କରୋନା ସମୟରେ ହୃତ୍‌ପିଣ୍ଡର ଯତ୍ନ

ଡା. ପ୍ରଫୁଲ୍ଲ କୁମାର ଦାସ

ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ହୃଦ୍‌ଘାତରେ ଅନେକ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇ ହୃତ୍‌ପିଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ମୃତ୍ୟୁ ହେଉଛି। ଅନ୍ୟ ଦିଗରେ ୩ରୁ ୫ ପ୍ରତିଶତ ଏଭଳି ରୋଗୀ ଅଛନ୍ତି; ଯେଉଁମାନଙ୍କ ବୟସ କମ୍‌ ଏବଂ କୌଣସି ପ୍ରକାର ଲକ୍ଷଣ ନ ଥାଇ ବି ଅଚାନକ ହୃଦ୍‌ଘାତର ଶିକାର ହେଉଛନ୍ତି। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। କୌଣସି ପରିସ୍ଥିତିରେ ମଧ୍ୟ କୋଭିଡ୍‌କୁ ନେଇ ଛାନିଆ ହେବା ଅନୁଚିତ। କୋଭିଡ୍‌ ମୃତକଙ୍କ ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇନାହିଁ। ଏଥିଯୋଗୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦ୍‌ଘାତ, କୋଭିଡ୍‌ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ବିଭିନ୍ନ ସମୟରେ ଦେଖାଯାଏ। ବିଶେଷଜ୍ଞଙ୍କ ଅନୁସାରେ, କୋଭିଡ୍‌ ହେଲେ ରକ୍ତ ପ୍ରବାହ ହୋଇପାରେ ନାହିଁ। ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ କିମ୍ବା ମସ୍ତିଷ୍କରେ ରକ୍ତ ଜମାଟ ହୋଇଯାଏ। ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିଲେ, ଏହାର ପ୍ରଭାବ ହୃତ୍‌ପିଣ୍ଡ ଉପରେ ପଡ଼ିଥାଏ। ଶେଷରେ ହୃଦ୍‌ଘାତରେ ମୃତ୍ୟୁ ହୁଏ। ଅନେକ ସମୟରେ କାରଣ ଗୋଟିଏ ଜଣାପଡ଼ୁଥିଲେ ମଧ୍ୟ ଅନେକ ଜଟିଳତା ଥାଏ। ଅନ୍ୟ ଦିଗରେ କୌଣସି ଗୁରୁତର ସ୍ଥିତି ନ ଥାଇ କୋଭିଡ୍‌ ଆକ୍ରାନ୍ତଙ୍କ ଇସିଜି ପରେ ହାର୍ଟ ସମସ୍ୟା ଦେଖାଯାଉଛି। ଏଥିମଧ୍ୟରୁ କିଛି ବ୍ୟକ୍ତିଙ୍କର ଛାନିଆ ହୋଇ ହୃଦ୍‌ଘାତ ଦେଖାଯାଏ ତ ଆହୁରି ଅନେକଙ୍କ ଭିନ୍ନ କିଛି ସମସ୍ୟା ଥିବାର ସନ୍ଦେହ ରହୁଛି। ଜ୍ୱର ଛାଡ଼ିବାର ୭ରୁ ୮ ଦିନ ପରେ ରକ୍ତ ପରୀକ୍ଷା କରନ୍ତୁ। ରକ୍ତ ଜମାଟ ବାନ୍ଧୁଛି କି ବାନ୍ଧିବାର ଆଶଙ୍କା ରହିଛି କି ନାହିଁ ତାହା ଦେଖନ୍ତୁ। ଡାକ୍ତରଙ୍କୁ ଦେଖାଇ ରକ୍ତକୁ ପତଳା କରିବା ଔଷଧ ଖାଇବା ଉଚିତ। ମଧୁମେହ, ରକ୍ତଚାପ, ସିଗାରେଟ, ବିଡ଼ି ପିଉଥିବା ବ୍ୟକ୍ତି, ମେଦବହୁଳତା, ଘରେ ହାର୍ଟ ସମସ୍ୟା ଥିବା କୋଭିଡ୍‌ ରୋଗୀଙ୍କଠାରେ ହୃଦ୍‌ଘାତ ସମସ୍ୟା ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଯେଉଁମାନେ ଡାକ୍ତରଖାନାରେ ଅଛନ୍ତି, ରକ୍ତଜମାଟ ବାନ୍ଧିଲେ ଚିକିତ୍ସା ପାଇଯାଆନ୍ତି। କିନ୍ତୁ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କଠାରେ ରକ୍ତଜମାଟ ବାନ୍ଧିବା ସମସ୍ୟା ଜଣାପଡ଼େ ନାହିଁ। ସେମାନେ ଏହି ଦିଗ ପ୍ରତି ଦୃଷ୍ଟିଦେବା ଉଚିତ। ଏଥିସହିତ ଅଧିକାଂଶ ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କଠାରେ କୋଭିଡ୍‌ ହେଲେ ହୃଦ୍‌ରୋଗ ଔଷଧ ଖାଉ ନାହାନ୍ତି କିମ୍ବା ଅନେକ ଔଷଧ ପାଉ ନାହାନ୍ତି ବା ଭୁଲ୍‌ ପରାମର୍ଶର ଶିକାର ହେଉଛନ୍ତି। ଏଥିଯୋଗୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହେଉଥିବା ଦେଖାଯାଉଛି।
