Posted inଖେଳ

ହମ୍ପି ଜିତିଲେ ବିବିିସି ପୁରସ୍କାର

ନୂଆଦିଲ୍ଲୀ, ୯ା୩ (ପି.ଟି.)-ବିବିସି ଇଣ୍ଡିଆନ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାରର ଦ୍ୱିତୀୟ ସଂସ୍କରଣ ଫଳାଫଳ ସୋମବାର ପ୍ରକାଶ ପାଇଛନ୍ତି। ବର୍ତ୍ତମାନ ରାପିଡ୍‌ ଫର୍ମାଟରେ ରହିଥିବା ବିଶ୍ୱ ଚାମ୍ପିୟନ କୋନେରୁ ହମ୍ପି ଏହି ପୁରସ୍କାର ଜିତିଛନ୍ତି। ମାତ୍ର ୧୫ବର୍ଷ ବୟସରେ ସର୍ବ କନିଷ୍ଠ ଖେଳାଳି ଭାବେ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଥିବା ହମ୍ପି ତାଙ୍କ ସମର୍ଥକଙ୍କଠାରୁ ସବୁଠାରୁ ଅଧିକ ଭୋଟ ପାଇଥିଲେ। ଏହି ସମ୍ମାନଜନକ ପୁରସ୍କାର ପାଇଁ ୪୦ଜଣିଆ ବିଚାରକମଣ୍ଡଳୀ ଗତ ମାସରେ ରେସ୍‌ଲର ଭିନେଶ ଫୋଗତ, ସ୍ପ୍ରିଣ୍ଟର ଓଡ଼ିଶାର ଦୂତୀ ଚାନ୍ଦ, ଶୁଟର ମନୁ ଭାକର ଏବଂ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ନାମ ସୁପାରିସ କରିଥିଲେ। ପୁରସ୍କାର ଜିତିବା ପରେ ହମ୍ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ପୁରସ୍କାର କେବଳ ତାଙ୍କ ପାଇଁ ନୁହେଁ ଚେସ୍‌ ସମୁଦାୟ ପାଇଁ ବହୁ ମୂଲ୍ୟବାନ। ଚେସ୍‌ ଏକ ଇନ୍‌ଡୋର ଗେମ୍‌। ଭାରତରେ କ୍ରିକେଟ ତୁଳନାରେ ଏହାର ଲୋକପ୍ରିୟତା ଅତ୍ୟନ୍ତ ନଗଣ୍ୟ। ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଚେସ୍‌ରେ ବହୁ ବାଟ ଆଗେଇ ପାରିଛନ୍ତି। ଜଣେ ମହିଳା ଖେଳାଳି ହିସାବରେ ସେ ବର୍ତ୍ତମାନ ଖେଳ ଛାଡ଼ିବା କଥା ଚିନ୍ତା କରିନାହାନ୍ତି। ବିବାହ ଓ ମାତୃତ୍ୱ ଲାଭ କରିବା ଜୀବନକାଳର ଏକ ଅଂଶବିଶେଷ। ଏହା ଜୀବନର ଗତିପଥ ବଦଳାଇ ଦେବ ବୋଲି ମନେ କରିବା ଉଚିତ ନୁହେଁ ବୋଲି ୪ବର୍ଷୀୟା ଶିଶୁକନ୍ୟାର ମା’ ୩୩ ବର୍ଷୀୟା ହମ୍ପି ପ୍ରକାଶ କରିଛନ୍ତି। ବିବିସି ମହାନିର୍ଦ୍ଦେଶକ ଟିମ୍‌ ଡେଭ୍‌ ଭର୍ଚୁଆଲ ପୁରସ୍କାର ଉତ୍ସବରେ ଅଧ୍ୟକ୍ଷତା କରିବା ସହ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଚଳିତ ବର୍ଷର ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ଭେଟେରାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ମିଳିଥିଲା। ସେ ହେଉଛନ୍ତି ଭାରତର ଏକମାତ୍ର ଆଥାଲେଟ୍‌, ଯିଏକି ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ ଲଙ୍ଗ ଜମ୍ପରେ ଏକ ପଦକ ଲାଭ କରିଥିଲେ। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଯୁବ ଶୁଟର ମନୁ ଭାକରଙ୍କୁ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ଘୋଷଣା କରିଥିଲେ। ଚଳିତବର୍ଷ ବିବିସି ପୁରସ୍କାରରେ ପ୍ରଥମ ଥର ଏହି କାଟେଗୋରିକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri