ମାନବୀୟ ମୂଲ୍ୟବୋଧ

ଆଜିର ବସ୍ତୁବାଦୀ ଓ ଭୋଗସର୍ବସ୍ବ ସମାଜରେ ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ଅନେକେ ବୁଝି ନ ଥା’ନ୍ତି। ଏହି ପ୍ରସଙ୍ଗରେ ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ କହିଛନ୍ତି ‘ସତ୍ୟ ହେଉଛି ଚିରନ୍ତନ ଓ ଜୀବାତ୍ମାର ସନ୍ଧାନରେ ମେଧାର ସଫଳତା’ ଏହା ସତ୍ୟର ପାରମାର୍ଥିକ ବା ଆଧ୍ୟାତ୍ମିକ ବା ଉଚ୍ଚତର ନିଗୂଢ଼ ଅର୍ଥ। ନୈତିକ ଦୃଷ୍ଟିକୋଣରୁ ଆମର ବଚନରେ ସତ୍ୟତା ଏବଂ ଆମର ଚିନ୍ତା ଓ କର୍ମ ମଧ୍ୟରେ ସମତାକୁ ସତ୍ୟ ବୁଝାଏ। ସତ୍ୟ ହେଉଛି ବାସ୍ତବତା ସହିତ ସମ୍ପୂର୍ଣ୍ଣ ଐକ୍ୟ। ଏହା ହିଁ ପ୍ରତ୍ୟେକ ଜୀବର ପ୍ରକୃତ ସ୍ବଭାବ। ଏହା ଆମ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା ଦୈବତ୍ୱ। ଆମ ମଧ୍ୟରେ ନିହିତ ଉତ୍କର୍ଷ ବା ତ୍ରୁଟିହୀନତା ଯେତେ ଅଧିକରୁ ଅଧିକ ପ୍ରକଟିତ ହେଉଥିବ ଆମର ପ୍ରକୃତ ସ୍ବରୂପ ସମ୍ପର୍କରେ ସେତିକି ଅଧିକରୁ ଅଧିକ ସଚେତନତା ଓ ଉପଲବ୍ଧି ବୃଦ୍ଧି ପାଇବ। ସତ୍ୟର ପରିପ୍ରକାଶ ପ୍ରଣାଳୀ ଆମର ଜ୍ଞନାସୁନ୍ଧାନ ସହ ଆରମ୍ଭ ହୁଏ ଏବଂ ଧୀଶକ୍ତିର ଉତ୍କର୍ଷ ସାଧନ ଓ ଆତ୍ମଅବବୋଧ ଶକ୍ତି ଭାବେ ରୂପାନ୍ତରଣ ଯୋଗୁ ଫଳପ୍ରସୂ ହୁଏ। ଯେତେବେଳେ ମନ ସମସ୍ତ ସାଂସାରିକ ଓ ଇନ୍ଦ୍ରିୟାନୁରାଗୀ କାମନାକୁ ପରିତ୍ୟାଗ କରି ଏକାଗ୍ର ଚିତ୍ତରେ ସତ୍ୟକୁ ଅନୁଧ୍ୟାନ କରିବ, ସେତେବେଳେ ମନ ଏକ ଉଚ୍ଚତର ଚୈତନ୍ୟ ଓ ଅନ୍ତର୍ଜ୍ଞାନଲବ୍ଧ ଦ୍ରଷ୍ଟା ସ୍ତରକୁ ଉନ୍ନୀତ ହେବ ଏବଂ ସେ ତ୍ରିକାଳ ସତ୍ୟ, ଯାହା ଅପରିବର୍ତ୍ତନୀୟ ଓ ଚିରନ୍ତନ, ତାକୁ ଉପଲବ୍ଧି କରିପାରିବ। ଏହାକୁ ହିଁ ବାସ୍ତବ ଆତ୍ମା ବା ଈଶ୍ୱର ବା ଜୀବାତ୍ମା ଅବା ପରମ ଚୈତନ୍ୟ ବୋଲି କୁହାଯାଏ।