ଆଗକୁ ତୃତୀୟ ଲହର ପାଇଁ ସତର୍କତା ଆସିଯାଇଥିବାରୁ ଏହା ଏକ ଜଟିଳ ପରିସ୍ଥିତିକୁ ସାମ୍ନା କରିପାରେ। ଏଥିସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଅନେକ ଚାପ ରହିବ। ତେବେ ଏହି ସମୟରେ ହୃଦ୍‌ରୋଗୀମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଇଣ୍ଟର ଭେନ୍‌ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟମାନେ ମତ ଦେଇଛନ୍ତି। କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିବା ହୃଦ୍‌ରୋଗୀମାନଙ୍କୁ ଆରୋଗ୍ୟ ଲାଭ ପରେ ହାର୍ଟ ଚେକଅପ୍‌ ଦରକାର; ଯାହାଦ୍ୱାରା ଭାଇରସଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇ ପାରିବ। ଗୁରୁତର କ୍ଷେତ୍ରରେ ବିଳମ୍ବିତ ରୋଗ ନିରୂପଣ କୋଭିଡ୍‌-୧୯ ହେତୁ ଦୁର୍ବଳ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ଦ୍ୱାରା ଭବିଷ୍ୟତରେ ହୃଦ୍‌ଘାତର ସମସ୍ୟା ଦେଖାଦେଇପାରେ। କାରଣ କୋଭିଡ୍‌-୧୯ ହେତୁ ହୃଦ୍‌ରୋଗୀ ଓ କାର୍ଡିଓଭାସ୍କୁଲାର ସମସ୍ୟା ଥିବା ରୋଗୀମାନଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଉଛି। ସେମାନେ ଆରୋଗ୍ୟ ଲାଭ କରିବା ପରେ ଇମେଜିଂ ଟେଷ୍ଟ ଓ ଚେକ୍‌ଅପ୍‌ କରାଇ ନେବା ଉଚିତ; ଯାହାଦ୍ୱାରା ଭାଇରସଜନିତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡ଼ାଇ ଯାଇପାରିବ।
ହୃତ୍‌ପିଣ୍ଡରେ ସମସ୍ୟାର ଅର୍ଥ ହେଉଛି ଶରୀରର ଆବଶ୍ୟକତା ଅନୁଯାୟୀ ହୃତ୍‌ପିଣ୍ଡ ଠିକ୍‌ ଭାବରେ ରକ୍ତକୁ ପମ୍ପ ନ କରି କାଢ଼ିବା, ଯାହା ଲୋକଙ୍କ ମଧ୍ୟରେ ଏକ ତ୍ରୁଟିପୂର୍ଣ୍ଣ ଧାରଣା ରହିଛି। ଏହା ଗୁରୁତର ଡାକ୍ତରୀ ଅବସ୍ଥା; ଯାହାର ଠିକ୍‌ ସମୟରେ ଚିକିତ୍ସା କରାଯିବା ଆବଶ୍ୟକ। ହୃଦ୍‌ ସମସ୍ୟା କ୍ଷେତ୍ରରେ ଏହା ହଠାତ୍‌ କାର୍ଯ୍ୟ କରିବା ବନ୍ଦ କରେ ନାହିଁ। ଏହା ପରିବର୍ତ୍ତେ ହୃତ୍‌ପିଣ୍ଡର ସମସ୍ୟା ଧୀରେ ଧୀରେ ବିକଶିତ ହୋଇଥାଏ ଓ ହୃତ୍‌ପିଣ୍ଡର ମାଂସପେଶୀ ଧୀରେ ଧୀରେ ସମୟକ୍ରମେ ଦୁର୍ବଳ ହୋଇଥାଏ। କରୋନା ସମୟରେ ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ପ୍ରବାହ ସୃଷ୍ଟି ହୋଇପାରେ; ଯାହା ହୃତ୍‌ପିଣ୍ଡର ମାଂସପେଶୀକୁ ଦୁର୍ବଳ କରିଥାଏ। ତେଣୁ ରୋଗୀ ସମସ୍ୟାରେ ପଡ଼େ। ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା, ଚାପ ଓ ଉଦ୍‌ବିଗ୍ନତାକୁ କମ୍‌ କରିବା। ଓଜନ, ଶର୍କରା, ରକ୍ତଚାପ ପ୍ରଭୃତି ନିୟନ୍ତ୍ରଣରେ ରଖିଲେ ସୁସ୍ଥ ଜୀବନ ଅତିବାହିତ କରିପାରିବା।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri