ମାନବୀୟ ମୂଲ୍ୟବୋଧ

ଆଜିର ବସ୍ତୁବାଦୀ ଓ ଭୋଗସର୍ବସ୍ବ ସମାଜରେ ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ଅନେକେ ବୁଝି ନ ଥା’ନ୍ତି। ଏହି ପ୍ରସଙ୍ଗରେ ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ କହିଛନ୍ତି ‘ସତ୍ୟ ହେଉଛି ଚିରନ୍ତନ ଓ ଜୀବାତ୍ମାର ସନ୍ଧାନରେ ମେଧାର ସଫଳତା’ ଏହା ସତ୍ୟର ପାରମାର୍ଥିକ ବା ଆଧ୍ୟାତ୍ମିକ ବା ଉଚ୍ଚତର ନିଗୂଢ଼ ଅର୍ଥ। ନୈତିକ ଦୃଷ୍ଟିକୋଣରୁ ଆମର ବଚନରେ ସତ୍ୟତା ଏବଂ ଆମର ଚିନ୍ତା ଓ କର୍ମ ମଧ୍ୟରେ ସମତାକୁ ସତ୍ୟ ବୁଝାଏ। ସତ୍ୟ ହେଉଛି ବାସ୍ତବତା ସହିତ ସମ୍ପୂର୍ଣ୍ଣ ଐକ୍ୟ। ଏହା ହିଁ ପ୍ରତ୍ୟେକ ଜୀବର ପ୍ରକୃତ ସ୍ବଭାବ। ଏହା ଆମ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା ଦୈବତ୍ୱ। ଆମ ମଧ୍ୟରେ ନିହିତ ଉତ୍କର୍ଷ ବା ତ୍ରୁଟିହୀନତା ଯେତେ ଅଧିକରୁ ଅଧିକ ପ୍ରକଟିତ ହେଉଥିବ ଆମର ପ୍ରକୃତ ସ୍ବରୂପ ସମ୍ପର୍କରେ ସେତିକି ଅଧିକରୁ ଅଧିକ ସଚେତନତା ଓ ଉପଲବ୍ଧି ବୃଦ୍ଧି ପାଇବ। ସତ୍ୟର ପରିପ୍ରକାଶ ପ୍ରଣାଳୀ ଆମର ଜ୍ଞନାସୁନ୍ଧାନ ସହ ଆରମ୍ଭ ହୁଏ ଏବଂ ଧୀଶକ୍ତିର ଉତ୍କର୍ଷ ସାଧନ ଓ ଆତ୍ମଅବବୋଧ ଶକ୍ତି ଭାବେ ରୂପାନ୍ତରଣ ଯୋଗୁ ଫଳପ୍ରସୂ ହୁଏ। ଯେତେବେଳେ ମନ ସମସ୍ତ ସାଂସାରିକ ଓ ଇନ୍ଦ୍ରିୟାନୁରାଗୀ କାମନାକୁ ପରିତ୍ୟାଗ କରି ଏକାଗ୍ର ଚିତ୍ତରେ ସତ୍ୟକୁ ଅନୁଧ୍ୟାନ କରିବ, ସେତେବେଳେ ମନ ଏକ ଉଚ୍ଚତର ଚୈତନ୍ୟ ଓ ଅନ୍ତର୍ଜ୍ଞାନଲବ୍ଧ ଦ୍ରଷ୍ଟା ସ୍ତରକୁ ଉନ୍ନୀତ ହେବ ଏବଂ ସେ ତ୍ରିକାଳ ସତ୍ୟ, ଯାହା ଅପରିବର୍ତ୍ତନୀୟ ଓ ଚିରନ୍ତନ, ତାକୁ ଉପଲବ୍ଧି କରିପାରିବ। ଏହାକୁ ହିଁ ବାସ୍ତବ ଆତ୍ମା ବା ଈଶ୍ୱର ବା ଜୀବାତ୍ମା ଅବା ପରମ ଚୈତନ୍ୟ ବୋଲି କୁହାଯାଏ।
ଧର୍ମକୁ ବୁଝାଇବା ପାଇଁ ସେ କହିଛନ୍ତି, ‘ସର୍ବଦା ସତ୍‌କାର୍ଯ୍ୟ କରିବା ପାଇଁ ମାନବର ଇଚ୍ଛାଶକ୍ତିକୁ ଶୃଙ୍ଖଳିତ କରିବା ହେଉଛି ଧର୍ମ।’ ମାନବିକ ଇଚ୍ଛାଶକ୍ତିର ତ୍ରୁଟିହୀନ ଅନୁଶୀଳନ ମାଧ୍ୟମରେ ସଦାଚାରର ସାଧନ ସମ୍ଭବ। ସଦାଚାର, ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅପରିହାର୍ଯ୍ୟ ଅଙ୍ଗ। ସତ୍‌କର୍ମରେ ମାନବର ଇଚ୍ଛା ବା ଅଭିରୁଚି ଅନୁବର୍ତ୍ତୀ ହୋଇ କାର୍ଯ୍ୟ କରିବାକୁ ଏହା ବୁଝାଇଥାଏ। ଭାରତୀୟ ଭାବଧାରାରେ ଧର୍ମ ଏକାଧାରରେ ସମସ୍ତ ଶାରୀରିକ, ନୈତିକ, ସାମାଜିକ, ଧାର୍ମିକ ଓ ଆଧ୍ୟାତ୍ମିକ କର୍ତ୍ତବ୍ୟ ଓ ବାଧ୍ୟତାମୂଳକ ଦାୟିତ୍ୱକୁ ବୁଝାଏ। ଏହା ପ୍ରଭାତରୁ ସନ୍ଧ୍ୟା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାନବର ସମସ୍ତ କ୍ରିୟାକଳାପକୁ ନିୟନ୍ତ୍ରଣ କରିଥାଏ। ଶାନ୍ତି ହେଉଛି ‘ମାନବର ସମସ୍ତ ଆବେଗର ସଂଘର୍ଷ ଓ ଦ୍ୱନ୍ଦ୍ୱର ସମାଧାନ ହେଲା ଶାନ୍ତିର ମୌଳିକ ଭାବ’। ମଣିଷର କାମନାଗୁଡ଼ିକ ତା’ର ମନରୂପକ ହ୍ରଦର ନିଶ୍ଚଳ ଜଳ ଉପରେ ଆଲୋଡ଼ନ ଘଟାଇ ନାନା ପ୍ରକାରର ଅସ୍ଥିରତା ସୃଷ୍ଟି କରିଥାଏ। କାମନାରହିତ ମନ ତା’ର ଶାନ୍ତି ଅବସ୍ଥା ଫେରି ପାଇଥାଏ। ଯେତେବେଳେ ମଣିଷର ମନରେ ସ୍ଥାୟୀ ସ୍ଥିରତା ଥାଏ ସେତେବେଳେ ସେ ଚିରସ୍ଥାୟୀ ଶାନ୍ତି ପାଇପାରେ; କେବଳ ପ୍ରଶାନ୍ତ ମନରେ ହିଁ ଜ୍ଞାନଲୋକ ଉଦିତ ହୋଇପାରିବ। ପୁଣି କେବଳ ଜ୍ଞାନାଲୋକିତ ବା ବୌଦ୍ଧିକ ମନ ସାହାଯ୍ୟ ଦ୍ୱାରା ପରମ-ଶାନ୍ତି (ପ୍ରଶାନ୍ତି) ଲାଭ ଓ ଉପଭୋଗ କରାଯାଇ ପାରିବ। ଏହି ପରମ ଶାନ୍ତି ହିଁ ଆନନ୍ଦ। ପରମ ଶାନ୍ତି ଲାଭ କରିବା ପାଇଁ ମଣିଷକୁ ସହନଶୀଳତା ଅନୁଶୀଳନ କରିବାକୁ ହେବ, ଦୁଃଖ ଓ ସୁଖ ଉଭୟକୁ ସମାନ ଭାବରେ ଗ୍ରହଣ କରିବାକୁ ହେବ, ଯେପରି ତାହା ମନର ଭାରସାମ୍ୟକୁ ଦୋହଲାଇ ନ ଦିଏ, ଜୀବାତ୍ମାର ଶକ୍ତି ତଥା ନିୟତିର ରକ୍ଷାକାରୀ କ୍ଷମତା ଉପରେ ଯେପରି ଅଟଳ ଆସ୍ଥା ରହେ ସେଥିପାଇଁ ଅଭ୍ୟାସ କରିବାକୁ ହେବ। ପ୍ରତ୍ୟହ ଭଗବାନଙ୍କୁ ଧ୍ୟାନ ଧାରଣା କରିବାକୁ ହେବ। ଏହି ସମସ୍ତ କାର୍ଯ୍ୟ କରିବା ଦ୍ୱାରା ଜଣେ ବ୍ୟକ୍ତି ନିଶ୍ଚୟ ପରମ ଶାନ୍ତି ଲାଭ କରିପାରିବ। ବାବା କହନ୍ତି, ‘ପ୍ରେମ ସ୍ବାର୍ଥରହିତ’ ଏବଂ ‘ତ୍ୟାଗ ଓ କ୍ଷମା ଦ୍ୱାରା ହିଁ ପ୍ରେମ ବଞ୍ଚତ୍ରହେ’। ପ୍ରେମ ସର୍ବଜନ ଐକ୍ୟଭାବକୁ ଗ୍ରହଣ କରେ। ଅନ୍ୟମାନଙ୍କ ସହିତ ନିଜର ଅଭିନ୍ନତା ଓ ଐକ୍ୟଭାବକୁ ପ୍ରେମ ସନ୍ଦର୍ଶନ କରେ। ଯେତେବେଳେ ସଦା ଭଗବତ୍‌ ପ୍ରେମାସକ୍ତ ବ୍ୟକ୍ତିର ହୃଦୟ ସମଗ୍ର ମାନବ ଜାତିର ଭ୍ରାତୃତ୍ୱ ଓ ସମସ୍ତ ଜୀବମାନଙ୍କର ଜ୍ଞାତିତ୍ୱ ବିଷୟକ ସତ୍ୟକୁ ଉପଲବ୍ଧି କରେ, ସେତେବେଳେ ଏହା ‘ପ୍ରେମ’ ପଦବାଚ୍ୟ ହୁଏ।
ଆତ୍ମାର ସଂପୂର୍ଣ୍ଣ ପ୍ରସ୍ଫୁଟନ ଏବଂ ଅଦ୍ୱୈତ ଭାବାବସ୍ଥାର ପ୍ରାପ୍ତି ତଥା ସର୍ବଜୀବରେ ଏକତ୍ୱ ଓ ଐକ୍ୟବୋଧରୁ ଅହିଂସାର ସୃଷ୍ଟି। ସୃଷ୍ଟିର ସମସ୍ତ ଜୀବ ସହ ନିଜର ଐକ୍ୟ ଅନୁଭୂତିର ସ୍ତର ହେଲା ଅହିଂସା। ଆଧ୍ୟାତ୍ମିକ ସଚେତନତାରୁ ଏହାର ଜନ୍ମ; ଜାଗ୍ରତ ଜୀବାତ୍ମାର ଏହା ଗୁଣ ଓ ଲକ୍ଷଣ। ସୃଷ୍ଟିର ସମସ୍ତ ଅଣୁ ପରମାଣୁରେ ସର୍ବ ପ୍ରାଣରେ, ସର୍ବ ବସ୍ତୁରେ ଓ ସର୍ବତ୍ର ଏହା ଭଗବତ୍‌ ସତ୍ତା ଦର୍ଶନ କରେ। ଏହିପରି ସଚେତନ ଆତ୍ମା, ଅନ୍ୟ ଯେ କୌଣସି ଜୀବ ଓ ପ୍ରାଣୀର ସୁଖ ଓ ଦୁଃଖକୁ ନିଜର ବୋଲି ଅନୁଭବ କରେ।

– ସୁମନ୍ତ କୁମାର ଭୂୟାଁ
ବାଲିଚନ୍ଦ୍ରପୁର, ଯାଜପୁର, ମୋ:୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri