Posted inଜାତୀୟ

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୧୦ କାର୍‌, ୧ ମୋଟର ସାଇକେଲ,୨ ସ୍କୁଟି, ୩୦ ନୂଆ ଇ-ରିକ୍ସା, ୫୦ ପୁରୁଣା ଇ-ରିକ୍ସା ପୋଡ଼ି ପାଉଁଶ ହୋଇଥିବା କୁହାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ୯୩ ଗାଡ଼ି ଜଳି ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଜାମିଆ ନଗରରେ ଏକ ଇଲେକ୍ଟ୍ରିକ ମୋଟର ପାର୍କିଂ ର୍ନିମାଣ କରାଯାଇଛି ଯେଉଁଠାରେ ଇ-ରିକ୍ସା ଚାର୍ଜ କରାଯାଇଥାଏ। ବୁଧବାର ସକାଳେ ସେଠାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଘଟଣାର ଖବର ପାଇବା ମାତ୍ରେ ୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇ ନଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର-ପୂର୍ବ ରାଜ୍ୟକୁ ଏଟିଏମ ନୁହେଁ, ‘ଅଷ୍ଟଲକ୍ଷ୍ମୀ’ ଭାବେ କରୁଛୁ ବିବେଚନା: ମୋଦି

ଦିମାପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ରାଲିକୁ ସମ୍ବୋଧିତ...

‘ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ମମତା’

ନୂଆଦିଲ୍ଲୀ, ୧।୨: ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ମମତା ବାନାର୍ଜୀ ଅନ୍ୟାୟ କରିଛନ୍ତି। ତେଣୁ ବହୁସଂଖ୍ୟାରେ ଟିଏମ୍‌୍‌ସି ନେତା ଭାଜପାରେ ଯୋଗ ଦେଉଥିବା ହାଓଡ଼ାଠାରେ ଭାଜପାର ଏକ...

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ବିରୋଧ: କୃଷକ ଖୋଳିଦେଲେ ହେଲିପ୍ୟାଡ

ଚଣ୍ଡିଗଡ଼,୨୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିୟାଣାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଉଛି । ଅମ୍ବାଲାରେ...

‘ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତଙ୍କ ଅଧିକାର’

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ସିଏଏକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ଗଣତନ୍ତ୍ରରେ ପ୍ରତିବାଦ କରିବା ଅଧିକାର ସମସ୍ତଙ୍କର ରହିଛି ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି।...

ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍‌...

‘୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ମୋଦି’

ପାଟନା,୧୨।୮: ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା...

ଏକନାଥ ଗୋଷ୍ଠୀକୁ ଧନୁତୀର ଚିହ୍ନ

ନୂଆଦିଲ୍ଲୀ,୧୮।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ଶିବସେନା ନାମ ଏବଂ ଧନୁତୀର ଚିହ୍ନ ପ୍ରଦାନ କରିଛନ୍ତି। ପୂର୍ବତନ...

ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କଲା ଆସାମ ରାଇଫଲ୍ସ…

ଇମ୍ଫାଲ,୨୭।୬ : ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ଏକ ବଡ଼ ସଫଳତା ମିଳିଛି। ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଆସାମ...

Advertisement
Archives

Model This Week