ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍‌ ଡଲାର୍ସ’…

ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍‌ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ୧୫ ଅଗଷ୍ଟଠାରୁ ଏହି ସାମୁଦ୍ରିକ ଜୀବଟିକୁ ଦେଖିବାକୁ ମିଳୁଛି। ଏହାର ପ୍ରକୃତ ନାମ ହେଉଛି ସି ଉର୍ଚିନ୍ସ। ଏହାକୁ ‘ସି କୁକିଜ’ ଏବଂ ’ସ୍ନାପର୍‌ ବିସ୍କୁଟ’ ମଧ୍ୟ କୁହାଯାଏ। ଏହାର ଆକର୍ଷଣୀୟ ଡିଜାଇନ ଯୋଗୁ ଲୋକେ ‘ସାଣ୍ଡ୍‌ ଡଲାର୍ସ’ କହିଥାନ୍ତି। ଏହାର ଆକାର ପ୍ରାୟ ତିନିରୁ ଚାରି ଇଞ୍ଚ। ଏହି ସାମୁଦ୍ରିକ ଜୀବଟି ଦକ୍ଷିଣ ଆମେରିକାର ଉଷ୍ମ ଜଳରେ ବାସ କରେ। ଏହା ଆମେରିକାର ପୂର୍ବ ଉପକୂଳରେ ମଧ୍ୟ ଦୃଷ୍ଟି ଗୋଚର ହୋଇଥାଏ। ଦକ୍ଷିଣ ପୂର୍ବ ଏବଂ ଓରେଗନର ସମୁଦ୍ର କୂଳରେ ବାଲିରେ ଏହି ଜୀବଗୁଡ଼ିକ ପଡ଼ିଥିବାର ଦେଖାଯାଇଛି। କେଉ ଁକାରଣରୁ ସେମାନେ ସମୁଦ୍ର ଜଳରୁ ବାହାରି ଆସିଛନ୍ତି ତାହା ସମୁଦ୍ର ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅପରାହ୍ନରେ ଆସିଥିବା ଜୁଆର ଯୋଗୁଁ ଏହି ଜୀବମାନେ ସମୁଦ୍ର ଉପକୂଳକୁ ଚାଲିଆସିଥିଲେ। ଏହି ଜୀବମାନେ ସମୁଦ୍ର ବାହାରେ ପାଞ୍ଚ ମିନିଟରୁ ଅଧିକ ସମୟ ଜଳ ବିନା ବଞ୍ଚିପାରିବେ ନାହିଁ। ବାଲିରେ ଫସିଯିବା ପରେ ମଧ୍ୟ ସେମାନେ ଜୀବିତଥିଲେ। କିନ୍ତୁ ଜୁଆର ନ ଥିବାରୁ ସେମାନେ ସମୁଦ୍ରକୁ ଯାଇପାରି ନ ଥିଲେ ବୋଲି ସ୍ଥାନୀୟ ସି ସାଇଡ୍‌ ଆକ୍ୱାରିୟମ୍‌ ପକ୍ଷରୁ ୟୁଟ୍ୟୁବ୍‌ରେ ଫଟୋ ଶେୟାର କରି ଏଭଳି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର...

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ...

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ସୁବର୍ଣ୍ଣ ଯୁଗ, ମାନବତା ପାଇଁ ଭଲ: ସତ୍ୟ ନାଡେଲା

ଦାବୋସ,୧୯ ।୧: ମାଇକ୍ରୋସଫ୍ଟର ମୁଖ୍ୟ ସତ୍ୟ ନାଡେଲା ବୁଧବାର କହିଛନ୍ତି, ବିଶ୍ୱ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(କୃତ୍ରିମ ବୁଦ୍ଧିମତା)ର ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛି । ସେ ବିଶ୍ୱ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ଡାକ୍ତରଖାନାରେ ପ୍ରେମୀଯୁଗଳଙ୍କ ବିବାହ

ତିବିଲିସି: ଗୁରୁତର ଭାବେ ରାସାୟନିକ ଜିନିଷରେ ପୋଡ଼ିଯାଇଥିବା ଜଣେ ଯୁବକ ନିକଟରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ, ଜିଓରଜିଆ ବାସିନ୍ଦା ପ୍ରେଷ୍ଟୋନ କୋବ୍‌...

ସମୁଦ୍ରରେ ‘ଓ୍ବାଟରସ୍ପାଉଟ୍‌’, ଭିଡିଓ ଦେଖିଲେ…

ପ୍ରକୃତି ଯେତିକି କରାଳ ରୂପ ଦେଖାଏ, ସେତିକି ଚମତ୍କାର ଦୃଶ୍ୟ ଦେଖାଏ। ବେଳେବେଳେ ପ୍ରକୃତିରାଣୀ ଏତେ ଶାନ୍ତ ହୋଇଯାଏ ଯେ, ଆମେ ତା’ କୋଳରେ କିଛି...

ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ...

ଦୁନିଆର ଏକମାତ୍ର ପ୍ରାଣୀ ଯାହାର ଦୁଗ୍ଧର ରଙ୍ଗ ଗୋଲାପି, ଜାଣିଛନ୍ତି କି ନାମ…

ପ୍ରତ୍ୟେହ ଦୁଗ୍ଧ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ଡାକ୍ତର ବି ଏନେଇ ପରାମର୍ଶ ଦେଇଥାନ୍ତି। ତେବେ ପ୍ରତି ପଶୁଙ୍କ ଦୁଗ୍ଧ ଧଳା ବୋଲି ଲୋକଙ୍କ ଧାରଣା...

Advertisement
Archives

Model This Week