ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା’ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି। ଏବେ ବି ଅନେକ ବସ୍ତିର ଲୋକମାନେ ଖୋଲାରେ ଶୌଚ କରୁଛନ୍ତି। ଷଣ୍ଢକୁଦ ବସ୍ତି, ନୂଆବଜାର ଲୋକମାନେ ସମୁଦ୍ର ବେଳାଭୂମିରେ ଏସବୁ ଘଟଣା ଦେହସୁହା ହୋଇଗଲାଣି। ଏବେ ଅଠରବାଙ୍କି ଲକପଡା ବସ୍ତିରେ କୌତୂହଳପୂର୍ଣ୍ଣ ଶୌଚାଳୟ ଦେଖିବାକୁ ମିଳିଛି। ଏହି ବସ୍ତି ସଂଲଗ୍ନ କାଳିଆବୁଦା ନଦୀ ଉପରେ ବାଉଁଶ ଭାଡିରେ ଶତାଧିକ ଶୌଚାଳୟ ନିର୍ମାଣ କରାଯାଇଛି। ଉପରୋକ୍ତ ବସ୍ତିର ପ୍ରାୟ ୧୮୫ ପରିବାର ଏସବୁ ଶୌଚାଳୟକୁ ଯାଉଛନ୍ତି। ନଦୀ ଉପରେ ବାଉଁଶ ବନ୍ଧାହୋଇ ଛୋଟ ଘର ଭଳି କରାଯାଇଛି। ତା’ର ଚତୁଃପାଶର୍‌ବରେ କଳା ପଲିଥିନ ଘେରା ଯାଇଛି। ସେଠାକୁ ଯିବା ପାଇଁ କୂଳଠାରୁ ବାଉଁଶ ପୋଲ ହୋଇଛି। ସେଥିରେ କୌଣସି ପାଇଖାନା ଲାଗିନାହିଁ। ମଳତ୍ୟାଗ ପାଇଁ ଭାଡିରେ କିଛି ଅଂଶ ଫାଙ୍କା ରହିଛି। ଏମିତି ହାଇଟେକ ମଡେଲ ଶୌଚାଳୟ ଦ୍ୱାରା ସମ୍ପୃକ୍ତ ନଦୀ ଜଳ ପ୍ରଦୂଷିତ ହେଉଥିବା ସାଧାରଣରେ ଅଭିଯୋଗ ହୁଏ। କୈବର୍ତ୍ତ ଷୋଳଭାଇ ସଭା ସଂଗଠନ ପକ୍ଷରୁ ଉକ୍ତ ନଦୀକୁ ନିଲାମରେ ନିଆଯାଇ ମାଛଚାଷ କରାଯାଉଛି।
ସୂଚନାଯୋଗ୍ୟ, ବସ୍ତି ଲୋକଙ୍କ ପାଇଁ ପାରାଦୀପ ପୌରପାଳିକା ପକ୍ଷରୁ ଏପର୍ଯ୍ୟନ୍ତ ୨୫୨୭ ବକ୍ତିଗତ ଶୌଚାଳୟ କରାଯାଇଛି। ଏହାବାଦ ଗୋଷ୍ଠୀ ଓ ସର୍ବସାଧାରଣରେ ବ୍ୟବହାର ନିମନ୍ତେ ୪୭ ଶୌଚାଳୟ କରାଯାଇଛି। ସେଥିରୁ ୩୯ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ୮ଟି ସୁଲଭ ଶୌଚାଳୟ ପରିଚାଳନା କରୁଛନ୍ତି। ଅଠରବାଙ୍କି ଲକ୍‌ପଡା ପାଇଁ ପ୍ରାୟ ୩୦୦ ବ୍ୟକ୍ତିଗତ ଶୌଚାଳୟ ଓ ୩ ଗୋଷ୍ଠୀଗତ ଶୌଚାଳୟ ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଏସାରଷ୍ଟିଲ (ଏବେର ଏଏମ୍‌ଏନ୍‌ଏସ୍‌) ପକ୍ଷରୁ ମଧ୍ୟ ଶତାଧିକ ଶୌଚାଳୟ ନିର୍ମାଣ କରାଯାଇଥିବା ନେଇ ବିଭିନ୍ନ କାନ୍ଥ ବାଡରେ ଲଗାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି। ଏତେପରେ ମଧ୍ୟ ଲୋକମାନେ ନଦୀ ଉପରେ ଅସ୍ଥାୟୀ ଶୌଚାଳୟ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି, ପୌରପାଳିକା ପକ୍ଷରୁ ଏପରି ଶୌଚାଳୟକୁ ୨୦୧୯ ଓ ୨୦ରେ ଦୁଇଥର ଉଚ୍ଛେଦ କରାଯାଇଥିଲା। ଏହାସତ୍ତ୍ୱେ ଲୋକମାନେ ଅଭ୍ୟାସ ବଦଳାଉ ନାହାନ୍ତି। ଏନେଇ ସେଗୁଡ଼ିକୁ ପୁଣି ଉଚ୍ଛେଦ କରାଯିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri