ଭୋଗଖାଇ ଝାଡ଼ାବାନ୍ତି

ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାସୁଳିଆ ଗାଁରେ ୫୨ ଆଦିବାସୀ ପରିବାରର ୨୨୫ ଲୋକେ ବାସ କରନ୍ତି। ଶନିବାର ରାତିରେ ଗାଁରେ ମା’ ବାସୁଳୀଙ୍କର ପୂଜାର୍ଚ୍ଚନା ହୋଇଥିଲା । ସେଥିରେ ଚୁଡ଼ା ଓ ଫଳମୂଳ ଭୋଗ ଲାଗିଥିଲା। ରବିବାର ପୂର୍ବାହ୍ନରେ ଏସବୁ ଭୋଗ ଗାଁସାରା ବଣ୍ଟା ଯାଇଥିଲା। ଭୋଗ ଖାଇବା ପରେ ସନ୍ଧ୍ୟାରେ କିଛି ଲୋକଙ୍କ ପେଟ ବ୍ୟଥା ହେବା ସହ ଝାଡ଼ା, ବାନ୍ତି ହୋଇଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରି ନ ଥିଲା। ହେଲ୍ପଫର ୟୁ ଫାଉଣ୍ଡେଶନର ସଭ୍ୟମାନେ ତତ୍‌କ୍ଷଣାତ୍‌ ପହଞ୍ଚତ୍ ଆକ୍ରାନ୍ତଙ୍କୁ ଖଟିଆ ଓ ଦୋଳାରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଜିକେଭଟ୍ଟର ହସ୍ପିଟାଲକୁ ଅଣାଯାଇଥିଲା।
ବାଲେଶ୍ୱରରୁ ଏକ ଡାକ୍ତରୀ ଟିମ୍‌ ସହ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡା. ପ୍ରଭାସ ଚନ୍ଦ୍ର ନାୟକ, ଡା. ବିପ୍ଳବ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜ୍ୟୋତିର୍ମୟ ଡଗର, ସନ୍ତୋଷ ମହାନ୍ତ, ପିଏଚ୍‌ଇଓ ଫକୀରମୋହନ ପ୍ରଧାନ, ଆଶା ସନ୍ଧ୍ୟାରାଣୀ ଜେନା ପ୍ରମୁଖ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ସୋମବାର ଗାଁରେ ୬୨ଜଣଙ୍କୁ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିବାରେ ଲାଗିଛି ମୁଖ୍ୟ ରାସ୍ତା

ପାରଳାଖେମୁଣ୍ଡି,୨୧।୨(ଡି.ଏନ୍‌.ଏ.)  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ଯଥା ଶଙ୍କୁରି ପୋଖରୀଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ଥିବା ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଭୁଶୁଡ଼ିବାରେ...

ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ

ଚମ୍ପୁଆ, ୨୫।୨(ଡି.ଏନ.ଏ.)-ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବାପରେ ଚାଷୀମାନେ ବୁଧବାର ରାଜରାସ୍ତାରେ...

ଭତା ଲାଗି ଆବେଦନ କରି ବୁରୁଧ୍‌ ନିରାଶ

ଅତାବିରା, ୮।୧୧ (ଡି.ଏନ୍‌.ଏ.)-ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଛକ ପାସର ବିଧବା ବୁରୁଧ୍‌ ହେମ ଦନ୍ତା(୮୦)। ପରିବାର କହେଲେ ପୁଓ ଲୋକନାଥ,...

ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ...

ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ସିସିଟିଭି ଯାଞ୍ଚ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ବେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଛି। ସଂଖ୍ୟାଧିକ ସେବାୟତ ପ୍ରଶାସନର...

ପୁରୀରେ ୫ଟି ସଚିବ, ସମସ୍ତ ବ୍ୟବସ୍ଥାର କଲେ ଅନୁଧ୍ୟାନ

ପୁରୀ ଅଫିସ, ୧୯।୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଦର୍ଶନରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ...

୭ ଦିନ ଯାଏ ବାତ୍ୟା ସୂଚନା ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ଆସନ୍ତା ୨୨ରୁ ୨୪ ମଧ୍ୟରେ ଓଡ଼ିଶା ପ୍ରତି ବାତ୍ୟା ବିପଦ ରହିଥିବା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ କହୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)...

ଛେଣ୍ଡିପଦା ଅଞ୍ଚଳରେ ଘନ କୁହୁଡି

ଛେଣ୍ଡିପଦା,୧୮।୫(ଡି.ଏନ୍‌.ଏ): ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳ ସମେତ ଜରପଡା ଥାନା ଅଞ୍ଚଳରେ ଶନିବାର ସକାଳେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୩ରୁ...

Advertisement
Archives

Model This Week