ଧର୍ମକୁ ବୁଝାଇବା ପାଇଁ ସେ କହିଛନ୍ତି, ‘ସର୍ବଦା ସତ୍‌କାର୍ଯ୍ୟ କରିବା ପାଇଁ ମାନବର ଇଚ୍ଛାଶକ୍ତିକୁ ଶୃଙ୍ଖଳିତ କରିବା ହେଉଛି ଧର୍ମ।’ ମାନବିକ ଇଚ୍ଛାଶକ୍ତିର ତ୍ରୁଟିହୀନ ଅନୁଶୀଳନ ମାଧ୍ୟମରେ ସଦାଚାରର ସାଧନ ସମ୍ଭବ। ସଦାଚାର, ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅପରିହାର୍ଯ୍ୟ ଅଙ୍ଗ। ସତ୍‌କର୍ମରେ ମାନବର ଇଚ୍ଛା ବା ଅଭିରୁଚି ଅନୁବର୍ତ୍ତୀ ହୋଇ କାର୍ଯ୍ୟ କରିବାକୁ ଏହା ବୁଝାଇଥାଏ। ଭାରତୀୟ ଭାବଧାରାରେ ଧର୍ମ ଏକାଧାରରେ ସମସ୍ତ ଶାରୀରିକ, ନୈତିକ, ସାମାଜିକ, ଧାର୍ମିକ ଓ ଆଧ୍ୟାତ୍ମିକ କର୍ତ୍ତବ୍ୟ ଓ ବାଧ୍ୟତାମୂଳକ ଦାୟିତ୍ୱକୁ ବୁଝାଏ। ଏହା ପ୍ରଭାତରୁ ସନ୍ଧ୍ୟା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାନବର ସମସ୍ତ କ୍ରିୟାକଳାପକୁ ନିୟନ୍ତ୍ରଣ କରିଥାଏ। ଶାନ୍ତି ହେଉଛି ‘ମାନବର ସମସ୍ତ ଆବେଗର ସଂଘର୍ଷ ଓ ଦ୍ୱନ୍ଦ୍ୱର ସମାଧାନ ହେଲା ଶାନ୍ତିର ମୌଳିକ ଭାବ’। ମଣିଷର କାମନାଗୁଡ଼ିକ ତା’ର ମନରୂପକ ହ୍ରଦର ନିଶ୍ଚଳ ଜଳ ଉପରେ ଆଲୋଡ଼ନ ଘଟାଇ ନାନା ପ୍ରକାରର ଅସ୍ଥିରତା ସୃଷ୍ଟି କରିଥାଏ। କାମନାରହିତ ମନ ତା’ର ଶାନ୍ତି ଅବସ୍ଥା ଫେରି ପାଇଥାଏ। ଯେତେବେଳେ ମଣିଷର ମନରେ ସ୍ଥାୟୀ ସ୍ଥିରତା ଥାଏ ସେତେବେଳେ ସେ ଚିରସ୍ଥାୟୀ ଶାନ୍ତି ପାଇପାରେ; କେବଳ ପ୍ରଶାନ୍ତ ମନରେ ହିଁ ଜ୍ଞାନଲୋକ ଉଦିତ ହୋଇପାରିବ। ପୁଣି କେବଳ ଜ୍ଞାନାଲୋକିତ ବା ବୌଦ୍ଧିକ ମନ ସାହାଯ୍ୟ ଦ୍ୱାରା ପରମ-ଶାନ୍ତି (ପ୍ରଶାନ୍ତି) ଲାଭ ଓ ଉପଭୋଗ କରାଯାଇ ପାରିବ। ଏହି ପରମ ଶାନ୍ତି ହିଁ ଆନନ୍ଦ। ପରମ ଶାନ୍ତି ଲାଭ କରିବା ପାଇଁ ମଣିଷକୁ ସହନଶୀଳତା ଅନୁଶୀଳନ କରିବାକୁ ହେବ, ଦୁଃଖ ଓ ସୁଖ ଉଭୟକୁ ସମାନ ଭାବରେ ଗ୍ରହଣ କରିବାକୁ ହେବ, ଯେପରି ତାହା ମନର ଭାରସାମ୍ୟକୁ ଦୋହଲାଇ ନ ଦିଏ, ଜୀବାତ୍ମାର ଶକ୍ତି ତଥା ନିୟତିର ରକ୍ଷାକାରୀ କ୍ଷମତା ଉପରେ ଯେପରି ଅଟଳ ଆସ୍ଥା ରହେ ସେଥିପାଇଁ ଅଭ୍ୟାସ କରିବାକୁ ହେବ। ପ୍ରତ୍ୟହ ଭଗବାନଙ୍କୁ ଧ୍ୟାନ ଧାରଣା କରିବାକୁ ହେବ। ଏହି ସମସ୍ତ କାର୍ଯ୍ୟ କରିବା ଦ୍ୱାରା ଜଣେ ବ୍ୟକ୍ତି ନିଶ୍ଚୟ ପରମ ଶାନ୍ତି ଲାଭ କରିପାରିବ। ବାବା କହନ୍ତି, ‘ପ୍ରେମ ସ୍ବାର୍ଥରହିତ’ ଏବଂ ‘ତ୍ୟାଗ ଓ କ୍ଷମା ଦ୍ୱାରା ହିଁ ପ୍ରେମ ବଞ୍ଚତ୍ରହେ’। ପ୍ରେମ ସର୍ବଜନ ଐକ୍ୟଭାବକୁ ଗ୍ରହଣ କରେ। ଅନ୍ୟମାନଙ୍କ ସହିତ ନିଜର ଅଭିନ୍ନତା ଓ ଐକ୍ୟଭାବକୁ ପ୍ରେମ ସନ୍ଦର୍ଶନ କରେ। ଯେତେବେଳେ ସଦା ଭଗବତ୍‌ ପ୍ରେମାସକ୍ତ ବ୍ୟକ୍ତିର ହୃଦୟ ସମଗ୍ର ମାନବ ଜାତିର ଭ୍ରାତୃତ୍ୱ ଓ ସମସ୍ତ ଜୀବମାନଙ୍କର ଜ୍ଞାତିତ୍ୱ ବିଷୟକ ସତ୍ୟକୁ ଉପଲବ୍ଧି କରେ, ସେତେବେଳେ ଏହା ‘ପ୍ରେମ’ ପଦବାଚ୍ୟ ହୁଏ।
ଆତ୍ମାର ସଂପୂର୍ଣ୍ଣ ପ୍ରସ୍ଫୁଟନ ଏବଂ ଅଦ୍ୱୈତ ଭାବାବସ୍ଥାର ପ୍ରାପ୍ତି ତଥା ସର୍ବଜୀବରେ ଏକତ୍ୱ ଓ ଐକ୍ୟବୋଧରୁ ଅହିଂସାର ସୃଷ୍ଟି। ସୃଷ୍ଟିର ସମସ୍ତ ଜୀବ ସହ ନିଜର ଐକ୍ୟ ଅନୁଭୂତିର ସ୍ତର ହେଲା ଅହିଂସା। ଆଧ୍ୟାତ୍ମିକ ସଚେତନତାରୁ ଏହାର ଜନ୍ମ; ଜାଗ୍ରତ ଜୀବାତ୍ମାର ଏହା ଗୁଣ ଓ ଲକ୍ଷଣ। ସୃଷ୍ଟିର ସମସ୍ତ ଅଣୁ ପରମାଣୁରେ ସର୍ବ ପ୍ରାଣରେ, ସର୍ବ ବସ୍ତୁରେ ଓ ସର୍ବତ୍ର ଏହା ଭଗବତ୍‌ ସତ୍ତା ଦର୍ଶନ କରେ। ଏହିପରି ସଚେତନ ଆତ୍ମା, ଅନ୍ୟ ଯେ କୌଣସି ଜୀବ ଓ ପ୍ରାଣୀର ସୁଖ ଓ ଦୁଃଖକୁ ନିଜର ବୋଲି ଅନୁଭବ କରେ।

– ସୁମନ୍ତ କୁମାର ଭୂୟାଁ
ବାଲିଚନ୍ଦ୍ରପୁର, ଯାଜପୁର, ମୋ:୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri