ୍‌ପିଣ୍ଡ ଠିକ୍‌ ଭାବରେ ରକ୍ତକୁ ପମ୍ପ ନ କରି କାଢ଼ିବା, ଯାହା ଲୋକଙ୍କ ମଧ୍ୟରେ ଏକ ତ୍ରୁଟିପୂର୍ଣ୍ଣ ଧାରଣା ରହିଛି। ଏହା ଗୁରୁତର ଡାକ୍ତରୀ ଅବସ୍ଥା; ଯାହାର ଠିକ୍‌ ସମୟରେ ଚିକିତ୍ସା କରାଯିବା ଆବଶ୍ୟକ। ହୃଦ୍‌ ସମସ୍ୟା କ୍ଷେତ୍ରରେ ଏହା ହଠାତ୍‌ କାର୍ଯ୍ୟ କରିବା ବନ୍ଦ କରେ ନାହିଁ। ଏହା ପରିବର୍ତ୍ତେ ହୃତ୍‌ପିଣ୍ଡର ସମସ୍ୟା ଧୀରେ ଧୀରେ ବିକଶିତ ହୋଇଥାଏ ଓ ହୃତ୍‌ପିଣ୍ଡର ମାଂସପେଶୀ ଧୀରେ ଧୀରେ ସମୟକ୍ରମେ ଦୁର୍ବଳ ହୋଇଥାଏ। କରୋନା ସମୟରେ ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ପ୍ରବାହ ସୃଷ୍ଟି ହୋଇପାରେ; ଯାହା ହୃତ୍‌ପିଣ୍ଡର ମାଂସପେଶୀକୁ ଦୁର୍ବଳ କରିଥାଏ। ତେଣୁ ରୋଗୀ ସମସ୍ୟାରେ ପଡ଼େ। ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା, ଚାପ ଓ ଉଦ୍‌ବିଗ୍ନତାକୁ କମ୍‌ କରିବା। ଓଜନ, ଶର୍କରା, ରକ୍ତଚାପ ପ୍ରଭୃତି ନିୟନ୍ତ୍ରଣରେ ରଖିଲେ ସୁସ୍ଥ ଜୀବନ ଅତିବାହିତ କରିପାରିବା।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri