ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ

ଡେରାବିଶ,୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୃଷ୍ଣନଗର ପିଞ୍ଛାପାଟିଆ ଗାଁରେ ସୋମବାର ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କୁ ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ଏକ ବିଦ୍ୟାଳୟ ଗୃହରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ ପିଞ୍ଛାପାଟିଆ ଗ୍ରାମସ୍ଥିତ ଶୀତଳା ଠାକୁରାଣୀଙ୍କ ମନ୍ଦିରରେ ରବିବାର ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା। ମନ୍ଦିର ନିୟମ ଅନୁଯାୟୀ ମା’ଙ୍କ ନିକଟରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କୁ ବିତରଣ କରାଯାଇଥିଲା। ଯେଉଁମାନେ ଏହି ଭୋଗ ଖାଇଥିଲେ ସେମାନଙ୍କ ମଧ୍ୟରୁ ରାତିରେ କେତେଜଣ ଅସୁସ୍ଥ ହୋଇଥିଲେ। ସୋମବାର ସକାଳେ ଆଉ କେତେଜଣ ଲୋକ ଅସୁସ୍ଥ ହୋଇପଡ଼ିବାରୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି ା ତେବେ ଅସୁସ୍ଥଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି । ଖବର ପାଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଯଦି କେହି ଗୁରୁତର ହୁଅନ୍ତି ତେବେ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ

ସୋନପୁର,୨୧।୭(ନି.ପ୍ର.) ମୋ ସ୍କୁଲ ଅଭିଯାନ, ଗାରିମା ପୁରସ୍କାର ଓ ସବୁଦିନ ଯିବା ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ସୋନପୁର ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାରାଜା...

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି...

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର...

ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା

ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି...

ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି।...

୪୮ଘଣ୍ଟାରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୦।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ପକ୍ଷରୁ ଗୁରୁବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୪୮ଘଣ୍ଟା ମଧ୍ୟରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା...

ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ଧାରଣା

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ୫ଦଫା ଦାବି ନେଇ ଭତ୍ତା ହିତାଧିକାରୀମାନେ ଶୁକ୍ରବାର ବିଏମ୍‌ସି ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ବାର୍ଦ୍ଧକ୍ୟ ଭତ୍ତା ପରିମାଣକୁ ୨ହଜାର ଟଙ୍କାକୁ ବୃଦ୍ଧି,...

୧ ହଜାର ଦ୍ୱାଦଶ ଛାତ୍ରୀଛାତ୍ରଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀର ୧୦୦୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ‘ପଠାଣି ସାମନ୍ତ...

Advertisement
Archives

Model This Week