ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ ଇଟାଭାଟିମାନ ଗଢ଼ିଚାଲିଛନ୍ତି। ଏକ ସମୟରେ ଶତାଧିକ ଇଟାଭାଟିରେ ଅଗ୍ନି ସଂଯୋଗ ଯୋଗୁ ନିକଟରେ ବାସ କରୁଥିବା ଲୋକମାନେ ଧୂଅଁା ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ଭାଟି ନିକଟସ୍ଥ ଗ୍ରାମ ନୁହେଁ, ଅନ୍ୟ ଗଁାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ପ୍ରତିବର୍ଷ ଶତାଧିକ ସଂଖ୍ୟାରେ ଇଟା ତିଆରି ହେଉଥିବା ଯୋଗୁ ଯେତିକି ମୃତ୍ତିକା ଆଳି ଅଞ୍ଚଳରୁ କ୍ଷୟ ହେଲାଣି ଆଗାମୀ ଶହେବର୍ଷ ମଧ୍ୟରେ ଏହା ପୂରଣ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି। ଗତ ୨୦ ତାରିଖରେ ଆଳି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ଧୂଅଁାଯୁକ୍ତ ନାଲିଇଟା ପ୍ରସ୍ତୁତ ବେଆଇନ ବୋଲି ଏକ ନୋଟିସ ଜାରି କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି, ଏନ୍‌ଜିଟି ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଧୂଅଁାଯୁକ୍ତ ଭାଟି ନିର୍ମାଣକରି ନାଲିଇଟା ପ୍ରସ୍ତୁତ କରିବା ବେଆଇନ କାର୍ଯ୍ୟ। ତେଣୁ ଇଟାଭାଟିଗୁଡିକ ତୁରନ୍ତ ବନ୍ଦ ହେବା ଉଚିତ ବୋଲି କୁହାଯାଇଛି। ଏହା ମଧ୍ୟରେ ଗୋଟିଏ ସପ୍ତାହ ଯାଇ ଆଉ ଏକ ସପ୍ତାହ ଆରମ୍ଭ ହେଲାଣି। କିନ୍ତୁ ଇଟାଭାଟିଗୁଡ଼ିକ ଯେମିତି ପୂର୍ବରୁ ଚାଲିଥିଲା ସେହିଭଳି ଚାଲିଛି। ଯେମିତି ଜଣାପଡ଼ୁଛି ସରକାରୀ ନିର୍ଦ୍ଦେଶନାମା ଧର୍ମକୁ ଆଖିଠାର ନ୍ୟାୟରେ ଦିଆଯାଇଛି। ନିୟୋଜିତ ପ୍ରଶାସନିକ ଅଧିକାରୀମାନେ ଏହା ଜାଣି ମଧ୍ୟ ଆଖି ବୁଜିଦେଲା ଭଳି ଲାଗୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ବର୍ଷଗୁଡ଼ିକରେ ଭାଟି ମାଲିକମାନେ ନିଜ ଇଚ୍ଛା ଅନୁଯାୟୀ ନଭେମ୍ବରରୁ ଜୁଲାଇ ପର୍ଯ୍ୟନ୍ତ ଇଟା ଗଢ଼ିଚାଲନ୍ତି। ଏହି କାର୍ଯ୍ୟରେ ତାଙ୍କୁ କେହି ବାଧାଦେବା ପରି ଜଣାପଡ଼େନାହିଁ। ସେହି ଅଭ୍ୟାସରେ ଏ ବର୍ଷ ବି ଚାଲିଛି। ଆଉ ଦେଖିବାକୁ ବାକି ରହିଲା ପ୍ରଶାସନ ନିୟମ ଉଲ୍ଲଂଘନକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିପରି ହେଉଛି। ଏହି ଇଟାଭାଟିଗୁଡ଼ିକ ପରିବେଶ ଦୂଷିତ କରୁଛି। ସେହିପରି ଭାଟିରୁ ଇଟା ନେବା ପାଇଁ ଆଳି ରିଙ୍ଗ୍‌ବନ୍ଧ ପାର୍ଶ୍ୱକୁ କାଟି ରାସ୍ତା ତିଆରି କରିବା ଯୋଗୁ ଏହା ଅଞ୍ଚଳ ପାଇଁ ବନ୍ୟା ବିପତ୍ତି ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ଇଟାଭାଟି ବନ୍ଦ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଳି ତହସିଲଦାର ଶାନ୍ତିସ୍ବରୂପ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri